ETV Bharat / city

ମାଓବାଦୀ ଘଟାଇପାରନ୍ତି ନିର୍ବାଚନି ହିଂସା, ରାଜ୍ୟ କହିଲେ ଅଧିକ ଏଫର୍ଟ ଦେବୁ: BSF IG

ଆଗକୁ ପଞ୍ଚାୟତ ନିର୍ବାଚନ ମାଓବାଦୀ ଘଟାଇ ପାରନ୍ତି ନିର୍ବାଚନୀ ହିଂସା । କୋରାପୁଟ ଓ ମାଲକାନଗିରିରେ ୨୦୧୦ରୁ ଜଗି ରହିଛି ବିଏସଏଫ। ଅଧିକ ପଢନ୍ତୁ

bsf ig satish chandra budakoti reaction on maoist activity
ମାଓ ମୁକାବିଲା ଲାଗି ସ୍ବତନ୍ତ୍ର ରଣନୀତି: ବିଏସଏଫ ଆଇଜି
author img

By

Published : Jan 20, 2022, 7:06 AM IST

Updated : Jan 20, 2022, 9:55 AM IST

ଭୁବନେଶ୍ବର: ଆଗକୁ ପଞ୍ଚାୟତ ନିର୍ବାଚନ ମାଓବାଦୀ ଘଟାଇ ପାରନ୍ତି ନିର୍ବାଚନୀ ହିଂସା । କୋରାପୁଟ ଓ ମାଲକାନଗିରିରେ ୨୦୧୦ରୁ ଜଗି ରହିଛି ବିଏସଏଫ। ନିତିଦିନିଆ ଅପରେସନ ସହ ୨୪, ୪୮ ଏବଂ ୭୨ଘଣ୍ଟିଆ ସ୍ପେଶାଲ ଅପରେସନ ଜାରି ରହିଛି । ଆଗକୁ ପଞ୍ଚାୟତ ନିର୍ବାଚନକୁ ନେଇ ମାଓ ହିଂସା ସେଭଳି କିଛି ଉପୁଜିବ ନାହିଁ ବୋଲି କହିଛନ୍ତି ବିଏସଏଫ ଆଇଜି ସତିଶ ଚନ୍ଦ୍ର ବୁଡାକୋଟି । ମାଲକାନଗିରି ଓ କୋରାପୁଟ ବିଏସଏଫ୍ ଅଧିନରେ ‌ରହିଛି। ଏହି ସବୁ ଇଲାକାରେ ରାଜ୍ୟ ସରକାର କହିବେ ଯଦି ନିର୍ବାଚନ ପାଇଁ ଅଧିକ କ୍ରିୟାଶୀଳ ହେବେ ବୋଲି କହିଛନ୍ତି ଆଇଜି ।

ତେବେ ପଡୋଶୀ ରାଷ୍ଟ୍ରରେ ମାଓବାଦୀ ସକ୍ରିୟ ଅଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ମାଓବାଦୀ ହିଂସା ଘଟାଇ ପାରନ୍ତି ବୋଲି ଗୁଇନ୍ଦାକୁ ରିପୋର୍ଟ ମିଳିଛି। କାରଣ ପୂର୍ବରୁ ନିର୍ବାଚନ‌ ସମୟରେ ବୁଥରେ ପଶି ହିଂସାକାଣ୍ଡ ଘଟାଇବାର ନଜିର‌ ରହିଛି । ନିର୍ବାଚନା ପରିଚାଳନା ଅଧିକାରୀଙ୍କୁ ଅପହରଣ ଭଳି ଘଟଣା ମଧ୍ୟ ଦେଖିବାକୁ ମିଳିଛି ।

ମାଓ ମୁକାବିଲା ଲାଗି ସ୍ବତନ୍ତ୍ର ରଣନୀତି: ବିଏସଏଫ ଆଇଜି

ସେହିପରି ବନ୍ଧୁକ ମୁନରେ ଭୋଟ ବାକ୍ସ ଲୁଟିବା ମଧ୍ୟ ପୂର୍ବ ନିର୍ବାଚନରେ ଦେଖିବାକୁ ମିଳିଛି। ଏଥର‌ ନିର୍ବାଚନରେ ଏଭଳି ପରିସ୍ଥିତି ଉପୁଜିବାର ଆଶଙ୍କା କରିଛି ଗୁଇନ୍ଦା ବିଭାଗ। ଯେଉଁ ସବୁ ବୁଥ୍ ସମ୍ବେଦନଶୀଳ ରହିଛି ଏସବୁ ଅଞ୍ଚଳରେ ଗୁଇନ୍ଦା ଠାରୁ ତଥ୍ୟ ସଂଗ୍ରହ କରାଯାଉଛି। ମାଓବାଦୀଙ୍କୁ ସାମ୍ନା କରିବାକୁ ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି। ଏଥର ପତିଆରା ଜାହିର ପାଇଁ କିଛି ବଡ ଧରଣର କାଣ୍ଡ ଭିଆଇ ପାରନ୍ତି ମାଓବାଦୀ । ଜାନୁଆରୀ ୭ରେ ସ୍ବାଭିମାନ ଅଞ୍ଚଳରେ ଘନାବେଡା ଅଞ୍ଚଳରୁ ୫ଟି ଆଇଡି ଜବତ କରିଥିଲା ବିଏସଏଫ ବୋମା ନିଷ୍କ୍ରିୟ ଦଳ ।

