ଭୁବନେଶ୍ବର/ବଲାଙ୍ଗୀର: କଂଗ୍ରେସ ବରିଷ୍ଠ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ଗତ କିଛିଦିନ ହେବ କୋରୋନା ଲକ୍ଷଣ ପରିଲଖିତ ହେବାପରେ ସେ କୋରୋନା ଟେଷ୍ଟ କରିଥିଲେ । ତାଙ୍କ ଟେଷ୍ଟ ରିପୋର୍ଟ ପଜେଟିଭି ଆସିଛି । ରିପୋର୍ଟ ପଜେଟିଭି ଆସିବା ପରେ ସେ ନିଜ ବଲାଙ୍ଗୀର ସ୍ଥିତ ବାସଭବନରେ ସଙ୍ଗରୋଧରେ ଥିବାବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ସୂଚନା ରହିଛି । କୋରୋନା ଆକ୍ରାନ୍ତ ହେବା ପୂର୍ବରୁ ସେ କୋରୋନା ଟିକାର ଦୁଇଟି ଯାକ ଡୋଜ ନେଇଥିବା ଜଣାପଡିଛି ।
ବୟସାଧିକ କାରଣରୁ ନରସିଂହ ଅନେକ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କର ରୁଟିନ ଚେକପ ଚାଲୁ ରହିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଟେଷ୍ଟ କରିବା ଲାଗି ନରସିଂହ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