ETV Bharat / city

ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି, ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ - କଂଗ୍ରେସର ପ୍ରତିବାଦ

ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି କାରଣରୁ ରାଜ୍ୟରେ ଦୁଷ୍କର୍ମ ଓ ମହିଳାଙ୍କ ଉପରେ ନିର୍ଯାତନା ଭଳି ସଙ୍ଗୀନ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର ପ୍ରତିବାଦରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛି କଂଗ୍ରେସ । ସବୁ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଗୁଡ଼ିକ ସମ୍ମୁଖରେ ବିକ୍ଷୋଭ କରୁଛନ୍ତି କଂଗ୍ରେସ କର୍ମୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 24, 2019, 6:47 PM IST

ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଦିନକୁ ଦିନ ବଢିଚାଲିଛି ନାବାଳିକା ଦୁଷ୍କର୍ମ, ନିଖୋଜ ଓ ମହିଳାଙ୍କ ଉପରେ ନିର୍ଯାତନା ଭଳି ସଙ୍ଗୀନ ମାମଲା । ଯାହାର ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛି କଂଗ୍ରେସ । ଏନେଇ ସବୁ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରୁଛନ୍ତି କଂଗ୍ରେସ କର୍ମୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତ ୪ ଦିନ ଭିତରେ ନାବାଳିକାଙ୍କ ପ୍ରତି ହୋଇଥିବା ଦୁଷ୍କର୍ମ ଯେଭଳି ସାମ୍ନାକୁ ଆସିଛି, ତାକୁ ନେଇ କଂଗ୍ରେସ ଭଭୟ ବିଧାନସଭା ଭିତରେ ଏବଂ ରାଜରାସ୍ତାରେ ସ୍ବର ଉଠାଇଛି । ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ ହୋଇଥିବାରୁ ଏନେଇ ତାଙ୍କ ଇସ୍ତଫା ଦାବି କରିଛି ଦଳ । ଏହା ସହିତ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ନେତା ଓ କର୍ମୀ ନାରା ବାଜି କରିବାସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ତେବେ ଦୀର୍ଘ ୨୦ ବର୍ଷ ଧରି ରାଜ୍ୟରେ ଶାସନ କରିବା ସତ୍ତ୍ବେ ବିଜେଡି ସରକାର ନାବାଳିକା, ଶିଶୁ ଏବଂ ମହିଳାଙ୍କ ସମ୍ମାନ ପ୍ରତି ଅବହେଳା କରିଥିବା ଦଳ ଅଭିଯୋଗ କରିଛି । କଂଗ୍ରେସ ଏହାକୁ ସହ୍ୟ କରିବ ନାହିଁ । ଆଗାମୀ ଦିନରେ ଏନେଇ ଜୋରଦାର ପ୍ରତିବାଦ କରାଯିବ ବୋଲି କଂଗ୍ରେସ କର୍ମୀ କହିଛନ୍ତି । ଏନେଇ ସେମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାଏ, ଇଟିଭି ଭାରତ

Intro:ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ରାଜ ରାସ୍ତାକୁ ଓଲ୍ହାଇଛି କଂଗ୍ରେସ।

Body:ସାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ।ପ୍ରତି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ଗଣଧାରଣା।ଗତ ୪ ଦିନ ଭିତରେ ଅନୁଗୁଳ,ସୁନ୍ଦରଗଡ ଆଦି ସ୍ଥାନରେ ଯେଭଳି ଭାବେ ନାବାଳିକାଙ୍କ ପ୍ରତି ହୋଇଥିବା ଦୁଷ୍କର୍ମ ସାମ୍ନାକୁ ଆସିଛି ,ତାକୁ ନେଇ କଂଗ୍ରେସ ବିଧାନସଭା ଭିତରେ ଏବଂ ରାଜରାସ୍ତାରେ ଏହି ପ୍ରସଙ୍ଗକୁ ବଡ ଇସୁ କରିଛି।ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ ହୋଇଥିବାରୁ ତାଙ୍କର ଇସ୍ତଫା ଦାବି କରିଛି ଦଳ। ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ନେତା ଓ କର୍ମୀ ନାରା ବାଜି କରିବାସହ କୁଶପୁତଲିକା ଦାହ କରିଛନ୍ତି।କଂଗ୍ରେସର ଅଭିଯୋଗ ଦୀର୍ଘ ୨୦ ବର୍ଷ ଧରି ଶାସନରେ ଥିବା ବିଜେଡି ସରକାର ଶାସନ ଅହଂକାରରେ ନାବାଳିକା,ଶିଶୁ ଏବଂ ମହିଳାଙ୍କ ସମ୍ମାନକୁ ଚରମ ଅବହେଳା କରିଛି।କଂଗ୍ରେସ ଏହାକୁ ବରଦାସ୍ତ କରିବ ନାହିଁ,ଆଗାମୀ ଦିନରେ ଏହା ବିରୋଧରେ ଜୋରଦାର ପ୍ରତିବାଦ କରାଯିବ ।ଏ ନେଇ ଜିଲ୍ଲାପାଳନ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛି କଂଗ୍ରେସ। byt1ରଶ୍ମି ମହାପାତ୍ର,ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି byt2 ସୁରେଶ ରାଉତରାୟ,ବରିଷ୍ଠ ବିଧାୟକ

Conclusion:ରାଜ୍ୟରେ ପ୍ରତିଦିନ 6 ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି।ଗତ 6 ମାସରେ ୫୦୨ ଶିଶୁ ନିଖୋଜ ହୋଇଛନ୍ତି।ଯାହା ଆଇନ ଶୃଙ୍ଖଳା ବିପର୍ଯ୍ୟୟର ବଡ ଉଦାହରଣ ବୋଲି ଅଭିହିତ କରି ରାଜରାସ୍ତାକୁ ଓଲ୍ହାଇଛି କଂଗ୍ରେସ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.