ETV Bharat / city

ଭାଗୀରଥିଙ୍କ ଘର ବାହୁଡା, ବିଜେପି ନୁହେଁ ବିଜେଡିରୁ ଲଢିବେ

ଦଳୀୟ କନ୍ଦଳରୁ ଅସନ୍ତୁଷ୍ଟ ହୋଇ ବିଜେପି ଛାଡି ବିଜେଡିରେ ମିଶିଲେ ଭାଗୀରଥି ସେଠୀ । ଆସନ୍ତା 2 ତାରିଖରେ ବିଜେପିରୁ ଆନନ୍ଦପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥାନ୍ତେ । କିନ୍ତୁ ଏବେ 3 ତାରିଖରେ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ।

author img

By

Published : Mar 29, 2019, 5:29 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍ ଭୁବନେଶ୍ୱର

ଭୁବନେଶ୍ୱର: ବିଜେଡିରେ ମିଶିଲେ ଭାଗୀରଥି । ଆନନ୍ଦପୁରର ବିଜେପି ବିଧାୟକ ପ୍ରାର୍ଥୀ ଭାଗୀରଥି ସେଠୀ । ଆସନ୍ତା 2 ତାରିଖରେ ବିଜେପିରୁ ଆନନ୍ଦପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥାନ୍ତେ । କିନ୍ତୁ ଏବେ 3 ତାରିଖରେ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ । ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍ ଭୁବନେଶ୍ୱର

ସୂଚନାଯୋଗ୍ୟ, ପୂର୍ବରୁ 2004 ମସିହାରେ ଭାଗୀରଥି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବେଳେ 2009ରେ ବିଜେଡି ଟିକେଟରେ ଆନନ୍ଦପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ 2014ରେବିଜେଡି ପାଇଁ ଅଲୋଡା ହୋଇଥିଲେ ଭାଗିରଥୀ । ଏହାପରେ ସେ ବିଜେପିରେ ସାମିଲ ହୋଇଥିଲେ ।ଚଳିତ ନିର୍ବାଚନରେ ବିଜେପି ତାଙ୍କୁ ଆନନ୍ଦପୁର ପ୍ରାର୍ଥୀ କରିବାକୁ ଘୋଷଣା କରିଥିଲା । ସେହି ଅନୁସାରେ ଆସନ୍ତା 2 ତାରିଖରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥାନ୍ତେ । କିନ୍ତୁ ତା' ପୂର୍ବରୁ ଦଳଡିଆଁ ପର୍ବରେ ସାମିଲ ହେଲେ ସେ । ଆଜି ନବୀନ ନିବାସରେ ସେ ନିଜ ସମର୍ଥକଙ୍କ ସହ ମିଶିଛନ୍ତି । ଆନନ୍ଦପୁରରୁ ପୁଣି ଥରେ ଭାଗୀରଥି ବିଜେଡି ପ୍ରାର୍ଥୀ ହେବା ଏକ ପ୍ରକାର ସ୍ଥିର ହୋଇସାରିଛି ।

ଭାଗିରଥୀଙ୍କ ଘର ବାହୁଡା ପରେ ଦଳ ଶକ୍ତିଶାଳୀ ହେବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ତେବେ ବିଜେଡିରେ ମିଶିବା ପରେ ପ୍ରତିକ୍ରିୟା ଦେଇ ଭାଗିରଥି କହିଛନ୍ତି, 'ଦଳୀୟ କନ୍ଦଳ ପାଇଁ ବିଜେପି ଛାଡିଥିଲି । ମୋ ବିରୋଧରେ ଷଡଯନ୍ତ୍ର ହେଉଥିଲା । ବିଜୁ ପରିବାରର ସଦସ୍ୟ ଥିଲି ଘରକୁ ଫେରିଲି । ଦଳ ଯାହା ଦାୟିତ୍ବ ଦେବ ତାହା ପୂରଣ କରିବି' । ଦଳରେ ତାଙ୍କର ମିଳନ ପରେ ବଦ୍ରି ପାତ୍ରଙ୍କ ସହ ଥିବା ମନୋମାଳିନ୍ୟ ମଧ୍ୟ ଦୂର ହୋଇଛି ।

