ETV Bharat / city

ପୁଅର ଜୀବନ ପାଇଁ ମନ୍ଦିର ଆଗରେ ସାହାଯ୍ୟ ମାଗିଲେ ପିତାମାତା - ପୁଅର ଜୀବନ ପାଇଁ ଭିକ୍ଷା ମାଗିଲେ ପିତାମାତା

ଜନ୍ମର ୧୧ ମାସ ପରେ ବଢୁଛି ଶିଶୁପୁତ୍ରର ମୁଣ୍ଡ । ପୁଅର ଜୀବନ ପାଇଁ ମନ୍ଦିର ଆଗରେ ବସି ଭିକ୍ଷା ମାଗିଲେ ପିତାମାତା । ଆଜି ପବିତ୍ର ରାଧାଷ୍ଟମୀରେ ଏଭଳି କରୁଣ ଚିତ୍ର ବାଲେଶ୍ବର କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ପୁଅର ଜୀବନ ପାଇଁ ମନ୍ଦିର ଆଗରେ ବସି ଭିକ୍ଷା ମାଗିଲେ ପିତାମାତା

author img

By

Published : Sep 3, 2022, 7:27 PM IST

Updated : Sep 3, 2022, 8:29 PM IST

ବାଲେଶ୍ବର: ଆଜି ପବିତ୍ର ରାଧାଷ୍ଟମୀରେ ଚଳଚଞ୍ଚଳ ହୋଇ ଉଠିଥିଲା ରେମୁଣାର କ୍ଷୀରଚୋରା ଗୋପୀନାଥ ମନ୍ଦିର । ଭକ୍ତମାନେ ଦର୍ଶନ ପାଇଁ ଆସୁଥାନ୍ତି । ଏହି ଭିଡ଼ ଭିତରେ ଗଛ ମୂଳରେ ବସି ଅସହାୟ ବାପା ମାଆ ମାଗୁଥିଲେ ୧୧ ମାସ ଶିଶୁପୁତ୍ରର ଜୀବନ ଭିକ୍ଷା । ଏମିତି ଏକ କରୁଣ ଚିତ୍ର ଆଜି ଜିଲ୍ଲାର ରେମୁଣା ବ୍ଲକ କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ସାମ୍ନା ଗଛ ମୂଳରେ ଦେଖିବାକୁ ମିଳିଥିଲା ।

ପୁଅର ଜୀବନ ପାଇଁ ମନ୍ଦିର ଆଗରେ ସାହାଯ୍ୟ ମାଗିଲେ ପିତାମାତା

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା କେଶପୁରା ଗ୍ରାମର ସଞ୍ଜୟ ଦାସ ରାଜମିସ୍ତ୍ରୀ ଭାବେ ପରିବାର ପ୍ରତିପୋଷଣ କରନ୍ତି । ଏହାରି ଭିତରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା । ପୁଅ ହେବା ଖୁସିରେ ସମସ୍ତେ ଥିଲେ ବେଶ ମସଗୁଲ । ମାତ୍ର ୩ ମାସ ପରେ ପୁଅର ମୁଣ୍ଡ ଧୀରେଧୀରେ ବଢ଼ିବାରେ ଲାଗିଥିଲା । ପୁଅକୁ ଏକ ଘରୋଇ ହସ୍ପିଟାଲରେ ଦେଖାଇବା ପରେ ସେଠାରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ସୂଚନା ଦେଇଥିଲେ ।

ଏହା ବି ପଢନ୍ତୁ- ଗଣେଶ ପୂଜା ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ଧୀରେଧୀରେ ଶିଶୁପୁତ୍ରର ମୁଣ୍ଡ ଆହୁରି ଅଧିକ ବଢ଼ିବାରେ ଲାଗିବାରୁ ଶେଷରେ ବାପା ମାଆ ପିଲାକୁ ନେଇ କଟକ ବଡ଼ ମେଡିକାଲରେ ଦେଖାଇଥିଲେ । ସେଠାରେ ଡାକ୍ତର ପିଲାଟିର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେବାସହ ମାଗଣାରେ ଅସ୍ତ୍ରୋପଚାର କରାଇଥିଲେ । ନିୟମିତ ଔଷଧ ସେବନ ତଥା ପୁଣି କିଛିଦିନ ପରେ ଚେକଅପ୍‌ ପାଇଁ କଟକ ନେବାକୁ ପଡ଼ିବ । ମାତ୍ର ଗରିବ ବାପା ମାଆଙ୍କ ପାଖରେ ଔଷଧ ଖର୍ଚ୍ଚ ତୁଲାଇବା ପାଇଁ ସାମର୍ଥ୍ୟ ନଥିବାବେଳେ, କଟକ ନେଲେ ପୁଣି କେତେ ଖର୍ଚ୍ଚ ଆସିବ ସେ ଚିନ୍ତାରେ ପଡିଛନ୍ତି ।

ଶେଷରେ ନିରୁପାୟ ହୋଇ ଆଜି ଉଭୟ ପିତାମାତା କୁନି ପିଲାକୁ ଧରି କ୍ଷୀରଚୋରା ଗୋପୀନାଥଙ୍କ ଶରଣରେ ଜୀବନ ଭିକ୍ଷା ମାଗିଛନ୍ତି । ଏହାସହ ଗଛ ମୂଳରେ ବସି ଏକ ବ୍ୟାନର ଟାଣି ଦାନବାକ୍ସଟିଏ ଧରି ଲୋକଙ୍କୁ ଭିକ୍ଷା ମାଗିଥିଲେ । ଉପସ୍ଥିତ ଥିବା ସେଠାକାର ଲୋକେ ଅସହାୟ ପିତାମାତାଙ୍କୁ ଦାନ ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ଏ ଅସହାୟ ପିତାମାତାଙ୍କୁ ସରକାରୀ ସହାୟତାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି ।

ଯଦି କେହି ସହୃଦୟ ବ୍ୟକ୍ତି ଏହି ଅସହାୟ ପିତାମାତାଙ୍କୁ ସହଯୋଗ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କ ମୋବାଇଲ ନମ୍ବର 7873439327ରେ ଯୋଗାଯୋଗ କରିପାରିବେ ।

ଇଟିଭି ଭାରତ, ବାଲେଶ୍ବର

Last Updated : Sep 3, 2022, 8:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.