ETV Bharat / city

ହାତୀ ଆକ୍ରମଣରେ ଜଣେ ମୃତ - elephant attack

କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ନୂଆ ରୁଗୁଡ଼ି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : May 18, 2019, 6:09 AM IST

ଭଦ୍ରକ: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ନୂଆ ରୁଗୁଡ଼ି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ । ଗ୍ରାମର ଜଗନ୍ନାଥ ମଲିକ ଶୁକ୍ରବାର ସନ୍ଧ୍ୟାରେ ଶୌଚ ପାଇଁ ବାଡିକୁ ଯାଇଥିବାବେଳେ ଘଟିଥିଲା ଏହି ଅଘଟଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ତେବେ ଅନ୍ଧାର ଥିବାରୁ ସେଠାରେ ପୂର୍ବରୁ ଏକ ହାତୀ ଥିବା ଜଗନ୍ନାଥ ଦେଖିପାରି ନଥିଲେ। ଯାହାର ପରିଣାମ ସ୍ୱରୂପ ହାତୀ ତାଙ୍କୁ ଦଳି ଦେଇ ପଳାଇ ଯାଇଥିଲା। ଏନେଇ ସୂଚନା ପାଇ ପରିବାର ଲୋକେ ଗ୍ରାମବାସୀଙ୍କ ସହ ମିଶି ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଆଗରପଡା ମେଡିକାଲକୁ ନେଇଯାଇଥିଲେ।

ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଜୀବନ ଜୀବିକା ର ମାଧ୍ୟମ ପାଲଟିଛି ମାଟି ତଳର କନ୍ଦା । ତାହା ପୁଣି କୌଣସି ସାଧାରଣ ସ୍ଥାନରେ ନୁହେଁ, କେବଳ ଶୁଖିଆସୁଥିବା ପଦ୍ମ ପୋଖରୀରେ ହିଁ ଏହା ମିଳିଥାଏ ।ପଦ୍ମ ଫୁଲର ନାଡ ତଳକୁ ମାଟି ତଳେ ରହିଥାଏ ଏହି କନ୍ଦା । ଏହାକୁ ସ୍ଥାନୀୟ ଭାଷାରେ ପୂର୍ଣ୍ଣି କନ୍ଦା କୁହାଯାଏ ।

Body:ଖରାଦିନର ପଦ୍ମ ପୋଖରୀରୁ ପାଣି ଶୁଖିଆସୁଥିବା ବେଳେ କାଦୁଅ ପଙ୍କ ମଧ୍ୟରୁ ମିଳିଥାଏ ଏହି ପୂର୍ଣ୍ଣି କନ୍ଦା ।କେତେକ ଏହାକୁ ମହୁନାଡ ବୋଲି ମଧ୍ୟ କହିଥାନ୍ତି ।ମାଟି ତଳୁ ମିଳୁଥିବା ଏହି କନ୍ଦା ବୌଦ୍ଧ ଅଞ୍ଚଳଲୋକଙ୍କ ଅତ୍ୟନ୍ତ ପ୍ରିୟ ଖାଦ୍ୟ ।ଏହାକୁ କାଟି ଭଜା କିମ୍ବା ତରକାରୀ କଲେ ଅତ୍ୟନ୍ତ ସ୍ବାଦିଷ୍ଟ ଲାଗିଥାଏ ।ଫାଇଭର ଓ ମିନରାଲରେ ଭରପୂର ଏହି କନ୍ଦା ପେଟ ରୋଗ ପାଇଁ ମଧ୍ୟ ଅତ୍ୟନ୍ତ ଉପକାରୀ ।ପେଟ ଥଣ୍ଡା ନିମନ୍ତେ ମଧ୍ୟ ଏହାକୁ ବିଭିନ୍ନ ଶୈଳୀରେ ଲୋକେ ଖାଇଥାଆନ୍ତି । ପୂର୍ଣ୍ଣି ଗଜା କନ୍ଦା କୁ ଆପଣ ଖାଲି କଞ୍ଚା ରେ ଖାଇପାରିବେ ।

Conclusion:ବୌଦ୍ଧ ଜିଲ୍ଲାର ଜହ୍ନାପଙ୍କ ନିକଟସ୍ଥ ଚଣ୍ଡୀ ବନ୍ଧ ଠାରେ ପ୍ରତ୍ୟେକ ବର୍ଷ ଏଭଳି ପାଣି ଶୁଖିଯିବା ପରେ ସ୍ଥାନୀୟ ଗରିବ ଲୋକେ ଜୀବୀକା ଅର୍ଜନ ନିମନ୍ତେ ଏହି ପୂର୍ଣ୍ଣି କନ୍ଦା ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି ।କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ଜିଲ୍ଲାର ଆହୁରି ଅନେକ ସ୍ଥାନରେ ଏଭଳି ଏହି କନ୍ଦା କୁ ସଂଗ୍ରହ କରାଯାଇଥାଏ ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.