ETV Bharat / business

ଧନତେରସ ପ୍ରସ୍ତୁତି: ଗହଣା ମେକିଂ ଚାର୍ଜରେ 50 ପ୍ରତିଶତ ରିହାତି - gold discount

ଦାମ ଆକାଶଛୁଆଁ ହେଲେ ଗ୍ରାହକ ହାଲୁକା ଗହଣା କିଣିବାକୁ ପସନ୍ଦ କରନ୍ତି । ଏହାକୁ ନଜରରେ ରଖି ମେକିଙ୍ଗ ଚାର୍ଜରେ ରିହାତି ନେଇ ଅଫର ଦେଉଛନ୍ତି ବେପାରୀ ।

ପ୍ରତିକାତ୍ମକ ଫଟୋ
author img

By

Published : Oct 21, 2019, 7:25 PM IST

ନୂଆଦିଲ୍ଲୀ: ଆଉ କେଇଟା ଦିନ ପରେ ଧନତେରସ । ପରମ୍ପରା ଅନୁଯାୟୀ ସୁନା-ରୂପା କିଣିବାକୁ ଚାହିଁବସିଛନ୍ତି ଲୋକେ । ଏନେଇ ଭାରତୀୟ ସରଫରା ବଜାରରେ ମଧ୍ୟ ବିଶେଷ ପ୍ରସ୍ତୁତି କରାଯାଇଛି ।

ଦାମ ଆକାଶଛୁଆଁ ହେଲେ ଗ୍ରାହକ ହାଲୁକା ଗହଣା କିଣିବାକୁ ପସନ୍ଦ କରନ୍ତି । ଏହାକୁ ନଜରରେ ରଖି ମେକିଂ ଚାର୍ଜରେ ରିହାତି ନେଇ ଅଫର ଦେଉଛନ୍ତି ଦେଉଛି ବେପାରୀ । ଦେଶର ବିଭିନ୍ନ ରାଜ୍ୟରେ ଏ ନେଇ ବିଶେଷ ଅଫର ଦିଆଯାଉଛି। ଗହଣା କିଣା ନେଇ ମେକିଂ ଚାର୍ଜ ଉପରେ ଜୟପୁରରେ 15ରୁ 25 ପ୍ରତିଶତ ଅହମ୍ମଦାବାଦରେ 50 ପ୍ରତିଶତ ଆଦି ଡିସକାଉଣ୍ଟ ରହିଛି ।

ଗତ ମାସରେ ଦେଶର ସରଫରା ବଜାରରେ 10 ଗ୍ରାମ ସୁନା 40 ହଜାର ଟପିଥିବା ବେଲେ ରୂପା କିଲୋ 50 ହଜାର ଡେଇଁଥିଲା ।

ଜେମ ଆଣ୍ଡ ଜ୍ବେଲରୀ ଟ୍ରେଡ କାଉନସିଲ ଅଫ ଇଣ୍ଡିଆ(ଜିଜେଟିସିଆଇ)ର ପ୍ରେସିଡେଣ୍ଟ ଶାନ୍ତି ଭାଇ ପଟେଲ କହିଛନ୍ତି ଯେ, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଗହଣା କାରବାରୀମାନେ ଭଳିକି ଭଳି ଡିସକାଉଣ୍ଟ ଆଣିଛନ୍ତି । ତେବେ ଚଳିତ ବର୍ଷ ହାଲୁକା ଗହଣା ସହ ରୂପାର ମୁଦ୍ରା ମଧ୍ୟ ଅଧିକ ବିକ୍ରି ନେଇ ଆଶା ରହିଛି ।

ନିକଟରେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା-ରୂପା ଦର ହ୍ରାସ ପରେ ଘରୋଇ ବଜାରରେ ମଧ୍ୟ ମହାଙ୍ଗା ଧାତୁ ଦାମ କମିଛି ।

ଦେଶର ପ୍ରମୁଖ ସରଫରା ବଜାର ଅହମ୍ମଦାବାଦରେ 10 ଗ୍ରାମ 22 କ୍ୟାରେଟ ସୁନା ଦାମ 39,410 ଟଙ୍କା ଓ 24 କ୍ୟାରେଟ 39,540 ଟଙ୍କା ଅଛି । ଏଦି ଦରରେ ଜିଏସଟି ମଧ୍ୟ ସାମିଲ ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.