ETV Bharat / city

Odisha Assembly: ମୁଲତବୀ ପ୍ରସ୍ତାବ, ଋଣଭାରରେ ବୁଡିଛି ଓଡିଶା, ଜବାବ ରଖିଲେ ଅର୍ଥମନ୍ତ୍ରୀ

ମୁଲତବୀ ପ୍ରସ୍ତାବରେ ବିରୋଧୀ ଉଠାଇଛନ୍ତି ଋଣ ଭାରରେ ବୁଡିଛି ରାଜ୍ୟ । ଏହାକୁ ନେଇ ଆଜି ବିଧାନସଭାରେ ଘମାଘୋଟ ଆଲୋଚନା ହୋଇଛି । ଯୋଜନା ନାଁରେ ସରକାର ରାଜ୍ୟବାସୀଙ୍କୁ ଋଣଭାରରେ ବୁଡ଼େଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ । ଯାହାର ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିକ ପଢନ୍ତୁ

OdishaAssembly
OdishaAssembly
author img

By

Published : Jul 26, 2022, 5:51 PM IST

ଭୁବନେଶ୍ବର: ମୁଲତବୀ ପ୍ରସ୍ତାବରେ ବିରୋଧୀ ଉଠାଇଛନ୍ତି ଋଣ ଭାରରେ ବୁଡିଛି ରାଜ୍ୟ । ଏହାକୁ ନେଇ ଆଜି ବିଧାନସଭାରେ ଘମାଘୋଟ ଆଲୋଚନା ହୋଇଛି । ଯୋଜନା ନାଁରେ ସରକାର ରାଜ୍ୟବାସୀଙ୍କୁ ଋଣଭାରରେ ବୁଡ଼େଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ । ଯାହାର ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଋଣ ଭାରରେ ରାଜ୍ୟ ବୁଡିନାହିଁ । 2005 ପରଠାରୁ ବଳକା ରାଜସ୍ବ ସ୍ଥିତାବସ୍ଥା ବଜାୟ ରଖିଛି ରାଜ୍ୟ । 2022 ମାର୍ଚ୍ଚ ସୁଦ୍ଧା 31 ସୁଦ୍ଧା ମୁଣ୍ଡ ପିଛା ଋଣ 22042 ଟଙ୍କା ରହିଥିବାବେଳେ ମୁଣ୍ଡ ପିଛା ଆୟ 1 ଲକ୍ଷ 27ହଜାର ଟଙ୍କା ରହିଛି । ମୁଣ୍ଡ ପିଛା ଋଣରେ ଓଡିଶା ନିମ୍ନ ଆଡୁ ଦ୍ଵିତୀୟ । ଋଣ ଭାରରେ ରାଜ୍ୟ ବୁଡିଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସ୍ତାବ ବାହିନୀପତିଙ୍କ ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶା ଏକ ବିକାଶଶୀଳ ରାଜ୍ୟ । ତେଣୁ ବିକାଶ ଧାରାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ପୁଞ୍ଜି ନିବେଶ ପାଇଁ ସୀମା ମଧ୍ୟରେ ରହି ଋଣ କରିବା ଏକ ଆବଶ୍ୟକତା । 2005 ମସିହାରେ ଆମେ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମ ପ୍ରଚଳନ କରିଛୁ । ଏହି ଅଧିନିୟମକୁ ଆମେ ପ୍ରତି ବର୍ଷ ଅକ୍ଷରେ ଅକ୍ଷରେ ପାଳନ ପୂର୍ବକ ରାଜ୍ୟର ଆର୍ଥିକ ପରିଚାଳନା କରିଛୁ । 2005-06 ଠାରୁ ପ୍ରତିବର୍ଷ ଆମେ ରାଜସ୍ବ ବଳକା ସୃଷ୍ଟି କରିଛୁ । FRBM ସୀମା ମଧ୍ୟରେ ରହି ଋଣ ଆହରଣ କରିଛୁ । ଆହରଣ କରାଯାଇଥିବା ଋଣକୁ ସମ୍ପୂର୍ଣ ରୂପେ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହାର କରିଛୁ । ଏହା ହିଁ ଶୃଙ୍ଖଳିତ ଆର୍ଥିକ ପରିଚାଳନର ନିୟମ । ଯାହା ପାଳନ କରିବାରେ ଓଡିଶ ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟ ଅଟେ । ଋଣ ଭାରର ପୋଷଣୀୟତା ମାପିବା ପାଇଁ ଦୁଇଟି ପରିମାପକର ବ୍ୟବସ୍ଥା କରାଯାଇଛି । ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ 25 ପ୍ରତିଶତ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ସୁଧ ଦେୟ ଓ ରାଜସ୍ବ ଆୟର ଅନୁପାତ 15 ପ୍ରତିଶତ ମଧ୍ୟରେ ରଖିବା ଆବଶ୍ୟକ । ଓଡିଶା ଋଣ ଭାର ଏହି ଦୁଇଟି ପରିମାପକ ପାଇଁ ଥିବା ସୀମା ଠାରୁ ଯଥେଷ୍ଟ ତଳେ ରହିଛି । ଆଗାମୀ ବର୍ଷ ମାନଙ୍କରେ ଆମେ ଏହି ସୀମା ମଧ୍ୟରେ ରହିବ ପାଇଁ ପ୍ରୟାସ ଜାରି ରଖୁବୁ ବୋଲି ମନ୍ତ୍ରୀ କହିଛନ୍ତି । 2021-22 ଶେଷରେ ରାଜ୍ୟର Debt - GSDP 15.2 ପ୍ରତିଶତ ରହିଛି । ସୁଧ ଦେୟ ଓ ରାଜସ୍ବ ଆୟର ଅନୁପାତ 4.1 ପ୍ରତିଶତରେ ସୀମିତ ରଖାଯାଇଛି । ଅର୍ଥ ପରିଚାଳନା ଓ ଋଣର ପୋଷନୀୟତା ବଜାୟ ରଖିବାରେ ଓଡିଶା ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟ ।

