ETV Bharat / business

ଭଲ ରିଟର୍ଣ୍ଣ ଚାହୁଁଥିଲେ ବାଛନ୍ତୁ ୟୁନିଟ ଲିଙ୍କଡ ନିବେଶ ପ୍ଲାନ

author img

By

Published : Oct 16, 2022, 2:12 PM IST

ଆଜିକାଲି ନିବେଶର ଅନେକ ବିକଳ୍ପ ରହିଛି । ଏପରିସ୍ଥଳେ ଅଧିକ ରିଟର୍ଣ୍ଣ ପ୍ରଦାନକାରୀ ବିକଳ୍ପକୁ ହିଁ ବାଛିବା ଜରୁରୀ । ଅନେକ ଲୋକ ଦୀର୍ଘକାଳୀନ ବିନିଯୋଗ ପାଇଁ ୟୁନିଟ୍-ଲିଙ୍କଡ୍‌ ନିବେଶ ପଲିସି (ULIP)କୁ ବାଛନ୍ତି । କାରଣ ଏଥିରେ ଉଭୟ ନିବେଶ ଓ ଇନସ୍ୟୁରାନ୍ସ ସୁବିଧା ମିଳେ । ଅଧିକ ପଢନ୍ତୁ

ଭଲ ରିଟର୍ଣ୍ଣ ଚାହୁଁଥିଲେ ବାଛନ୍ତୁ ୟୁନିଟ ଲିଙ୍କଡ ନିବେଶ ପ୍ଲାନ
ଭଲ ରିଟର୍ଣ୍ଣ ଚାହୁଁଥିଲେ ବାଛନ୍ତୁ ୟୁନିଟ ଲିଙ୍କଡ ନିବେଶ ପ୍ଲାନ

ହାଇଦ୍ରାବାଦ: ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି କ୍ଷେତ୍ରରେ ଇକ୍ବିଟି ସର୍ବୋକୃଷ୍ଟ ନିବେଶ ପ୍ଲାନ ଅଟେ । ଇକ୍ବିଟିରେ ନିବେଶରୁ ଅନେକ ପ୍ରକାର ଲାଭ ମିଳିଥାଏ । ସେହିପରି ଅଧିକାଂଶ ଲୋକ ଦୀର୍ଘକାଳୀନ ନିବେଶ ଅଭିବୃଦ୍ଧି ପାଇଁ ୟୁନିଟ୍-ଲିଙ୍କଡ ନିବେଶ ପଲିସି(ULIPs)କୁ ବାଛନ୍ତି । ULIP(unit-linked investment policies)ରେ ଉଭୟ ନିବେଶ ଓ ଇନସ୍ୟୁରାନ୍ସ ସୁବିଧା ମିଳୁଥିବାରୁ ଏହା ନିବେଶକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇପାରିଛି । ତେବେ ମାର୍କେଟରେ ଅସ୍ଥିରତା ସମୟରେ ଲୋକମାନେ ଏହିଭଳି ପଲିସିରେ ନିବେଶ କରିବାକୁ ଅନାଗ୍ରହ ପ୍ରକାଶ କରନ୍ତି ଅବା ନିବେଶ ଯୋଜନାକୁ ସ୍ଥଗିତ ରଖୁଥିବା ଦେଖିବାକୁ ମିଳେ । କିନ୍ତୁ ମନେ ରଖିବା ଉଚିତ୍ ଯେ, ମାର୍କେଟରେ ପ୍ରବେଶ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ନଥାଏ । ଏହା ଏକ ଅନୁଶାସନ ଏବଂ ଦୀର୍ଘକାଳୀନ ପ୍ଲାନିଂ, ଯାହାକି ରିସ୍କ ଫ୍ୟାକ୍ଟର, ମାର୍କେଟରେ ଶିଥିଳତା ଏବଂ ଆର୍ଥିକ ଚାପ ଭିତରେ ମଧ୍ୟ ନିବେଶକଙ୍କୁ ଭଲ ରିଟର୍ଣ୍ଣ ଦେଇଥାଏ ।

