ETV Bharat / business

ଭାରତକୁ ଆମେରିକାର ଧମକ, ତେଲ ଆମଦାନୀ ଉପରେ ଲଗାଇଲା କଟକଣା - oil

ଭାରତକୁ ଆମେରିକାର ଧମକ । ବିଶ୍ବର ସର୍ବବୃହତ୍ତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଭେନେଜୁଏଲାରୁ ତେଲ ନ କିଣିବାକୁ ରୋକଠୋକ ଚେତାବନୀ ଦେଇଛି ଆମେରିକା ।

ଡିଜାଇନ ଫଟୋ
author img

By

Published : Feb 14, 2019, 5:38 PM IST

ନୂଆଦିଲ୍ଲୀ: ଭାରତକୁ ଆମେରିକାର ଧମକ । ବିଶ୍ବର ସର୍ବବୃହତ୍ତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଭେନେଜୁଏଲାରୁ ତେଲ ନ କିଣିବାକୁ ରୋକଠୋକ ଚେତାବନୀ ଦେଇଛି ଆମେରିକା । ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗାଦିରୁ ହଟାଇବା ପାଇଁ ଆମେରିକା ଚଲାଇଛି ତୈଳ ଗୋଟି ।

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ସର୍ବବୃହତ୍ତ ତେଲ ଖଣି ରାଷ୍ଟ୍ର ଭେନେଜୁଏଲ । ହେଲେ ଏହି ରାଷ୍ଟ୍ରରୁ ତେଲ କିଣିବାକୁ ସମସ୍ତ ରାଷ୍ଟ୍ର ଉପରେ କଟକଣା ଲଗାଉଛି ଆମେରିକା । ଏ ନେଇ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଜନ ବୋଲଟନ ଟ୍ବିଟ କରିଛନ୍ତି ଯେ, ଯଦି କୌଣସି ଦେଶ କିମ୍ବା ବ୍ୟକ୍ତି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଚୋରି(ଦେଶ ସମ୍ପତ୍ତି, ତେଲ)କୁ ସମର୍ଥନ କରିବେ, ତେବେ ଆମେରିକା ସେମାନଙ୍କୁ ଭୁଲିବ ନାହିଁ ।

ଏପରି ଘଡିସନ୍ଧି ମୁହୁର୍ତ୍ତରେ ଆମେରିକାର ଏହି ଟ୍ବିଟ ଭେନେଜୁଏଲା ସମେତ ସମସ୍ତ ରାଷ୍ଟ୍ର ପାଇଁ ଚିନ୍ତା ବଢାଇଦେଇଛି । କାରଣ ଭେନେଜୁଏଲର ଭଣ୍ଡାର କେବଳ ତେଲ ଦ୍ବାରା ଭରିଥାଏ । ହେଲେ ଆମେରିକାର ତାଗିଦ ପରେ ଏହି ଦେଶକୁ 20 ଅରବ ଡାଲାର କ୍ଷତି ସହିବାକୁ ପଡିଛି । ଫଳରେ ଦେଶର ଅର୍ଥନୀତି ବୁଡିବାକୁ ବସିଛି ।

ପ୍ରକାଶ ଥାଉ ଯେ, ଭେନେଜୁଏଲା ଭାରତକୁ ଅଧିକ ତେଲ ବିକ୍ରି କରିବାକୁ ଚାହୁଁଛି । ଏନେଇ ଖବର ପ୍ରସାରିତ ହେବା ପରେ ଆମେରିକା ଅସ୍ଥିର ହୋଇପଡି ସମସ୍ତ ଦେଶ ଉପରେ କଟକଣାର ପାହାଡ ଲଦି ଦେଇଛି ।

undefined

ଏଥିରେ ପ୍ରତିକ୍ରିୟା ଦେଇ ଭେନଜୁଏଲର ତେଳ ମନ୍ତ୍ରୀ ମାନୁଏଲ କୁଏଭେଡୋ କହିଛନ୍ତି ଯେ, ଭାରତ ସହିତ ସମ୍ପର୍କ ଜାରି ରହିଛି । ଏହି ପରିସରକୁ ଆମେ ଆଗକୁ ଆହୁରି ବଢାଇବୁ । ଭାରତ ସହ ଆମେ ଆମର କାରବାର ସୁଦୃଢ଼ କରିବାକୁ ଚାହୁଁଛୁ ।

ସୂଚନା ମୁତାବକ, ଭେନେଜୁଏଲା ପ୍ରତିଦିନ 15.7 ଲକ୍ଷ ବ୍ୟାରେଲ ତେଲ ଉତ୍ପାଦନ କରିଥାଏ । ସେହି ତେଲକୁ ଆମେରିକା, ଚୀନ ସମେତ ଭାରତ ଅଧିକ କିଣିଥାନ୍ତି । କିନ୍ତୁ ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋଙ୍କ ରାଷ୍ଟ୍ରପତିତ୍ବକୁ ନାପସନ୍ଦ କରି ତାଙ୍କୁ ଗାଦିରୁ ହଟାଇବା ପାଇଁ ଆମେରିକା ଏପରି ତେଲ କିଣା ପରେ ପ୍ରତିବନ୍ଧକ ଲଗାଇଛି ।

