ETV Bharat / city

ଦୃଷ୍ଟିବାଧିତ ଦମ୍ପତିଙ୍କ ଆଶାବାଡିକୁ କ୍ୟାନସର, ସହାୟତାର ହାତ ବଢାଇଲେ ସବ୍ୟ - ଦୃଷ୍ଟିବାଧିତ ଦମ୍ପତିଙ୍କ କ୍ୟାନସର ପୀଡିତ ଝିଅ

ବାପା ମା’ଙ୍କ ପରେ ଦୃଷ୍ଟିଶକ୍ତି ହରାଉଛି ଦେଢ ବର୍ଷର ଝିଅ । ଚିକିତ୍ସାରେ ଅର୍ଥ ବାଧକ ସାଜିଥିବାବେଳେ ସହାୟତାର ହାତ ବଢାଇଛନ୍ତି ଅଭିନେତା ସବ୍ୟସାଚୀ । ଅଧିକ ପଢନ୍ତୁ...

ଦୃଷ୍ଟିବାଧିତ ଦମ୍ପତିଙ୍କ ଆଶାର ବାଡିକୁ ସବ୍ୟଙ୍କ ସାହାଯ୍ୟ

author img

By

Published : Apr 12, 2021, 7:54 PM IST

Updated : Apr 12, 2021, 8:47 PM IST

ଭୁବନେଶ୍ବର: ଦୃଷ୍ଟିବାଧିତ ଯନ୍ତ୍ରଣାରେ ବାଲେଶ୍ବରର ଦମ୍ପତି । ଦୃଷ୍ଟିଶକ୍ତି ଯିବା ପରେ ମଧ୍ୟ ସେମାନେ ଧୈର୍ଯ୍ୟ ହରା ହୋଇନଥିଲେ । ସବୁ ପ୍ରତିକୂଳ ପରିସ୍ଥିତିକୁ ଉଭୟ କରୁଥିଲେ ସାମ୍ନା । କାରଣ ଝିଅ ଆଖିରେ ଦୁନିଆ ଦେଖିବାକୁ ଦେଖୁଥିଲେ ସ୍ବପ୍ନ । ଯିଏ ଦିନେ ବଡ ହୋଇ ସାଜିଥାନ୍ତା ଶ୍ରବଣ କୁମାର । ହେଲେ ଦେଢ ବର୍ଷର ଝିଅ, ଯିଏ ଦୁନିଆ ଦେଖିନି, ସେ ଆଜି ହରାଇବାକୁ ବସିଛି ଜ୍ୟୋତି ।

ଦୃଷ୍ଟିବାଧିତ ଦମ୍ପତିଙ୍କ ଆଶାର ବାଡିକୁ ସବ୍ୟଙ୍କ ସାହାଯ୍ୟ

ଭୁବନେଶ୍ବରରେ ରହୁଥିବା ଅଶୋକ ନାୟକ ଓ ସୁମିତ୍ରାଙ୍କ ଏକମାତ୍ର ଅନ୍ଧର ଲଉଡି ତାଙ୍କର ଦେଢ ବର୍ଷର ଝିଅ । ଝିଅର ହାତ ଧରି ବାପା ମା’ ସବୁ ଦୁଃଖ ଭୁଲାଇ ଦେବାକୁ ବସିଥିଲେ । ହେଲେ ବିଡମ୍ବନା, ଭଗବାନ ସେତିକି ବି ସହିଲେ ନାହିଁ । ଦେଢ ବର୍ଷର ଝିଅ ଏବେ କ୍ୟାନସର ସହ ଲଢେଇ କରୁଛି । ତାର ବାମ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଡାହାଣ ଆଖି ଏବେ 80 ପ୍ରତିଶତ ନଷ୍ଟ ହୋଇସାରିଛି ।

ରୋଜଗାର ପାଇଁ ବାଲେଶ୍ବରରୁ ଭୁବନେଶ୍ବର ଆସିଥିଲେ ଅଶୋକ ଓ ତାଙ୍କ ପତ୍ନୀ । ଏହାପରେ ପୁଣି ସେ ଭାଇଜାକରେ ଡାଟା ଏଣ୍ଟ୍ରି ଅପରେଟରରେ ଭାବେ କାମ କରୁଥିଲେ । ହେଲେ ମହାମାରୀ କୋରୋନା ଛଡାଇ ନେଲା ଚାକିରି । ଫଳରେ ଝିଅର ଚିକିତ୍ସା ପାଇଁ ଅର୍ଥ ଏବେ ପାଚେରୀ ଛିଡା କରିଛି ।

ଭୁବନେଶ୍ବର ଦୃଗମାଧବ ନଗର ବସ୍ତିରେ ରୁହନ୍ତି ଅଶୋକ ଓ ତାଙ୍କ ପତ୍ନୀ । ଦିନେ ଖେଳୁ ଖେଳୁ ଝିଅ ତଳେ ପଡିଯାଇଥିଲା । ମୁଣ୍ଡରେ ଆଘାତ ଲାଗି ଆଖିରେ ରକ୍ତ ଜମାଟ ବାନ୍ଧି ରହିଲା । ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଦେଖାଇଥିଲେ । ଦୀର୍ଘ 6 ମାସ ପରେ ଅଧିକ ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲରେ ଦେଖାଇଥିଲେ । ଝିଅକୁ ଆଖି କ୍ୟାନସର ହୋଇଥିବା ଜାଣିବାକୁ ପାଇଥିଲେ । କ୍ଷଣିକରେ ଚୂରମାର ହୋଇଯାଇଥିଲେ ସବୁ ଧୌର୍ଯ୍ୟ । ସହଯୋଗ ଓ ସହାୟତା ପାଇଁ ବାରଦ୍ବାର ନେହୁରା ହେଉଥିବାବେଳେ ଦେବଦୂତ ସାଜିଥିଲେ ଅଭିନେତା ସବ୍ୟସାଚୀ । ସବ୍ୟ ଝିଅର ଚିକିତ୍ସା ଦାୟିତ୍ବ ନେବା ସହ ଚାକିରି ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଆସନ୍ତା ବୁଧବାର ଝିଅର ଅସ୍ତ୍ରୋପଚାର କରାଯିବ ।

ଏହି ଘଟଣା ପରେ ଆମେ କହିପାରିବା ଯାହାର କେହି ନାହିଁ, ତାର ଅଛି ସବ୍ୟ ଭାଇ । ସତରେ ସବ୍ୟଙ୍କ ମହାନ କାର୍ଯ୍ୟ ବେଶ ପ୍ରଶଂସାଯୋଗ୍ୟ । ସେପଟେ ସରକାରଙ୍କ ତରଫରୁ ଦୃଷ୍ଟିବାଧିତ ଦମ୍ପତିଙ୍କୁ ଘର ଖଣ୍ଡେ ଯୋଗାଇଦେଲେ ଉପକୃତ ହୋଇପାରନ୍ତା ଏହି ପରିବାର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 12, 2021, 8:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.