ETV Bharat / business

ରେକର୍ଡ ଭାଙ୍ଗିଲା ସୁନା ଦର, 10 ଗ୍ରାମକୁ ଟପିଲା 44 ହଜାର

author img

By

Published : Feb 25, 2020, 5:06 PM IST

ରେକର୍ଡ ଭାଙ୍ଗିଲା ସୁନା ଦର । 10 ଗ୍ରାମକୁ ଟପିଲା 44 ହଜାର । ଅଧିକ ପଢନ୍ତୁ...

corona virus effect on gold market
ରେକର୍ଡ ଭାଙ୍ଗିଲା ସୁନା ଦର

ନୂଆଦିଲ୍ଲୀ: ରେକର୍ଡ ଭାଙ୍ଗିଲା ସୁନା ଦର । ଭାରତରେ ସୁନା ଦର ପ୍ରତି 10 ଗ୍ରାମକୁ 44 ହଜାର ଟଙ୍କା ଟପିଛି । ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଅନ୍ତର୍ଜାତୀୟ ମାର୍କେଟରେ ସୁନା ମୂଲ୍ୟର 2.5 ପ୍ରତିଶତ ବୃଦ୍ଧି ପାଇଛି।

ରେକର୍ଡ ଭାଙ୍ଗିଲା ସୁନା ଦର

ଗତ 7 ବର୍ଷ ମଧ୍ୟରେ ସବୁଠୁ ଉଚ୍ଚରେ ପହଞ୍ଚିଛି ସୁନା ଦର । ଦିଲ୍ଲୀରେ 24 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 44 ହଜାର 150 ଟଙ୍କା ରହିଛି । ଠିକ ସେହି ଭଳି ଗୁଜୁରାଟର ଅହମଦାବାଦରେ ସୁନା ଦର 44 ହଜାର 500 ଟଙ୍କା ରହିଛି । ଚୀନରେ କରୋନା ଭାଇରସକୁ ନେଇ ସୁନା ମାର୍କେଟରେ ଏଭଳି ବୃଦ୍ଧି ହୋଇଥିବା କୁହାଯାଉଛି ।

କେବଳ ସୁନା ନୁହେଁ ରୂପା ଦର ମଧ୍ୟ ବଢ଼ିବାରେ ଲାଗିଛି । ବର୍ତ୍ତମାନ ରୂପାରେ 0.58 ପ୍ରତିଶତ ବୃଦ୍ଧି ହୋଇ କିଲୋ ପିଛା 48 ହଜାର ଟଙ୍କା ପାର ହୋଇଛି । ନିବେଶକଙ୍କ ଅନୁସାରେ ଆଗକୁ ସୁନା ଓ ରୂପା ଦର ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.