ETV Bharat / city

80 ପ୍ରତିଶତରୁ ଅଧିକ ଜିଲ୍ଲା ପରିଷଦ ଦଖଲ କରିବୁ: ବିଜେଡି - ଜିଲ୍ଲା ପରିଷଦ ଅଧିକ ସିଟ ହାତେଇବ ବିଜେଡି

ପଞ୍ଚାୟତ ନିର୍ବାଚନ ନେଇ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଅଧିକ ପଢନ୍ତୁ

80 ପ୍ରତିଶତରୁ ଅଧିକ ଜିଲ୍ଲା ପରିଷଦ ଦଖଲ କରିବୁ : ବିଜେଡି

author img

By

Published : Jan 17, 2022, 4:56 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ସେପଟେ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଦଳ ପ୍ରତି ଆନୁଗତ୍ୟ ଏବଂ ଜିତିବାର ସମ୍ଭାବନା ଦେଖି ପ୍ରାର୍ଥୀ ଚୟନ କରୁଛି ବିଜେଡି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ପ୍ରକାଶ ପାଇବ ଫାଇନାଲ ଲିଷ୍ଟ ।

80 ପ୍ରତିଶତରୁ ଅଧିକ ଜିଲ୍ଲା ପରିଷଦ ଦଖଲ କରିବୁ : ବିଜେଡି

ସେପଟେ 80 ପ୍ରତିଶତରୁ ଅଧିକ ଜିଲ୍ଲା ପରିଷଦ ଦଖଲ କରିବୁ ବୋଲି ବିଜେଡି କହିଛି । 853 ଜିଲ୍ଲା ପରିଷଦ ସଭ୍ୟ ଆସନ ଉପରେ ସବୁ ଦଳର ନଜର ରହିଛି । ଯୋଗ୍ୟ ପ୍ରାର୍ଥୀ ଦେବା ପାଇଁ କସରତ ଚଳାଇଛନ୍ତି ସବୁ ଦଳ । ଜିଲ୍ଲାସ୍ତରରୁ ଆସିଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିବେ । ସମସ୍ତ ତଥ୍ୟକୁ ନେଇ ନବୀନ ଚୂଡାନ୍ତ ତାଲିକା ପ୍ରକାଶ କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ । ଗତ ଥର ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଅଧିକ ପଦ ହାସଲ କରିବୁ । 80 ପ୍ରତିଶତରୁ ଅଧିକ ଜିଲ୍ଲା ପରିଷଦ ଜୋନ ଦଖଲ କରିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.