ଆଜିକାଲି ନିବେଶର ଅନେକ ବିକଳ୍ପ ରହିଛି । ତେଣୁ ଅଧିକ ରିଟର୍ଣ୍ଣ ପ୍ରଦାନକାରୀ ବିକଳ୍ପକୁ ହିଁ ବାଛିବା ଜରୁରୀ । ଏହି କ୍ଷେତ୍ରରେ ୟୁନିଟ୍-ଲିଙ୍କଡ ନିବେଶ ପଲିସି(ULIPs) ଲୋକଙ୍କ ପସନ୍ଦ ହୋଇପାରିଛି । ଯେଉଁମାନେ ଦୀର୍ଘକାଳୀନ ବିନିଯୋଗରେ ଭଲ ରିଟର୍ଣ୍ଣ ଚାହୁଁଛନ୍ତି ସେମାନେ ୟୁଲିପ ବିକଳ୍ପ ଚୟନ କରିବା ଉଚିତ୍ । କାରଣ ଏଥିରେ ଅନେକ ପ୍ରକାର ସୁବିଧା ରହିଛି । ବର୍ତ୍ତମାନ ସମୟରେ ULIP ବୀମା, ଟ୍ୟାକ୍ସ ଛାଡ ବ୍ୟତୀତ ଆହୁରି ଅନେକ ଫାଇଦା ପ୍ରଦାନ କରୁଛି । ଏହା ପଲିସିଧାରକଙ୍କୁ ନିଜର ନିବେଶ ଓ ସୁରକ୍ଷା ପ୍ଲାନକୁ ସୁହାଇବା ଭଳି ଫଣ୍ଡ ଚୟନ କରିବାକୁ ଅଧିକାର ଦିଏ । ଏହାବ୍ୟତୀତ ବୀମା କମ୍ପାନୀଗୁଡିକ ଫ୍ରି ସୁଇଚିଂ ପ୍ଲାନ(free switching facility) ଆଦି ସୁବିଧା ପ୍ରଦାନ କରନ୍ତି । ଅର୍ଥାତ୍ ନିଜର ପ୍ରଚଳିତ ପଲିସି ମଧ୍ୟରେ ରିଟର୍ଣ୍ଣ ବଢାଇବା ପାଇଁ ନିବେଶକ ନୂଆ ନିବେଶ ପ୍ଲାନ ଆପଣାଇ ପାରିବେ । ଗୋଟିଏ ପଲିସିର ମ୍ୟାଚୁରିଟି ପରେ ହିଁ ଏହିସବୁ ଲାଭଗୁଡିକ ହାସଲ କରାଯାଇ ପାରିବ ।

ନିଜର ଆୟ ଏବଂ ବ୍ୟୟକୁ ବିଚାର କରି ULIPରେ ପ୍ରିମିୟମ ନିର୍ଦ୍ଧାରିତ କରାଯାଇ ପାରିବ । ୟୁଲିପି ପ୍ଲାନରେ ନିର୍ଦ୍ଧାରିତ ସମୟରେ ପ୍ରିମିୟମ ପୈଠ କରିବା ଦ୍ବାରା ଭଲ ରିଟର୍ଣ୍ଣ ମିଳିଥାଏ । ପ୍ଲାନର ମ୍ୟାଚୁରିଟି ପରେ ପଲିସିଧାରକ ନିଜ ଇଚ୍ଛାନୁସାରେ ସମ୍ପୂର୍ଣ୍ଣ ରାଶି କ୍ଲେମ୍ କରିପାରିବେ ଅଥବା କିସ୍ତିରେ ଉଠାଣ କରିପାରିବେ । ଏହାସହିତ ପ୍ଲାନର ମ୍ୟାଚୁରିଟି ପରେ ମଧ୍ୟ ବଜାରରେ ଏହି ନିବେଶ ଜାରି ରଖି ଆୟ ଅର୍ଜନ କରିପାରିବେ । ଏହିପରି ଭାବେ ଜଣେ ଅଧିକ ରିଟର୍ଣ୍ଣ ପାଇପାରିବ । ଯଦି ନିଶ୍ଚିତ ରିଟର୍ଣ୍ଣ ପାଇବାକୁ ଚାହାନ୍ତି ତେବେ ଦୀର୍ଘ ସମୟ ଯାଏଁ ନିବେଶ ଜାରି ରଖିବା ଉଚିତ୍ । ULIP ଗୁଡିକ ସାଧାରଣତଃ ଦୀର୍ଘକାଳୀନ ଯୋଜନା ଅଟେ ।

ଏହାମଧ୍ୟ ପଢନ୍ତୁ: ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ, ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଯଦି ଆମେ ନିଶ୍ଚିତ ରିଟର୍ଣ୍ଣ ପାଇବାକୁ ଚାହୁଁ, ତେବେ ଆମେ ଲମ୍ବା ସମୟ ଯାଏଁ ନିବେଶ ଜାରି ରଖିବା ଉଚିତ୍ | ULIP ସାଧାରଣତଃ ଦୀର୍ଘକାଳୀନ ଯୋଜନା ଅଟେ । ଆୟକର ଅଧିନିୟମର ଧାରା 80C ଏକ ନିର୍ଦ୍ଦିଷ୍ଟ ସୀମା ଯାଏଁ ୟୁନିଟ୍-ଲିଙ୍କଡ ନିବେଶ ପଲିସିରେ ଦିଆଯାଇଥିବା ପ୍ରିମିୟମକୁ ଛାଡ କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.