ETV Bharat / city

ବ୍ରହ୍ମପୁର ନିଗମ ବୈଠକ, ସହରର ଉନ୍ନତିକରଣ ପାଇଁ ୩୮ କୋଟି ଟଙ୍କାର ପ୍ରକଳ୍ପ

ବ୍ରହ୍ମପୁର ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ନିଗମର ବୈଠକରେ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଅଧିକ ପଢନ୍ତୁ...

author img

By

Published : Jan 23, 2021, 10:39 PM IST

Updated : Jan 24, 2021, 7:27 AM IST

ବ୍ରହ୍ମପର ନିଗମ ବୈଠକ
ବ୍ରହ୍ମପର ନିଗମ ବୈଠକ

ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ନିଗମର ବୈଠକରେ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସହରର ଉନ୍ନତିକରଣ ପାଇଁ ପ୍ରାୟ ୩୮ କୋଟି ଟଙ୍କାର ପ୍ରକଳ୍ପ ଚୁଡାନ୍ତ କରାଯାଇଛି ।

ବ୍ରହ୍ମପୁର ନିଗମ ବୈଠକ, ସହରର ଉନ୍ନତିକରଣ ପାଇଁ ୩୮ କୋଟି ଟଙ୍କାର ପ୍ରକଳ୍ପ

ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ନିଗମର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମହାନଗର ନିଗମର ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମନ୍ତେ ପ୍ରାୟ ୩୮ କୋଟି ଟଙ୍କାର ଏକ ବଜେଟ ସ୍ଥିର କରାଯାଇଛି ।

ସହରକୁ ସବୁଜ ସୁନ୍ଦର କରିବା ଲକ୍ଷ୍ୟରେ ଉନ୍ନତିମୂଳକ କାର୍ଯ୍ୟ ଗୁଡ଼ିକୁ ଆଗାମୀ ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ଟାର୍ଗେଟ ରଖାଯାଇଥିବା ବେଳେ ସହରର ରାସ୍ତା, ନାଳ,ପାର୍କ, ମାଛ ମାର୍କେଟ ଭଳି ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବା ପାଇଁ ଏହି ଅର୍ଥ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି ।

ଏପରିକି ରାମଲିଙ୍ଗମ୍ ପୋଖରୀ ପରି ଅନ୍ୟ ପୋଖରୀ ଗୁଡ଼ିକର ସୌନ୍ଦର୍ଯ୍ୟକରଣ ସଂପର୍କରେ ଆଲୋଚନା କରାଯାଇଛି । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, କମିଶନର ସିଦ୍ଧେଶ୍ଵର ବଳିରାମ ବନ୍ଦୋରଙ୍କ ନେତୃତ୍ଵରେ ଆୟୋଜିତ ବୈଠକରେ ନିଗମର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ, ଇଟିଭି ଭାରତ

Last Updated : Jan 24, 2021, 7:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.