ଏପଟେ 2014 ପରଠାରୁ ଭେନେଜୁଏଲା ଅର୍ଥନୀତି ସଙ୍କଟ ଦେଇ ଗତି କରୁଛି । ଏପରି ସ୍ଥିତିରେ ତେଲ ରପ୍ତାନୀ ନ ହେଲେ ରାଜସ୍ବ କେଉଁଠୁ ଆସିବ ବୋଲି ସମସ୍ୟା ଉପୁଜିଛି । ଅନ୍ୟପଟେ ତେଲ ଆମଦାନୀ ବନ୍ଦ କଲେ ଭାରତକୁ ମଧ୍ୟ ଅଧିକ କ୍ଷତି ହୋଇପାରେ ବୋଲି ଆଶଙ୍କା ରହିଛି । କାରଣ ଦେଶକୁ ଯୋଗାଣ କମିଲେ ତେଲ ଦର ମଧ୍ୟ ବୃଦ୍ଧି ପାଇବ ବୋଲି ଭାରତ ପୂର୍ବାନୁମାନ କରିପାରୁଛି ।

Slug : OD_KPT_Food Security  _Santakar_8-2-19
ଖାଦ୍ୟ ନିରାପତ୍ତା ଅଭିଯାନ ରେ ସମସ୍ତଙ୍କ ପାଖରେ ଖାଦ୍ୟ ପହୁଞ୍ଚାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନଏଫଏସଏ)ଓ ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସଏଫଏସଏସ ) ରେ କୋରାପୁଟ ଜିଲ୍ଲାର ଗରିବ ଲୋକଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ ହୋଇଥିବା ଖାଉଟି କାର୍ଡ ପ୍ରଦାନ କରାଯାଇଥିବା , ଉପଖଣ୍ଡିୟ ଯୋଗାଣ ଅଧିକାରୀ ଗଣେଶ୍ୱର ଚୌଧୁରୀ ଜଣାଇଛନ୍ତି ।ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୫,୯୫୯ ଜଣ ଆବେଦନକାରୀଙ୍କ ମଧ୍ୟରୁ ୨୭,୯୧୧ ଜଣଙ୍କୁ ଖାଉଟି କାର୍ଡ ଦିଆଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ମଧ୍ୟ ୩,୩୯,୪୩୭ ଜଣଙ୍କୁ ଖାଉଟି କାର୍ଡ ଯୋଗାଇ ଦିଆଯାଇଥିବା ସେ ଜଣାଇଛନ୍ତି ।  ଗରିବ , ନିଃସହାୟ , ବୟସ୍କ ମାନେ ଯେମିତି ଅସୁବିଧାରେ ନ ପଡନ୍ତି ସେଥିପାଇଁ ଉପଭୋକ୍ତାଙ୍କ ଘରୁ ଦୁଇ କିଲୋମିଟର ଦୂରରେ ଖାଦ୍ୟ ଯୋଗାଣ କେନ୍ଦ୍ର ସ୍ଥାପନା କରାଯାଇଛି ବୋଲି ସେ ଜଣାଇଛନ୍ତି । 
ତେବେ ବାସ୍ତବ ଚିତ୍ର ପରଖିବା ପାଇଁ କୋରାପୁଟ ବ୍ଲକ ର ମହାଦେଇପୁଟ ପଂଚାୟତର ଯୋଗାଣ ବ୍ୟବସ୍ଥା ଓ ଲିଟିଗୁଡା ଗ୍ରାମରେ ଖାଉଟିଙ୍କ ଅବସ୍ଥା ଦେଖିବା ପାଇଁ ଯାଇଥିବା ବେଳେ  ସରକାରୀ ନୀତି ଓ ବାସ୍ତବିକତା ମଧ୍ୟରେ ଥିବା ଫରକ ସାମ୍ନାକୁ ଆସିଛି । ପଂଚାୟତ ର ଯୋଗାଣ ବ୍ୟବସ୍ଥାକୁ ସୁପରିଚାଳିତ କରିବା ପାଇଁ ଖାଉଟି କାର୍ଡ ଗୁଡିକରେ ବାର କୋଡ଼ ଲଗାଇ ଦିଆଯାଇଛି । କିନ୍ତୁ ଏହି ପଂଚାୟତରେ ଦିଆଯାଇଥିବା ବାର କୋଡ଼ ରିଡିଙ୍ଗ ମେସିନ ଆରମ୍ଭରୁ ଖରାପ ହୋଇଥିବା ଯୋଗୁଁ ସବୁ କାର୍ଡ ଗୁଡିକୁ ବାର କୋଡ଼ ରିଡର ମାଧ୍ୟମରେ ଲିପିବଦ୍ଧ କରିବା ସମ୍ଭବପର ହେଉନାହିଁ । ତେବେ ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଚି ବୋଲି ପଂଚାୟତ ଅଧିକାରୀ ସୁରେଶ ପଟନାୟକ ଜଣାଇଛନ୍ତି ।

