ETV Bharat / city

ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ୱ, ୨୦୨୪ ସୁଦ୍ଧା ପ୍ରତି ଘରକୁ ମିଳିବ ବିଶୁଦ୍ଧ ପିଇବା ପାଣି - ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ

କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ । ପ୍ରକଳ୍ପର ଅଗ୍ରଗତି ସଂପର୍କରେ ମନ୍ତ୍ରୀଙ୍କ ସମୀକ୍ଷା । ଏହି ଦୁଇ ଜିଲ୍ଲାରେ କାର୍ଯ୍ୟକ୍ଷମ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଦୁଇଟି ସମୀକ୍ଷା ବୈଠକ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ୱ, ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ମିଳିବ ବିଶୁଦ୍ଧ ପାଇପ୍‌ ଜଳ

author img

By

Published : Sep 14, 2022, 3:56 PM IST

ଭୁବନେଶ୍ବର: ରାଜ୍ୟର ପ୍ରତିଟି ପରିବାର ସହରାଞ୍ଚଳ ବା ଗ୍ରାମାଞ୍ଚଳରେ ବସବାସ କରନ୍ତି। ନିରାପଦ ପାନୀୟଜଳ ଯୋଗାଇବା ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଯୋଜନାର ପ୍ରାଣକେନ୍ଦ୍ର ଅଟେ । ଏନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ପାନୀୟ ଜଳ ପ୍ରକଳ୍ପକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି । ଏନେଇ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଦୁଇଟି ସମୀକ୍ଷା ବୈଠକ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିସହ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତିଟି ଘରେ ନିରାପଦ ପାନୀୟ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ।

ତେବେ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନରେ ଯାଇ ପ୍ରକଳ୍ପ ନିର୍ମାଣର ମାନ ତଦାରଖ କରନ୍ତୁ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟସୀମା ଓ କାର୍ଯ୍ୟଗୁଡ଼ିକର ମାନକୁ ଭଲ ଭାବରେ ତଦାରଖ କରି ସନ୍ତୁଷ୍ଟ ହେଲାପରେ ଯାଇ ଉପଯୁକ୍ତ ପ୍ରାପ୍ୟ ମଞ୍ଜୁର କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ ପାଇପ ବିଛାଇଲାବେଳେ ଯେଉଁ କଂକ୍ରିଟ ରାସ୍ତାଗୁଡ଼ିକୁ ଭଙ୍ଗା ଯାଉଛି ତାହାର ମରାମତି ଭାଙ୍ଗିବାର ୧୫ ଦିନ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦିଷ୍ଟ ଦିନ ମଧ୍ୟରେ ମରାମତି ନକଲେ ସେହି କମ୍ପାନୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସେ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ବିଧାୟକ ଶଶିଭୂଷଣ ବେହେରା, ବିଧାୟକ ଧୃବଚରଣ ସାହୁ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ନିର୍ମାଣାଧିନ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ଓ ତତ୍‌ସଂପର୍କିତ ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଭାଗୀୟ ଅଧିକାରୀ ଓ ପ୍ରକଳ୍ପକୁ ନିର୍ମାଣ କରୁଥିବା କମ୍ପାନୀର କର୍ମକର୍ତ୍ତାମାନେ ମିଳିତ କ୍ଷେତ୍ର ପରିଦର୍ଶନ କରିବା ସହିତ ସ୍ଥାନୀୟ ବିଧାୟକମାନଙ୍କଠାରୁ ଆବଶ୍ୟକ ପରାମର୍ଶ ଗ୍ରହଣ କଲେ ଅଧିକ ସୁଫଳ ମିଳିପାରନ୍ତା ବୋଲି ସେମାନେ ବୈଠକରେ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ୍‌ର ୨୦୦ଟି ଗ୍ରାମରେ ନିରାପଦ ପାନୀୟଜଳ ଯୋଗାଣ ପାଇଁ ୨୪୧.୩୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିସହ ଆଳି ବ୍ଲକ୍‌ରେ ୧୨୬ ଗ୍ରାମ ପାଇଁ ୧୧୩.୭୨ କୋଟି ଟଙ୍କା, ରାଜକନିକା ବ୍ଲକ୍‌ର ୧୫୬ଟି ଗ୍ରାମ ପାଇଁ ୧୧୪.୧୯ କୋଟି ଟଙ୍କା ଏବଂ ଜଗତସିଂହପୁର ଜିଲ୍ଲାର ଏରସମା, ବାଲିକୁଦା ଓ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ୯୦ଟି ଗ୍ରାମ ପାଇଁ ୧୪୨.୮୯ କୋଟି ଟଙ୍କା ଓ କୁଜଙ୍ଗ, ରଘୁନାଥପୁର, ତିର୍ତ୍ତୋଲ ଓ ଏରସମା ବ୍ଲକ୍‌ର ୫୪୪ଟି ଗ୍ରାମ ପାଇଁ ୪୩୧.୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ତେବେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ମୁଖ୍ୟମନ୍ତ୍ରୀଙ୍କ ବହୁ ଆକାଂକ୍ଷିତ ‘ପ୍ରତି ଘରକୁ ନିରାପଦ ପାନୀୟ ଜଳ’ ସ୍ବପ୍ନ ସାକାର ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଗୋଟିଏ ଗ୍ରାମର ଆଖପାଖରେ ଘର କରି ରହୁଥିବା ପରିବାରମାନଙ୍କ ପାଖକୁ ମଧ୍ୟ ପାନୀୟ ଜଳ ପହଞ୍ଚିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.