ETV Bharat / city

କୋଭିଡ କଟକଣାରେ ଗଞ୍ଜାମବାସୀ ପାଳିବେ ୭୪ ତମ ସ୍ବାଧୀନତା ଦିବସ

ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର କରି ଏକ ଶୃଙ୍ଖଳାଗତ ଭାବେ ପାଳନ କରିବାକୁ ସ୍ଥିର କରାଯାଇଛି । ଚଳିତ ବର୍ଷ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା, ସମ୍ମିଳୀତ ପ୍ୟାରେଡ୍ ରେ ଅଂଶ ଗ୍ରହଣ , ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...

author img

By

Published : Aug 9, 2020, 7:40 AM IST

କୋଭିଡ କଟକଣାରେ ଗଞ୍ଜାମବାସୀ ପାଳିବେ ୭୪ ତମ ସ୍ବାଧୀନତା ଦିବସ
କୋଭିଡ କଟକଣାରେ ଗଞ୍ଜାମବାସୀ ପାଳିବେ ୭୪ ତମ ସ୍ବାଧୀନତା ଦିବସ

ବ୍ରହ୍ମପୁର: କୋରୋନା କଟକଣାରେ କିଭଳି ପାଳନ ହେବ ସ୍ବାଧୀନତା ଦିବସ ସେନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ବାଧୀନତା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କୋରୋନା କଟକଣାରେ ଏଥରର ସ୍ବାଧୀନତା ଦିବସ ପାଳନ କରାଯିବ । ଚଳିତ ବର୍ଷ କାର୍ଯ୍ୟକ୍ରମଗୁଡିକ ଭାରତ ସରକାରଙ୍କ ପ୍ରଚଳିତ ନୀତି ଓ ନିର୍ଦ୍ଦେଶ ପ୍ରକାରରେ ପାଳନ କରିବାକୁ ଜିଲ୍ଲାପାଳ ଅମୃତା କୁଲାଙ୍ଗା ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ।

ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମ କୋଭିଡ ନିୟମ ଅନୁଯାୟୀ ପାଳନ କରାଯିବ । ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର କରି ଏକ ଶୃଙ୍ଖଳାଗତ ଭାବେ ପାଳନ କରିବାକୁ ସ୍ଥିର କରାଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଛତ୍ରପୁର ଅଞ୍ଚଳ ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସକାଳ 5ଟାରୁ ରାମଧୂନ ପୂର୍ବକ ଛତ୍ରପୁର ସହରର ପରିକ୍ରମା କରାଯିବ । ସମସ୍ତ ବେସରକାରୀ ଓ ସରକାରୀ ଅନୁଷ୍ଠାନମାନଙ୍କରେ ସକାଳ 8 ଟାରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ତିନିରୁ ଚାରି ଜଣ ଛାତ୍ରଛତ୍ରୀଙ୍କୁ ନେଇ 08.30 ସୁଦ୍ଧ ଶିକ୍ଷାନୁଷ୍ଠାନଗୁଡିକ ପତାକା ଉତ୍ତୋଳନ କରିବେ ।

ଚଳିତ ବର୍ଷ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା, ସମ୍ମିଳୀତ ପ୍ୟାରେଡ୍ ରେ ଅଂଶ ଗ୍ରହଣ, ସାଂସ୍କୃତିକ କାର୍ଯ୍ୟକ୍ରମ, କୌତୁକ କ୍ରୀଡା, ବହୁଭାଷୀ କବିତା ପାଠୋତ୍ସବ କୁ ସ୍ଥଗିତ ରଖାଯାଇଛି । ପୋଲିସ୍ ପ୍ୟାରେଡ୍ ପଡିଆ, ଛତ୍ରପୁର ଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ପୂର୍ବାହ୍ନ ଘ.୯.୧୫ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପ୍ୟାରେଡ୍ ବଦଳରେ ଚଳିତ ବର୍ଷ ଏ.ପି.ଆର୍. ଫୋର୍ସ, ଅଷ୍ଟମ ବାଟାଲିୟନ୍, ହୋମ୍ ଗାର୍ଡ ଓ ପୋଲିସ୍ ଘୋଷବାଦ୍ୟ ଦ୍ବାରା ଜାତୀୟ ପତାକାକୁ ସମ୍ମାନପୂର୍ବକ ଅଭିବାଦନ ଗ୍ରହଣ କରାଯିବ । ଜାତୀୟ ଦିବସକୁ ସ୍ମରଣୀୟ କରିବା ନିମନ୍ତେ ଅଗଷ୍ଟ ୧୫ ତାରିଖ ସଂଧ୍ୟା ସମୟରେ ସରକାରୀ ପ୍ରତିଷ୍ଠାନ ,ବ୍ୟାବସାୟିକ ପ୍ରତିଷ୍ଠାନ, ବିଭିନ୍ନ ବ୍ୟାଙ୍କ ଏବଂ ସହରର ଦୋକାନ ବଜାରରେ ଆଲୋକ ସଜ୍ଜା କରିବାପାଇଁ ସଂପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ଅନୁରୋଧ କରାଯାଇଛି।ଏହି ଅବସରରେ କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.