ETV Bharat / city

‘ଘରୋଇ ନୁହେଁ ସରକାରୀ ହସ୍ପିଟାଲରେ କରାନ୍ତୁ ଡେଙ୍ଗୁ ଟେଷ୍ଟ’

author img

By

Published : Jul 16, 2021, 4:16 PM IST

ଘରୋଇ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟ ଷ୍ଟାଣ୍ଡାର୍ଡ ନୁହେଁ । ଏଣୁ ସରକାରୀ ହସ୍ପିଟାଲରେ ଟେଷ୍ଟ କରାଇବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

ଘରୋଇ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟ ଷ୍ଟାଣ୍ଡାର୍ଡ ନୁହେଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଡେଙ୍ଗୁ ଟେଷ୍ଟ ଘରୋଇ ହସ୍ପିଟାଲରେ ଷ୍ଟାଣ୍ଡାର୍ଡ ନୁହେଁ । ସରକାରୀ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏହାସହିତ ସପ୍ତାହକୁ ଗୋଟିଏ ଦିନ ଡ୍ରାଏ ଡେ ପାଳନ କରିବାକୁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

ଖୋର୍ଦ୍ଧାରେ ଜାନୁଆରୀ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ 113 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । କିନ୍ତୁ ଚଳିତ ମାସରୁ ଏପର୍ଯ୍ୟନ୍ତ 103 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ମଶାମାନଙ୍କ ବଂଶ ବିସ୍ତାରକୁ ରୋକିବା ପାଇଁ ବିଭିନ୍ନ ପାର୍କରେ ଜମିଥିବା ପାଣି ସଫା କରାଯାଉଛି । ତେବେ ଘର ଚାରି ପାଖକୁ ସଫା ସୁତୁରା ରଖିବା ସହ ପାଣି ଜମା ନ କରିବାକୁ ନଦେବାକୁ ସେ କହିଛନ୍ତି । ସପ୍ତାହରେ ଗୋଟିଏ ଦିନ ଡ୍ରାଏ ଡେ ପାଳନ କରନ୍ତୁ । ଲକ୍ଷଣ ଦେଖାଦେଲେ ଟେଷ୍ଟ କରନ୍ତୁ । ଜ୍ବର ସହ ହାତ ଗୋଡ଼ ଘୋଳା ବିନ୍ଧା ହେଲେ ଟେଷ୍ଟ କରାନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

କେବଳ ସରକାରୀ ମେଡିକାଲରେ ଟେଷ୍ଟ କରିବାକୁ ସେ କହିଛନ୍ତି । ଘରୋଇ ମେଡିକାଲରେ ଟେଷ୍ଟ କରାନ୍ତୁ ନାହିଁ । ଘରୋଇ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟ କରିବାର ସଠିକ ମାନଦଣ୍ଡକୁ ଧ୍ୟାନ ଦିଆଯାଉନହିଁ । ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ ମେଡିକାଲ, RMRC, AIIMS ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟ କରାଯାଉଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.