ETV Bharat / city

ରାଜଧାନୀରେ 317 ନୂଆ କୋରୋନା ଆକ୍ରାନ୍ତ, 170 ସୁସ୍ଥ - ଭୁବନେଶ୍ୱର

ରାଜଧାନୀରେ ବଢ଼ିବାରେ ଲାଗିଛି କୋରୋନା ପଜିଟିଭ ସଂଖ୍ୟା। ରବିବାର ପୁଣି 317 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା 7332ରେ ପହଞ୍ଚିଛି । ଅନ୍ୟପକ୍ଷରେ 170 ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ରାଜଧାନୀରେ 317 ନୂଆ କୋରୋନା ଆକ୍ରାନ୍ତ, 170 ସୁସ୍ଥ

author img

By

Published : Aug 23, 2020, 6:23 PM IST

ଭୁବନେଶ୍ୱର: ରାଜଧାନୀରେ ବଢ଼ିବାରେ ଲାଗିଛି କୋରୋନା ପଜିଟିଭ ସଂଖ୍ୟା। ରବିବାର ପୁଣି 317 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା 7332ରେ ପହଞ୍ଚିଛି । ଅନ୍ୟପକ୍ଷରେ 170 ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ରାଜଧାନୀରୁ ରବିବାର ଚିହ୍ନଟ 317 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 206 ଚିହ୍ନଟ ହୋଇଥିବା ବେଳେ 205 ଜଣ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏଥିମଧ୍ୟରେ 111ଜଣ ସ୍ଥାନୀୟ ସଂକ୍ରମଣରୁ ଆକ୍ରାନ୍ତ ହୋଇଛନ୍ତି ।

ତେବେ କ୍ଵାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 12 ଜଣ ଆଚାର୍ଯ୍ୟ ବିହାର, 9 ଜଣ ସାଲିଆ ସାହି, 6 ଜଣ ୟୁନିଟ-6, 9 ଜଣ ରିଜର୍ଭ ପୋଲିସ କର୍ମଚାରୀ, 6 ଜଣ କଳିଙ୍ଗନଗର, 5 ଜଣ ଚିନ୍ତାମଣିଶ୍ୱର, 4 ଜଣ ଅଗ୍ନିଶମ ବିଭାଗର କର୍ମଚାରୀ, 4 ଜଣ ସହିଦ ନଗର, 4 ଜଣ ଜୟଦେବ ବିହାର, 5 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ରହିଛନ୍ତି ।

ସ୍ଥାନୀୟ ସଂକ୍ରମଣରୁ 111 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 4 ଜଣ ନୀଳାଦ୍ରି ବିହାର ଶାନ୍ତିବସ୍ତି, 4 ଜଣ ବାଣୀବିହାର ଅଂଚଳରୁ, 4 ଜଣ ଭିଜିଲାନ୍ସ କର୍ମଚାରୀ, 4 ଜଣ ୟୁନିଟ-6, 4 ଜଣ ଲକ୍ଷ୍ମୀସାଗର, 4 ଜଣ ଝାରପଡ଼ା, 5 ସାଲିଆ ସାହିରୁ ରହିଛନ୍ତି । ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା 7332 ହୋଇଥିବା ବେଳେ 4389 ଜଣ ସୁସ୍ଥ ଓ 2901 ଜଣ ସକ୍ରିୟ ରହିଛନ୍ତି । ସେହିପରି 33 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.