ଓଡିଶାର ମୁଣ୍ଡ ପିଛା ଋଣ ଭାଗ 22 ହଜାର 42 ଟଙ୍କା ହୋଇଥିବାରୁ ବିରୋଧୀ ଚିନ୍ତା ବ୍ୟକ୍ତ କରିଛନ୍ତି । ରାଜ୍ୟ ଅର୍ଥନୈତିକ ଅବସ୍ଥାରେ ଅଭିବୃଦ୍ଧି ହେବା ସହ ରାଜ୍ୟର ଋଣ ଧାରଣ କ୍ଷମତା ତଥା ମୁଣ୍ଡ ପିଛା ଋଣରେ ବୃଦ୍ଧି ପାଇବା ସ୍ବାଭାବିକ । ତେବେ ରାଜ୍ୟର ମୁଣ୍ଡ ପିଛା ଋଣର ପରିମାଣ 22,042 ଟଙ୍କା ପୋଷଣୀୟ ସ୍ତରରେ ରହିଛି ଯାହାକି ପୋଷଣୀୟତର ସମସ୍ତ ମାନଦଣ୍ଡକୁ ପୂରଣ କରୁଛି । ମୁଣ୍ଡ ପିଛା ଋଣକୁ ଅନ୍ୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସହ ତୁଳନାରେ ଓଡ଼ିଶାର ସ୍ଥିତି ପ୍ରାୟ ସମସ୍ତଙ୍କ ଠାରୁ ଭଲ ଅବସ୍ଥାରେ ଅଛି । ଭାରତୀୟ ରିଜର୍ଭ ବ୍ୟାଙ୍କର State Finances- A Study of Budgets 2021/22 ପୁସ୍ତକ ଅନୁଯାୟୀ ସମସ୍ତ ରାଜ୍ୟମାନଙ୍କର ମୁଣ୍ଡ ପିଛା ଋଣ 51 ହଜାର 31 ଟଙ୍କା ହୋଇଥିବା ବେଳେ କେବଳ କେନ୍ଦ୍ର ସରକାରଙ୍କର ମୁଣ୍ଡ ପିଛା ଋଣ 99 ହଜାର 8 ଶହ 16 ଟଙ୍କା । ମୁଣ୍ଡ ପିଛା ଋଣରେ ଓଡିଶା ସମଗ୍ର ଦେଶରେ ଦ୍ଵିତୀୟ ସର୍ବନିମ୍ନ । 1999-2000 ବର୍ଷରେ ରାଜ୍ୟର ମୁଣ୍ଡ ପିଛା ଋଣ 4,918 ଟଙ୍କା ଥିବା ବେଳେ ମୁଣ୍ଡ ପିଛା ଆୟ 13,012 ହଜାର ଟଙ୍କା ଥିଲା ।

ତେବେ 2021-22 ରେ ଆମ ରାଜ୍ୟର ମୁଣ୍ଡ ପିଛା ଋଣ 22,042 ଟଙ୍କା ହୋଇଥିବା ବେଳେ ରାଜ୍ୟର ମୁଣ୍ଡ ପିଛା ଆୟ 1 ଲକ୍ଷ 27 ହଜାର ଟଙ୍କାରେ ପହଞ୍ଚିଛି । ଏହି ସମୟ ଅବଧି ମଧ୍ୟରେ ରାଜ୍ୟର ମୁଣ୍ଡ ପିଛା ଋଣ 4.5 ଗୁଣା ହୋଇଥିବା ବେଳେ ମୁଣ୍ଡ ପିଛା ଆୟ 2.5 ଗୁଣା ହୋଇଛି । ଉଭୟ OMBADC ଏବଂ CAMPA Accounting Procedure ରେ ବ୍ୟବସ୍ଥା କରି ରାଜ୍ୟ ଖୋଲା ବଜାର ତୁଳନାରେ ପ୍ରାୟ 3 ପ୍ରତିଶତ କମ ସୁଧରେ ଏହି ପାଣ୍ଠିରୁ ଋଣ କରୁଛନ୍ତି । NABARD ଠାରୁ ମଧ୍ୟ ଋଣ କରି ବିଭିନ୍ନ ଗ୍ରାମୀଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ବାହ୍ୟ ଋଣକୁ ରାଜ୍ୟର ଋଣର 7 ପ୍ରତିଶତ ମଧ୍ୟରେ ସୀମିତ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.