ETV Bharat / city

ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ, ଆକର୍ଷଣୀୟ ବେଶରେ ସୁସଜ୍ଜିତ ହେବେ ଶ୍ରୀଜିଉ

author img

By

Published : Nov 15, 2021, 7:02 AM IST

Updated : Nov 15, 2021, 7:38 AM IST

ଆଜିଠୁ ଆରମ୍ଭ ହେଲା ପବିତ୍ର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ଭାବେ ପାଳନ କରାଯାଏ । ଏହି ଅବସରରେ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ ।

ଆଜିଠୁ ଆରମ୍ଭ ହେଲା ପଞ୍ଚୁକ, ଆକର୍ଷଣୀୟ ବେଶରେ ସୁସଜ୍ଜିତ ହେବେ ମହାପ୍ରଭୁ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ପବିତ୍ର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ଭାବେ ପାଳନ କରାଯାଏ । ଏହା ମହାପଞ୍ଚୁକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବା ବିଷ୍ଣୁପଞ୍ଚକ ଭାବେ ମଧ୍ୟ ଜଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ବିଶ୍ବାସ ରହିଛି ଏହି ପାଞ୍ଚଦିନ ବଗ ମଧ୍ୟ ଆମିଷ ଖାଏ ନାହିଁ । ମାସ ଯାକ ଯେଉଁମାନେ ପାଳନ କରିନଥାନ୍ତି ସେମାନେ ଏହି ପାଞ୍ଚଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ଵିକ ଖାଦ୍ୟ ଭୋଜନ କରନ୍ତି । ପଞ୍ଚୁକ ପାଞ୍ଚଦିନର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗା ଭସା ଉତ୍ସବ କରାଯାଇଥାଏ ।

ଶ୍ରୀମନ୍ଦିରରେ ପଞ୍ଚୁକ

ଆଜି ଶ୍ରୀମନ୍ଦିରରରେ ଆରମ୍ଭ ହେବ ପଞ୍ଚୁକ ନୀତି । ଏହି ଅବସରରେ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ । ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ , ଦ୍ଵାଦଶୀରେ ବାଙ୍କ ଚୁଡ ବେଶ , ତ୍ରୟୋଦଶୀରେ ତ୍ରି ବିକ୍ରମ ବେଶ , ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ରାଜ ରାଜେଶ୍ବର ବେଶ ଅନୁଷ୍ଠିତ ହୋଇଥାଏ । । ତେବେ ପଞ୍ଚୁକରେ ମହାପ୍ରଭୁଙ୍କ ଏହି ବେଶ ଯିଏ ଦର୍ଶନ କରେ ସେ ଅପାର ଆନନ୍ଦ ସହ ଦିବ୍ୟଗତି ଲାଭ କରନ୍ତି ବୋଲି ବିଶ୍ବାସ ରହିଛି । ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟେ । ତେବେ ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୁଏ। ପ୍ରତିବର୍ଷ ଏହି ମାସରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ପଞ୍ଚୁକ ଅବସରରେ ଆଜି ଶ୍ରୀମନ୍ଦିର ବନ୍ଦ ରହିଛି ।

ଗାଁରେ ପଞ୍ଚୁକ

ଗାଁ ଗହଳିରେ କାର୍ତ୍ତିକ ମାସକୁ ବେସ ନିଷ୍ଠାର ସହ ପାଳନ କରାଯାଏ । ତେବେ ଆଜିଠୁ ପଞ୍ଚୁକ ଆରମ୍ଭ ହୋଇଥିବା ବେଳେ ଏହି ପାଞ୍ଚଦିନ ଗ୍ରାମର ଆବାଳ ବୃଦ୍ଧ ବନିତା ପାହାନ୍ତା ସମୟରେ ନଦୀକୁ ଗାଧୋଇବାକୁ ଯାଆନ୍ତି । ସ୍ନାନ ସାରି ଚଉରାରେ ବିଭିନ୍ନ ପ୍ରକାର ଓ ରଙ୍ଗବେରଙ୍ଗର ମୁରୁଜ ଆଙ୍କିଥାନ୍ତି । ବିଶ୍ବାସ ରହିଛି ଏପରି କଲେ ପୁଣ୍ୟ ଅର୍ଜନ ହୋଇଥାଏ । ସେହିପରି ହବିଷ୍ୟାଳି ମାନେ ମଧ୍ୟ ଚଉରା ନିକଟରେ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଆଉ ପଞ୍ଚୁକର ଶେଷ ଦିନରେ ଡଙ୍ଗା ଭସାଇବା ପରେ ଶୈବ ପୀଠ ଗୁଡିକୁ ଦର୍ଶନ କରିବାକୁ ଯାଇଥାନ୍ତି । ଅନେକ ସ୍ଥାନରେ ପଞ୍ଚୁକର ଶେଷ ଦିନ କାର୍ତ୍ତିକଙ୍କ ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 15, 2021, 7:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.