ETV Bharat / city

ଧରା ପୃଷ୍ଠକୁ ଓହ୍ଲାଇବେ ବିଘ୍ନ ବିନାଶକ, ମୂର୍ତ୍ତି ପ୍ରସ୍ତୁତରେ ନିମଗ୍ନ କାରିଗର - ଗଣେଶ ପୂଜା

ଚଳିତ ବର୍ଷ ବ୍ରହ୍ମପୁରରେ ଧୁମଧାମରେ ପାଳିତ ହେବ ଗଣେଶ ପୂଜା । ହାତରେ ଆଉ ମାତ୍ର କମ ସମୟ ଥିବାରୁ ମୂର୍ତ୍ତି ପ୍ରସ୍ତୁତିରେ ବ୍ୟସ୍ତ କାରିଗର । ସର୍ବସାଧାରଣରେ ପୂଜା ପାଇବେ ଗଜାନନ । ଅଧିକ ପଢନ୍ତୁ

ଧରା ପୃଷ୍ଠକୁ ଓହ୍ଲାଇବେ ବିଘ୍ନ ବିନାଶକ, ମୂର୍ତ୍ତି ପ୍ରସ୍ତୁତରେ ନିମଗ୍ନ କାରିଗର

author img

By

Published : Aug 26, 2022, 7:42 PM IST

ବ୍ରହ୍ମପୁର: ପାଖେଇ ଆସୁଛି ଗଣେଶ ପୂଜା । ବିଘ୍ନରାଜଙ୍କ ଧରାବତରଣ ପରେ ଚିକମିକ୍ ଆଲୁଅରେ ଝଲସିବ ଗାଁ ଠୁ ସହର, ଉତ୍ସବ ମୁଖର ହୋଇ ଉଠିବ ପରିବେଶ । ଗତ ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ଗଣେଶ ପୂଜା ଫିକା ପଡିଥିବା ବେଳେ ଚଳିତବର୍ଷ ସର୍ବସାଧାରଣରେ ପୂଜା ପାଇବେ ପାର୍ବତୀ ନନ୍ଦନ ଶ୍ରୀ ଗଜାନନ । ଗଣେଶ ପୂଜାକୁ ଆଉ ଖୁବ କମ ଦିନ ଥିବାରୁ ଏବେ ମୂର୍ତ୍ତି ପ୍ରସ୍ତୁତ କରିବାରେ ଦିନ ରାତି ଏକ କରି ଦେଇଛନ୍ତି କାରିଗର । ତୁଳି ଧରି ଲାଗି ପଡିଛନ୍ତି କାମରେ । କେଉଁଠି ଖଡି ରଙ୍ଗତ ଆଉ କେଉଁଠି ଚାଲିଛି ମୂର୍ତ୍ତି ତିଆରି ।

ଧରା ପୃଷ୍ଠକୁ ଓହ୍ଲାଇବେ ବିଘ୍ନ ବିନାଶକ, ମୂର୍ତ୍ତି ପ୍ରସ୍ତୁତରେ ନିମଗ୍ନ କାରିଗର

ଚଳିତ ବର୍ଷ ବ୍ରହ୍ମପୁରରେ ସର୍ବସାଧାରଣରେ ପୂଜା ପାଇବେ ଅଗ୍ରପୂଜ୍ୟ । ଏନେଇ କାରିଗର ମାନେ ମୂର୍ତ୍ତି କାର୍ଯ୍ୟରେ ନିଜକୁ ନିମଗ୍ନ କରିଦେଇଛନ୍ତି । କାରିଗରଙ୍କ ତୁଳିରେ ଜୀବନ୍ତ ହେଉଛନ୍ତି ପାର୍ବତୀ ନନ୍ଦନ । ଚଳିତଥର ବ୍ରହ୍ମପୁର ସହରରେ ଗଜାନନଙ୍କୁ ବିଭିନ୍ନ ରୂପ ଦିଆଯାଇଛି । ପୂଜା ମଣ୍ଡପ ଗୁଡିକରେ ତିରୁପତି ବାଲାଜି, ସାଇବାବା, ନୃସିଂହ ଅବତାର ଭଳି ମୂର୍ତ୍ତି ଆକର୍ଷଣୀୟ ରହିବ ବୋଲି କୁହାଯାଇଛି ।

