ETV Bharat / city

ଗଞ୍ଜାମରେ ବଡ ଧରଣର ବିସ୍ଫୋରଣ, ବିବାହ ଉତ୍ସବ ପାଇଁ ଥିବା ବାଣ ଫୁଟି ୭ ଗୁରୁତର ! - ବାଣ ଫୁଟି ଗୁରୁତର ହେବା ଖବର

ଗଞ୍ଜାମରେ ବଡ ଧରଣର ବିସ୍ଫୋରଣ । ବିବାହ ଉତ୍ସବ ପାଇଁ ରଖା ଯାଇଥିବା ବାଣ ଫୁଟି ୭ ଗୁରୁତର । ଅଧିକ ପଢନ୍ତୁ

ଗଞ୍ଜାମରେ ବଡ ଧରଣର ବିସ୍ଫୋରଣ, ବିବାହ ଉତ୍ସବ ପାଇଁ ଥିବା ବାଣ ଫୁଟି ୭ ଗୁରୁତର

author img

By

Published : Jun 15, 2022, 3:52 PM IST

Updated : Jun 15, 2022, 4:20 PM IST

ବ୍ରହ୍ମପୁର: ଗଞ୍ଜାମରେ ବଡ ଧରଣର ବିସ୍ଫୋରଣ । ବିବାହ କାର୍ଯ୍ୟ ପାଇଁ ଏକ ଘରେ ଥିବା ବାଣ ବିସ୍ଫୋରଣ ଘଟି ୭ ଜଣ ଗୁରୁତର । ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି । ଅନ୍ୟପଟେ ବିସ୍ଫୋରଣ ପ୍ରଭାବରେ ଗ୍ରାମର ୩ଟି ଘର ଭାଙ୍ଗିଯାଇଥିବା ସୂଚନା ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆବାଡି ଗ୍ରାମରେ ଶିଅଳ ସାହିରେ ଘଟିଛି ଏହି ଘଟଣା । ସ୍ଥାନୀୟ ଅଞ୍ଚଳରେ ଏକ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ରଖାଯାଇଥିବା ବାଣ ବିସ୍ଫୋରଣ ଘଟି ସାତ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗଞ୍ଜାମରେ ବଡ ଧରଣର ବିସ୍ଫୋରଣ, ବିବାହ ଉତ୍ସବ ପାଇଁ ଥିବା ବାଣ ଫୁଟି ୭ ଗୁରୁତର !

ବିସ୍ଫୋରଣର ପ୍ରଭାବରେ ଗ୍ରାମରେ ପ୍ରାୟ ତିନୋଟି ଘର ଭାଙ୍ଗି ଯାଇଥିବା ଜଣାପଡିଛି । ସେପଟେ ସୌଭାଗ୍ୟ ବଶତଃ ୨୮ ଦିନର ଶିଶୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ଘଟଣା ପରେ ଖବର ପାଇ ପୋଲିସ ବିସ୍ଫୋରଣ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପରିକି ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ମଧ୍ୟ ପହଞ୍ଚି କେଉଁ କାରଣରୁ ବିସ୍ଫୋରଣ ଘଟିଲା ସେନେଇ ତଦନ୍ତ କରୁଛି । ତେବେ ଘର ଭିତରେ ବାଣ ଗଚ୍ଛିତ ଥିବା ଯୋଗୁଁ ଏଭଳି ଘଟୁଥିବା ପୋଲିସ ଅନୁମାନ କରୁଛି ।

ଇଟିଭି ଭାରତ, ଗଞ୍ଜାମ

Last Updated : Jun 15, 2022, 4:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.