ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗ୍ରାମରେ ଅଘଟଣ । ମିଳିଥିବା ସୂଚନାନୁଯାୟୀ ନାଇକାଣୀପଲ୍ଲୀ ଗ୍ରାମର ବସନ୍ତ ସ୍ବାଇଁଙ୍କ ୧୩ ବର୍ଷର ବଡ ପୁଅ ରାଜେଶ ଓ ୧୦ ବର୍ଷର ସାନ ପୁଅ ଆକାଶ ଦୁଇ ଭାଇ । ଦୁହେଁ ମୋବାଇଲ ବ୍ୟାଟେରୀ ନେଇ ଘରେ ଖେଳୁ୍ଥିବା ସମୟରେ କୌଣସି ଅସାବଧାନତା କାରଣରୁ ହଠାତ ବ୍ୟାଟେରୀଟି ଫାଟି ଯାଇଥିଲା।
ଏହାଫଳରେ ଦୁଇ ଜଣଙ୍କ ହାତ, ଗୋଡ ଓ ଶରୀରର ବିଭିନ୍ନ ଅଂଶରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ଦୁହିଁଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଉଲ୍ଲେଖ ଥାଉ ଯେ,ଗତ କିଛି ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୋବାଇଲ ବ୍ୟାଟେରୀ ବିସ୍ଫୋରଣରେ ଅନେକ ଆହତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