ସର୍ବସାଧାରଣରେ ଗଣେଶ ପୂଜାକୁ ଅନୁମତି ମିଳିବା ପରେ କାରିଗର ମାନେ ମଧ୍ୟ ବେଶ ଖୁସି ଅଛନ୍ତି । ଛୋଟ ଛୋଟ ମୂର୍ତ୍ତି ପ୍ରସ୍ତୁତ କରୁଥିବା କାରିଗର ଚଳିତ ବର୍ଷ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ ମୂର୍ତ୍ତି ନିର୍ମାଣ କରି ବେଶ ଦୁଇ ପଇସା ରୋଜଗାର କରିପାରିଛନ୍ତି । ପାଞ୍ଚରୁ ସାତ ପ୍ରକାର ମାଟିକୁ ମିଶ୍ରଣ କରିବା ସହ ନଡା, ସୁତୁଲି,ରାସାୟନିକ ରଙ୍ଗବଦଳରେ ଆପୁଚି ଅଠା, ଖଡି କଲର ବ୍ୟବହାର କରି ବଡ ବଡ ମୂର୍ତ୍ତି ନିର୍ମାଣ କରୁଛନ୍ତି ।

ଏନେଇ ଜଣେ ମୂର୍ତ୍ତି କାରିଗର କହିଛନ୍ତି ଯେ, '' ଦିର୍ଘ ଦୁଇ ବର୍ଷ ପରେ ମୂର୍ତ୍ତିକାମ ମିଳିଥିବାରୁ ଆମେ ବହୁତ ଖୁସି ମଧ୍ୟ ଅଛୁ, ଏକ ମାସ ମଧ୍ୟରେ ଆମେ ଦେଢ ଶହ ମୂର୍ତ୍ତି ତିଆରି କରିଛୁ, କମ ଦିନ ଥିବାରୁ ରାତିରେ ମଧ୍ୟ ଅନିଦ୍ରା ରହି କାମ କରୁଛୁ'' ।

ଅନ୍ୟ ଜଣେ ମୂର୍ତ୍ତି କାରିଗର କହିଛନ୍ତି ଯେ, '' ୨ ବର୍ଷ ହେଲା କୋରୋନା କଟକଣା ଯୋଗୁଁ ବଡ ମୂର୍ତ୍ତି ହେଉନଥିଲା କିନ୍ତୁ ଚଳିତ ବର୍ଷ ବଡ ମୂର୍ତ୍ତିକୁ ଅନୁମତି ପରେ ଆମେ ଖୁସି ଅଛୁ ଓ କାମ କରିବାକୁ ମଜା ଲାଗୁଛି'' ।

ଏପରିକି ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ କିଭଳି ମୂର୍ତ୍ତି ପ୍ରସ୍ତୁତ କରିବେ ତାହାର ଫୋଟ ପ୍ରଦାନ କଲେ ତାହାକୁ ପ୍ରସ୍ତୁତ କରୁଛନ୍ତି କାରିଗର । ଚଳିତବର୍ଷ ୬ ଫୁଟରୁ ଆରମ୍ଭ କରି ୨୩ ଫୁଟ ପର୍ଯ୍ୟନ୍ତ ମୂର୍ତ୍ତି ବରାଦ ରହିଥିବା କହିଛନ୍ତି ମୂର୍ତ୍ତି କରିଗର । ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ପୂଜାମଣ୍ଡପରେ ବିଘ୍ନରାଜଙ୍କ ପୂଜା ପାଇଁ ପ୍ରମୁଖ ବଜାର ସମେତ ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି ଗଣେଶଙ୍କ ମୂର୍ତ୍ତି । ଛୋଟ ଓ ବଡ ମାଟି ମୂର୍ତ୍ତି ସହିତ ପ୍ଲାଷ୍ଟର ଅଫ୍ ପ୍ଲାରିସରେ ନିର୍ମିତ ସୁନ୍ଦର ସୁନ୍ଦର ମୂର୍ତ୍ତି ଷ୍ଟଲ ଗୁଡିକରେ ବିକ୍ରି ହେଉଛି । ୫୦ଟଙ୍କାରୁ ଆରମ୍ଭ କରି ଛଅ ହଜାର ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତିର ମୂଲ୍ୟ ରହିଛି । ଚଳିତ ବର୍ଷ ଖୁବ ଧୁମ୍ ଧାମ୍ ସହକାରେ ଗଣେଶ ପୂଜା ପାଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି ବ୍ରହ୍ମପୁରବାସୀ ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.