ଆଗୁଆ ପ୍ରସ୍ତୁତ ରହିଲେ ମାଓବାଦୀଙ୍କୁ ମୁକାବିଲା କରିବା ସହଜ ହେବ । ଓଡିଶାରେ ମୁଖ୍ୟତଃ ୩ ମାଓ ସଂଗଠନ ସକ୍ରିୟ ରହିଛନ୍ତି । ପ୍ରାୟ ୯ଟି ଡିଭିଜନ ଅଧିନରେ ୨୫୮ଜଣ ନକ୍ସଲ ସକ୍ରିୟ ରହିଛନ୍ତି। ଓଡିଶା ରାଜ୍ୟ କମିଟି ଅଧିନରେ ୫ଟି, ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟି ଅଧିନରେ ୨ଟି ଓ ଦଣ୍ଡକାରଣ୍ୟ କମିଟି ଅଧିନରେ ୨ଟି ଡିଭିଜନ କାମ କରୁଛି। ୨୩ଜଣ ଓଡିଆ କ୍ୟାଡରର ମାଓବାଦୀ ଛାଡି ଦେଲେ ବାକି ପଡୋଶୀ ରାଜ୍ୟର ମାଓବାଦୀ ରହିଛନ୍ତି।

ଏଣୁ ଏହି ସବୁ ଅଣ ଓଡିଆ ମାଓବାଦୀ ନିର୍ବାଚନ ପୂର୍ବରୁ ହିଂସା ଘଟାଇ ପାରନ୍ତି। ଏମାନଙ୍କ ଉପରେ ଗୁଇନ୍ଦା ତଥ୍ୟ ଆଧାରରେ ନଜର‌ ରଖି ନିର୍ବାଚନ ପରିଚାଳନା କରିବା ବଡ ପ୍ରସଙ୍ଗ । କିଛି ଦିନ ତଳେ ଓଡିଶା ପୋଲିସ ଡିଜି ମାଓ ସମୀକ୍ଷା କରିଛନ୍ତି । କେବଳ ମାଲକାନଗିରି ଓ କୋରାପୁଟ ଦୁଇ ଜିଲ୍ଲାରେ ବିଏସଏଫ ଅନେକ ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିଛନ୍ତି ବୋଲି କହିଛନ୍ତି ବିଏସଏଫ ଆଇଜି । ଉଭୟ‌ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି ।

ହସ୍ପିଟାଲ ଖୋଲୁଛି ଓ ଗମନାଗମନ ବଢୁଛି । ଲୋକେ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟରେ ପ୍ରଭାବିତ ହେଉଛନ୍ତି। ଗୁରୁପ୍ରିୟା ସେତୁ ଲୋକଙ୍କ ଜୀବନ ରେଖା ବଦଳାଇଛି ଓ ମୋଟୁ ବ୍ରିଜ ଲାଗି ପଡୋଶୀ ରାଷ୍ଟ୍ର ସହ ଯୋଗାଯୋଗ ସମ୍ଭବ ସହ ବେପାର ବଢୁଛି। ସେହିପରି ଆଦିଵାସୀ କଲ୍ୟାଣ ଯୋଜନାରେ ଯୁବକ ଯୁଵତୀଙ୍କୁ ସ୍କିଲ୍ ଡେଭଲପମେଣ୍ଟ ସହ ବିଭିନ୍ନ ରାଜ୍ୟକୁ ପଠାଇ ଟ୍ରେନିଂ ଦିଆଯାଉଛି।

ଆସନ୍ତା ଗଣତନ୍ତ୍ର ଦିବସ ଅବସରରେ ବୋଟ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିବାକୁ ଯାଉଛି ବିଏସଏଫ । ବାଲିମେଳା ‌ରିଜର୍ଭର ୧୭କିମି ଅଞ୍ଚଳର ଗ୍ରାମ ସହ ଲୋକଙ୍କ ସହ ଜଳପଥ ଜରିଆରେ ଆମ୍ବୁଲାନସ ସେବା ଯୋଗାଇ ହେବ। ଏଥିସହ ଘାନାପେଡା, ଯନ୍ତ୍ରୀ ,ପଣସପୁଟ ଭଳି ଅଞ୍ଚଳର ଲୋକେ ବୋଟ ଆମ୍ବୁଲାନ୍ସ ସେବାର ଫାଇଦା ଉଠାଇ ପାରିବେ। ଏବେ କୋରାପୁଟ ଓ ମାଲକାନଗିରିରେ ୮ ବାଟାଲିଅନ ବିଏସଏଫ ସହ ୪୮ ସିଓବି ମୁତୟନ ରହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 20, 2022, 9:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.