ETV Bharat / city

ଗୃହରେ ଦିବ୍ୟଶଙ୍କରଙ୍କୁ ବିରୋଧ, ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ - ଗୃରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ

ଗୃହରେ ହଟ୍ଟଗୋଳ ନେଇ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ବିଧାୟକ ଦଳ । ବିଧାନସଭାରେ ନୀତିଗତ କାର୍ଯ୍ୟ ହେଉନଥିବା ଅଭିଯୋଗ କରି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ । ଅଧିକ ପଢନ୍ତୁ

ଗୃହରେ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ, ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

author img

By

Published : Mar 30, 2022, 10:23 PM IST

ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି । ବିଧାନସଭାରେ ନୀତିଗତ କାର୍ଯ୍ୟ ହେଉନଥିବା ଅଭିଯୋଗ କରି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ । ରାଜ୍ୟରେ ହିଂସା ଓ ଅପରାଧ କାର୍ଯ୍ୟକଳାପ ପ୍ରସଙ୍ଗରେ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିଥିଲେ ବାଚସ୍ପତି । ହେଲେ ଆଲୋଚନା ସମୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଉତ୍ତର ନ ଦିଅନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବିହୀନିପତି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ କିଛି ଅଭିଯୋଗ ରହିଥିବାରୁ ସେ ଏହି ପ୍ରସଙ୍ଗରେ ଉତ୍ତର ନ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖିବାକୁ ସେ ଦାବି କରିଥିଲେ । ହେଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତର ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ । ପରବର୍ତ୍ତୀ ସମୟରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ନରସିଂହ କହିଛନ୍ତି ଯେ, ଯେଉଁ ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଛି, ନିର୍ବାଚନ ପୂର୍ବରୁ ଓ ପରେ ମଧ୍ୟ ଅଭିଯୋଗ ହୋଇଛି । ସେହିଭଳି ମନ୍ତ୍ରୀ ମୂଲତବୀ ଉପରେ ଉତ୍ତର ନରଖନ୍ତୁ ବୋଲି କଂଗ୍ରେସ ଦାବି ରଖିଥିଲା । କାରଣ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଅଛି, ସେ ବାବଦରେ ମଧ୍ୟ ଆଲୋଚନା ହେବ । ତାହାର ଉତ୍ତର ମନ୍ତ୍ରୀ ଦେଲେ ତାହା ନିରପେକ୍ଷ ବୋଲି ଜନସାଧାରଣ ଗ୍ରହଣ କରିବେ ନାହିଁ । ସରକାରଙ୍କୁ ପ୍ରତିନିଧିତ୍ୱ କରି ସେ କହିପାରିବେ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଦଳ ଦାବି କରିଥିଲା । ଏହାକୁ ବାଚସ୍ପତି ଗ୍ରହଣ ନକରିବାରୁ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ । ରାଜ୍ୟପାଳ ଆଇନ ଅନୁଯାୟୀ ମତାମତ ନେବେ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନରସିଂହ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.