ସରକାରୀ ଯୋଜନା ଅନୁଯାଇ ଖାଉଟି ଦୁଇ କିଲୋମିଟର ଦୂରରେ ଖୁଚୁରା ଖାଦ୍ୟ  ବିତରଣ କେନ୍ଦ୍ର ରହିବାର ବ୍ୟବସ୍ଥା କଥା ଚିନ୍ତା କରାଯାଇଥିବା ବେଳେ ଏହି ପଞ୍ଚାୟତକୁ ଲିଟିଗୁଡା ଭଳି ୭-୮ କିଲୋମିଟର ଦୂରରେ ଥିବା ଗ୍ରାମରୁ ଖାଉଟି ଆସିବାକୁ ପଡୁଥିବା ଯୋଗୁଁ ଏକ ଟଙ୍କାରେ କିଲେ ଚାଉଳ ସହ  ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ଉଠାଇବା ପାଇଁ  ଖାଉଟିକୁ କିଲୋ ପିଛା  ପ୍ରାୟ ୨୪ ଟଙ୍କାର ଖର୍ଚ୍ଚ ଉଠାଇବାକୁ ପଡୁଛି ବୋଲି ମହାଦେଇପୁଟ ପଂଚାୟତରେ ଖାଦ୍ୟସୁରକ୍ଷା ଓ ଅନ୍ୟାନ୍ୟ ବିଷୟରେ କାର୍ଯ୍ୟ କରୁଥିବା ଆଦିବାସୀ ସ୍ବେଛାସେବୀ ସୁରେନ୍ଦ୍ର ମସ୍ତି ଅଭିଯୋଗ କରିଛନ୍ତି । ସେମାନେ ଅଟୋ ଭଡା ଦେବା ସହିତ ନିଜର ଗୋଟାଏ ଦିନର ମଜୁରୀ ମଧ୍ୟ ହରାଉଛନ୍ତି । ତେଣୁ ଯେତେପର୍ଯ୍ୟନ୍ତ ସେମାନଙ୍କୁ ସେମାନଙ୍କ ଗାଁରେ ଚାଉଳ ବଣ୍ଟନ କରାଯାଇନାହିଁ ସେଯାଏଁ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ଏକ ସ୍ବପ୍ନ ହୋଇ ରହିଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
  ଲିଟିଗୁଡା ଗ୍ରାମର ମଣି ଡଙ୍ଗରି ଓ ବୟସ୍କା ମହିଳା ଘାସନ ହଲବା ଖାଉଟି କାର୍ଡ ପାଇଁ ଅନୁରୋଧ କରି ପ୍ରତିଶ୍ରୁତି ପାଇଥିଲେହେଁ ଏ ଯାଏଁ ତାହା ମିଳିନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ଆଉ ଏକ ଆଦିବାସୀ ପରିବାରରେ ପୁଅ ବାହା ହୋଇଗଲା ପରେ ଅଲଗା ଘର କରିଥିବା ଯୋଗୁଁ ମାଙ୍କ କାର୍ଡ଼ରୁ ନିଜ ନାମକୁ ବାଦ ଦେଇ ନୂତନ କାର୍ଡ ଦେବା ପାଇଁ ପଂଚାୟତରେ ଅନୁରୋଧ କରିଥଲେ । କିନ୍ତୁ ମାଙ୍କ କାର୍ଡରୁ ପୁଅର ନାଁ ସିନା କଟିଗଲା ପାଂଚ ମାସ ବିତି ଯାଇଥିଲେ ବି ପୁଅ ନାଁରେ ନୂଆ କାର୍ଡ ଆସିନାହିଁ ।
ସମସ୍ତଙ୍କ ପାଖରେ ଖାଦ୍ୟ ସୁରକ୍ଷାର ଫଳ ପହୁଞ୍ଚାଇବାକୁ ହେଲେ ବିଭାଗୀୟ ଅଧିକାରୀ ଓ ପଂଚାୟତର ନିର୍ବାଚିତ ପ୍ରତିନିଧି ଅଣ୍ଟା  ନ ଭିଡ଼ିଲେ ଏହା କେବଳ ଏକ ସ୍ୱପ୍ନରେ ହି ରହିଯିବ ।
Byte : Ganeshwar  Choudhury , SCSO( Sub divisional civil supply officer)
Byte : Suresh Patnaik , Panchayat Executive officer , Mahdeiput
Byte : Retail Distribution Manager , Mahadeiput
Byte : Surendra Masti , Social Worker
Byte : Mani Dangri , Villager
Byte : Ghasan Halba , Elderly. Villager
Byte : Hari Mali , Card Holder
Byte : Lady. Villager
Byte : Young villager who has not got ration card .
........
ଶାନ୍ତାକାର
କୋରାପୁଟ
.............

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.