ଭୁବନେଶ୍ବର: ନେତୃତ୍ବ ସଙ୍କଟରେ ଥିବା ଓଡିଶା ପ୍ରଦେଶ କଂଗ୍ରେସକୁ(OPCC) ମିଳିବ ନୂଆ ମୁଖିଆ । ବ୍ରଜରାଜନଗର ଉପ-ନିର୍ବାଚନ ପୂର୍ବରୁ ଘୋଷଣା କରିବ AICC । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ଅଧିରାଜ କହିଛନ୍ତି ଯେ, ବ୍ରଜରାଜନଗର ଉପ-ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିକୁ ନୂତନ ପିସିସି ସଭାପତି ମିଳିବ । ରାଜସ୍ଥାନରେ ଚାଲିଥିବା ଚିନ୍ତନ ବୈଠକ ପରେ ହାଇକମାଣ୍ଡ PCC ସଭାପତିଙ୍କ ନାମ ଘୋଷଣା କରିବେ । ଯାହାକୁ ପିସିସି ସଭାପତି ଚୟନ କରିବେ, AICC ନିଷ୍ପତ୍ତି ନେବେ ଆମେ ତାଙ୍କୁ ଗ୍ରହଣ କରିବୁ ।
ବିଧାୟକ ହୁଅନ୍ତୁ ବା ବରିଷ୍ଠ ନେତା ଯିଏ ବି ପିସିସି ସଭାପତି ହୁଅନ୍ତି ଆମେ ସ୍ବାଗତ କରିବୁ । ଯଦି AICC ବର୍ତ୍ତମାନର ପିସିସି ସଭାପତିଙ୍କୁ ରଖନ୍ତି, ତେବେ ଆମେ ତାଙ୍କୁ ନେଇ ଆଗକୁ ବଢିବୁ । ଏକାଠି ହୋଇ ଦଳକୁ ସୁଦୃଢ କରିବାର ସମୟ ଆସିଛି । ରାହୁଲ ଗାନ୍ଧୀ ମଧ୍ୟ ଏକତାର ମନ୍ତ୍ର ପଢାଇଛନ୍ତି ବୋଲି କହିଛନ୍ତି ବିଧାୟକ ଅଧିରାଜ ପାଣିଗ୍ରାହୀ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