ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା(BJYM)ର ରାଷ୍ଟ୍ରୀୟ ପଦାଧିକାରରେ ହୋଇଛି ପରିବର୍ତ୍ତନ । ଓଡିଶାର ଅର୍ପିତା ଅପରାଜିତା ବଡ଼ଜେନାଙ୍କୁ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ନିଯୁକ୍ତ କରାଯାଇଛି । BJYM ରାଷ୍ଟ୍ରୀୟ ଉପସଭାପତି ପଦରେ ଦାୟିତ୍ବ ସମ୍ଭାଳିବେ ଅପରାଜିତା ।
ସେହିପରି ପଶ୍ଚିମବଙ୍ଗରୁ ବିଧାୟକ ଅନୁପ କୁମାର, ମହାରାଷ୍ଟ୍ରରୁ ମଧୁକେଶ୍ବର ଦେଶାଇ, ବିହାରର ମନୀଷ ସିଂହ, ଉତ୍ତରପ୍ରଦେଶର ଅଭିନବ ପ୍ରକାଶ ଓ ଉତ୍ତରାଖଣ୍ଡର ନେହା ଯୋଶୀଙ୍କୁ ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦପେ ଦାୟିତ୍ବ ଦେଇଛି ବିଜେପି ।
ଭୁବନେଶ୍ବରୁ ମନୋରଞ୍ଜନ ସଙ୍ଖୁଆ, ଇଟିଭି ଭାରତ