ETV Bharat / city

ଓଡିଶାରେ ପହଞ୍ଚିଲା କୋରୋନା ଟିକା, ଆସିଲା 34 ପ୍ୟାକେଟ

author img

By

Published : Jan 12, 2021, 3:52 PM IST

Updated : Jan 12, 2021, 7:27 PM IST

covid19 vaccine consignment flight arrive in bbsr
ଓଡିଶାରେ ପହଞ୍ଚିଲା କୋରୋନା ଟୀକା, ଆସିଲା 34 ପ୍ୟାକେଟ

19:13 January 12

ଭ୍ୟାକ୍ସିନ ପହଞ୍ଚିବା ପରେ ଟ୍ବିଟ କରି ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

naveen pattnaik
କୋରୋନା ଭ୍ୟାକ୍ସିନ ପହଞ୍ଚିବା ପରେ ଟ୍ବୀଟ କରି ଖୁସୀ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶାରେ କୋରୋନା ଭ୍ୟାକ୍ସିନକୁ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି । ସ୍ପାଇସ ଜେଟର ସ୍ବତନ୍ତ୍ର ବିମାନରେ କୋଭିସିଲ୍ଡ ଭ୍ୟାକ୍ସିନ ଆସି ପହଞ୍ଚିଛି । ଓଡିଶା ସରକାର ଟୀକାକରଣ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା  କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ କୋରୋନା ଯୋଦ୍ଧା ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ଦିଆଯିବ ବୋଲି କହିଛନ୍ତି ।

16:48 January 12

ପହଞ୍ଚିଲା ୪ ଲକ୍ଷ ୮ ହଜାର ଡୋଜ କୋରୋନା ଭ୍ୟାକ୍ସିନ

୪ ଲକ୍ଷ ୮ ହଜାର ଡୋଜ କୋରୋନା ଭ୍ୟାକସିନ ପହଞ୍ଚିଛି

ଓଡ଼ିଶାର ପହଞ୍ଚିଛି କୋଭିଡ ଭ୍ୟାକସିନ । ଓଡ଼ିଶାରେ ପାଖାପାଖି ୪ ଲକ୍ଷ ୮ ହଜାର ଡୋଜ କୋରୋନା ଭ୍ୟାକସିନ ପହଞ୍ଚିଛି । ଏହାପରେ ଔଷଧ ନିଗମରେ ଥିବା ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି । ଆଜି ରାତି କିମ୍ବା କାଲି ସୁଦ୍ଧା ସମସ୍ତ ଜିଲ୍ଲା ଗୁଡ଼ିକୁ ଭ୍ୟାକସିନ ପଠାଯିବାର ବ୍ୟବସ୍ଥା କରାଯିବା ନେଇ ସୂଚନା ରହିଛି ।

15:47 January 12

ଓଡିଶାରେ ପହଞ୍ଚିଲା କୋରୋନା ଟିକା, ଆସିଲା 34 ପ୍ୟାକେଟ

 ଭୁବନେଶ୍ବର: ପହଞ୍ଚିଲା କୋଭିଡ ଭ୍ୟାକ୍ସିନ ଫ୍ଲାଇଟ ।  ଭୁବନେଶ୍ୱର ବିମାନବନ୍ଦରରେ ଟିକା ପହଞ୍ଚିଛି  । ଏୟାରପୋର୍ଟରୁ ଓଡିଶା ଔଷଧ ନିଗମକୁ ଗଲା ଟିକା ।  ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱର ଏୟାରପୋର୍ଟରେ ସ୍ପାଇସ ଜେଟର ସ୍ବତନ୍ତ୍ର ବିମାନରେ କୋରୋନା ଟିକା ପହଞ୍ଚିଛି । 3ଟି ଗାଡି ମଧ୍ୟରେ ଟିକା ରାଜ୍ୟ ଔଷଧ ନିଗମରେ ପହଞ୍ଚିଛି । କଡା ସୁରକ୍ଷା ବଳୟରେ ଟିକାକୁ ଭୁବନେଶ୍ୱର ଏୟାରପୋର୍ଟରୁ ଓଡିଶା ଔଷଧ ନିଗମକୁ ଯାଇଛି । ସ୍ପାଇସ ଜେଟ ଏସ ଜି 7466 ବିମାନ ଯୋଗେ ପୁନେରୁ ଭୁବନେଶ୍ୱର ଆସିଛି। ତେବେ ଏଥିରେ 34 ପ୍ୟାକେଟ ରହିଥିବାବେଳେ ଏହାର ଓଜନ 12 କେଜି ରହିଛି। ତେବେ ଏହାକୁ କଡା ସୁରକ୍ଷା ବଳୟରେ ପରିବହନ କରାଯାଇଛି ବୋଲି ଜେଟି ଜେନେରାଲ ମ୍ୟାନେଜର ସରୋଜ କୁମାର ରାଉତ କହିଛନ୍ତି ।  

ସୂଚନା ଥାଉକି ଆସନ୍ତା 16 ତାରିଖରୁ ସାରା ଦେଶରେ କୋରୋନା ଟୀକା ଆରମ୍ଭ ହେବାକୁ ଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇରହିଛି ।  

ଭୁବନେଶ୍ବରରୁ ବିକାଶ ଦାସ ଓ ତପନ ଦାସ, ଇଟିଭି ଭାରତ

Last Updated : Jan 12, 2021, 7:27 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.