ETV Bharat / city

ଶୁଭାରମ୍ଭ ହେଲା ଅର୍ନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ, ମାଗଣାରେ ଗରିବଙ୍କୁ ମିଳିବ ଭାତ ଡାଲମା - ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ

ରାଜଧାନୀରେ ଶୁଭାରମ୍ଭ ହୋଇଛି ଅର୍ନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ। ଭୁବନେଶ୍ବରରେ ଥିବା ଗରିବ ଓ ଅନାହାରଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅଧିକ ପଢ଼ନ୍ତୁ...

ଭୁବନେଶ୍ବରରେ ଶୁଭାରମ୍ଭ ହେଲା ଅର୍ଣ୍ଣପୂର୍ଣା କାର୍ଯ୍ୟକ୍ରମ, ମାଗଣାରେ ଗରିବଙ୍କୁ ମିଳିବ ଭାତ ଡାଲମା

author img

By

Published : Nov 30, 2020, 6:40 PM IST

ଭୁବନେଶ୍ବର: ରାଜଧାନୀରେ ଶୁଭାରମ୍ଭ ହୋଇଛି ଅର୍ନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ। ଭୁବନେଶ୍ବରରେ ଥିବା ଗରିବ ଓ ଅନାହାରଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଆଜି(ସୋମବାର) ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପ୍ରତିଦିନ ପ୍ରାୟ 2ଶହ ଅନାହାରରେ ଥିବା ଲୋକଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାତ ଓ ଡାଲମା ଯୋଗାଇ ଦିଆଯିବା ନେଇ ସୂଚନା ମିଳିଛି।

ଭୁବନେଶ୍ବରରେ ଶୁଭାରମ୍ଭ ହେଲା ଅର୍ଣ୍ଣପୂର୍ଣା କାର୍ଯ୍ୟକ୍ରମ, ମାଗଣାରେ ଗରିବଙ୍କୁ ମିଳିବ ଭାତ ଡାଲମା
ଭୁବନେଶ୍ବରରେ ଶୁଭାରମ୍ଭ ହେଲା ଅର୍ଣ୍ଣପୂର୍ଣା କାର୍ଯ୍ୟକ୍ରମ, ମାଗଣାରେ ଗରିବଙ୍କୁ ମିଳିବ ଭାତ ଡାଲମା

ଅର୍ନ୍ନପୂର୍ଣ୍ଣା କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ ରେଲୱେ ଷ୍ଟେସନ, ଟଙ୍କପାଣି ସାଇ ମନ୍ଦିର, ସତ୍ୟ ନଗର କାଳୀ ମନ୍ଦିର ଓ ବରମୁଣ୍ଡା ବସଷ୍ଟାଣ୍ଡରେ ଗରିବ, ଅସହାୟ ଓ ଅନାହାରଙ୍କୁ ଖାଦ୍ୟ ବଣ୍ଟନ କରାଯିବାକୁ ଯୋଜନା ରଖାଯାଇଛି। ୟୁଥ ଫର ଫର ଆକ୍ସନ, ରୋଟାରୀ କ୍ଳବ, ସୋଅମୀ ଫାଉଣ୍ଡେସନ ଏବଂ ଉମେଶ ଖଣ୍ଡେଲବଲ ଫାଉଣ୍ଡେସନ ପକ୍ଷରୁ ଏହି ଯୋଜନାର ପରିଚାଳନା କରାଯିବା ନେଇ ସୂଚନା ମିଳିଛି।

ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଅଞ୍ଚଳରେ ଥିବା ଅନାହାରଙ୍କ ପାଇଁ ତାଲିକା ପ୍ରସ୍ତୁତ କରାଯାଉଛି। ଚୂଡାନ୍ତ ତାଲିକା ପ୍ରସ୍ତୁତ ହେବା ପରେ ଅଧିକ ସ୍ଥାନରେ ଖାଦ୍ୟ ବଣ୍ଟନ କରାଯିବାକୁ ଯୋଜନା ରଖାଯାଇଛି। ଆଜି(ସୋମବାର) ଭୁବନେଶ୍ବରସ୍ଥିତ ମାଷ୍ଟର କ୍ୟାଣ୍ଟିନରେ ଅର୍ନ୍ନପୂର୍ଣ୍ଣା କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ଗରିବ ଓ ଅନାହାର ମୁଠାଏ ଖାଇବା ପାଇ ପାରିବେ ବୋଲି ଆଶା ରଖିଛନ୍ତି ଏହାକୁ ପରିଚାଳନା କରୁଥିବା ସଂଗଠନ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.