ଭୁବନେଶ୍ୱରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

ହାଇଦ୍ରାବାଦ: ନିକଟରେ ଆଲିୟା ଓ ରଣବୀର କପୁର ଏକ ଆୱାର୍ଡ ସେରିମୋନୀରେ ରୋମାଣ୍ଟିକ ଡାନ୍ସ କରି ଖୁଲମଖୁଲା ପ୍ରେମ କରିଛନ୍ତି। ତେବେ ଏହି ପ୍ରେମ ଦେଖି ଆଲିୟାଙ୍କୁ ରଣବୀରଙ୍କ ଅତୀତ ବିଷୟରେ ପଚରାଯାଇଥିଲା କିଛି ପ୍ରଶ୍ନ। ଯାହାର ଉତ୍ତରରେ ଆଲିୟା କିଛି ଏମିତି କହିଛନ୍ତି ଯେ ଆପଣ ଶୁଣିଲେ ଆଲିୟାଙ୍କୁ ଆହୁରି ପସନ୍ଦ କରିବାକୁ ବାଧ୍ୟ ହେବେ।

ରଣବୀରଙ୍କ ଅତୀତକୁ ନେଇ ଆଲିୟା ଚିନ୍ତିତ କି ନୁହେଁର ପ୍ରଶ୍ନରେ ଆଲିୟା କହିଛନ୍ତି ମୁଁ ଏହାକୁ ନେଇ ଚିନ୍ତିତ ନୁହେଁ। ତାପରେ 'ମୁଁ ବି କୋଉ କମ ଅଟେ।' ଏହାପରେ ସେ ରଣବୀରଙ୍କ ପ୍ରଶଂସା କରି ସେ ଜଣେ ମୂଲ୍ୟବାନ ମଣି ମଧ୍ୟ କହିଛନ୍ତି।

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ଉଭୟ ପ୍ରଥମଥର ପାଇଁ ଏକାଠି ନଜର ଆସୁଥିବାବେଳେ ବୁଲଗେରିୟାରେ ଏହାର ସୁଟିଂବେଳେ ଉଭୟ ପ୍ରେମରେ ପଡିଥିଲେ। ତେବେ ଦିନକୁ ଦିନ ଉଭୟଙ୍କ ସମ୍ପର୍କ ଦୃଢ ହେବାସହ ବ୍ୟକ୍ତିଗତ ଓ କର୍ମମୟ ଜୀବନରେ ଉଭଯ ବେଶ ଖୁସି ବୋଲି କହିଛନ୍ତି। 

ଆଲିୟା ଆହୁରି କହିଛନ୍ତି, ଏହା ଗୋଟିଏ ସମ୍ପର୍କ ନୁହେଁ, ଏହା ବନ୍ଧୁତା। ମୁଁ ଏହା ସମ୍ପୂର୍ଣ୍ଣ ଇମାନଦାରୀର ସହ କହୁଛି। ଏହା ଖୁବ ସୁନ୍ଦର। ମୁଁ ଏବେ ଚାନ୍ଦ,ତାରାରେ ଚାଲୁଛି। ସବୁଠୁ ଶ୍ରେଷ୍ଠ କଥା ହେଲା, ଆମେ ଦୁଇଟି ଭିନ୍ନ ମଣିଷ, ଯିଏକି ନିଜନିଜ କର୍ମମୟ ଜୀବନକୁ ଖୁବ ଉପଭୋଗ କରୁଛୁ। ତେବେ ଆଲିୟା ଏବେ ଫିଲ୍ମ 'କଲଙ୍କ'ର ରିଲିଜର ଅପେକ୍ଷାରେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.