ETV Bharat / business

ଟଳମଳ ଅର୍ଥନୀତି, ଜିଡିପି ଅନୁମାନ ଖସାଇଲା ମୁଡିଜ

ବିଶ୍ବ ରେଟିଂ ଏଜେନ୍ସିର ୟୁଟର୍ଣ୍ଣ । ସଂଶୋଧନ କଲା ଭାରତର ଜିଡିପି ହାର । 2021ରେ ଭାରତର ବାସ୍ତବିକ ଜିଡିପି 9.6 ପ୍ରତିଶତ ଓ 2022 ରେ 7 ପ୍ରତିଶତ ହାରରେ ବଢିବା ନେଇ ଆକଳନ କରିଛି ମୁଡିସ । ଅଧିକ ପଢନ୍ତୁ..

author img

By

Published : Jun 23, 2021, 8:50 PM IST

Moodys cuts India growth forecast for 2021 to 9.6 percent
ଟଳମଳ ଅର୍ଥନୀତି, ଜିଡିପି ଅନୁମାନ ଖସାଇଲା ମୁଡିଜ

ନୂଆଦିଲ୍ଲୀ: ଅର୍ଥନୀତିକୁ ଝଟକା । ମାନ୍ଦାବସ୍ଥା ଭିତରେ ବିଶ୍ବ ରେଟିଂ ଏଜେନ୍ସି ମୁଡିସ ଭାରତର ଆର୍ଥିକ ବିକାଶ ହାର ଅନୁମାନକୁ ହ୍ରାସ କରିଛି । ବୁଧବାର 2021 ବର୍ଷ ପାଇଁ ଭାରତର ଅଭିବୃଦ୍ଧି ଅନୁମାନକୁ ହ୍ରାସ କରି 9.6 ପ୍ରତିଶତ ରଖିଛି ମୁଡିସ ଇନଭେଷ୍ଟର୍ସ । ପୂର୍ବରୁ ଏହି ଅନୁମାନ 13.9 ପ୍ରତିଶତ ରହିଥିଲା ।

ମୁଡିସ ଏଥିସହ କହିଛି କି ଦ୍ରୁତ ବେଗରେ ଟିକାକରଣ ଯୋଗୁଁ ଜୁନ ତ୍ରୟମାସରେ ଆର୍ଥିକ ପରିଚାଳନା ସୀମିତି ରହିବ । ‘ମାକ୍ରୋକ୍ନୋମିକ୍ସ-ଇଣ୍ଡିଆ: କୋଭିଡର ଦ୍ବିତୀୟ ଲହର ଦ୍ବାରା ଆର୍ଥିକ ଝଟକା ଗତ ବର୍ଷ ଭଳି ଗମ୍ଭୀର ହେବ ନାହିଁ ’ଶୀର୍ଷକ ଥିବା ରିପୋର୍ଟରେ କୁହାଯାଇଛି କି ,ଉଚ୍ଚ-ଫ୍ରିକ୍ୱେନ୍ସି ଅର୍ଥନୈତିକ ସୂଚକାଙ୍କରୁ ଜଣାପଡିଛି ଯେ କୋଭିଡର ଦ୍ବିତୀୟ ଲହର ଏପ୍ରିଲ ଏବଂ ମେ ମାସରେ ଭାରତର ଅର୍ଥନୀତିକୁ ପ୍ରଭାବିତ କଲା । ତଥାପି, ରାଜ୍ୟଗୁଡ଼ିକ ଦ୍ବାରା ପ୍ରତିବନ୍ଧକକୁ କୋହଳ ସହିତ ଏଥିରେ ସୁଧାର ହେବ ବୋଲି ଆଶା କରାଯାଉଛି ।

ରିପୋର୍ଟରେ ଦର୍ଶାଯାଇଛି କି, ଭାରତର ପୁଣି ଭାଇରସ ଆଗମନ ଦ୍ବାରା 2021ରେ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ନେଇ ଅନିଶ୍ଚିତତା ବଢିଛି । ତେବେ ସମ୍ଭାବନା ରହିଛି କି ଏପ୍ରିଲ-ଜୁନ ତ୍ରୟମାସ ଯାଏଁ ଆର୍ଥିକ କ୍ଷତି ସୀମିତ ରହିବ ।

ମୁଡିସ ଜଣାଇଛି ଯେ, ‘ 2021 ରେ ଭାରତର ବାସ୍ତବିକ ଜିଡିପି 9.6 ପ୍ରତିଶତ ଓ 2022 ରେ 7 ପ୍ରତିଶତ ହାରରେ ବଢିବା ଆଶା ରହିଛି ଆମର । ’ ଭାରତୀୟ ଅର୍ଥବ୍ୟବସ୍ଥା 2020-21ରେ 7.3 ପ୍ରତିଶତ କମିଛି । ଯେତେବେଳେ କି ଏହା ପୂର୍ବ ଆର୍ଥିକ ବର୍ଷ ସମୟରେ 4 ପ୍ରତିଶତ ବୃଦ୍ଧି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.