ETV Bharat / business

ଅକ୍ଟୋବରରେ ୪.୪୮ %କୁ ବଢିଲା ଖୁଚୁରା ମୁଦ୍ରାସ୍ଫୀତି - ଅକ୍ଟୋବର ଖଚୁରା ମୁଦ୍ରାସ୍ଫୀତି

ଅକ୍ଟୋବରରେ ୪.୪୮ %କୁ ବୃଦ୍ଧି ପାଇଲା ଖୁଚୁରା ମୁଦ୍ରାସ୍ଫୀତି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଅକ୍ଟୋବରରେ ୪.୪୮ %କୁ ବଢିଲା ଖଚୁରା ମୁଦ୍ରାସ୍ଫୀତି

author img

By

Published : Nov 13, 2021, 2:41 PM IST

ନୂଆଦିଲ୍ଲୀ: ଅକ୍ଟୋବରରେ ବଢିଲା ଖୁଚୁରା ମୁଦ୍ରାସ୍ଫୀତି । ଅକ୍ଟୋବରରେ CPI(ଖାଉଟି ମୂଲ୍ୟ ସୂଚୀ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୪.୪୮ ପ୍ରତିଶତ ରହିଛି । ଯାହାକି ସେପ୍ଟେମ୍ବରରେ ୪ .୩୫ ପ୍ରତିଶତ ଥିଲା । ଖାଦ୍ୟସାମଗ୍ରୀ ସହ ତୈଳ ଦରଦାମ୍ ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (National Statistical Office) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି ।

NSO ଡାଟା ଅନୁଯାୟୀ, ଗତବର୍ଷ ଅକ୍ଟୋବର ଅପେକ୍ଷା ଚଳିତ ବର୍ଷ ଅକ୍ଟୋବରରେ ମୁଦ୍ରାସ୍ଫୀତି କମ୍ ରହିଛି । ୨୦୨୦ରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୭.୭୧ ପ୍ରତିଶତ ଥିଲା । କହିରଖୁଛୁ କି, ଆରବିଆଇର ଟାର୍ଗେଟ ମଧ୍ୟରେ ମୁଦ୍ରାସ୍ଫୀତି ହାର ରହିଛି । ଖୁଚୁରା ମୁଦ୍ରାସ୍ଫୀତି ୨ ରୁ ୬ ପ୍ରତିଶତ ମଧ୍ୟରେ ରହିବା ନେଇ ଲକ୍ଷ୍ୟଧାର୍ଯ୍ୟ କରିଛି ରିଜର୍ଭ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କର ଖାଉଟି ମୂଲ୍ୟ ସୂଚକାଙ୍କ ଉପରେ ଖୁଚୁରା ମୁଦ୍ରାସ୍ଫୀତି ନିର୍ଦ୍ଧାରଣର ଅନେକାଂଶରେ ଭୂମିକା ରହିଛି ।

ଯଦି ଆଞ୍ଚଳିକ ଦୃଷ୍ଟିକୋଣରୁ ଖୁଚୁରା ମୁଦ୍ରାସ୍ଫୀତି କଥା କହିବା, ତେବେ ସହରାଞ୍ଚଳରେ CPI ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୫.୦୪ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହାକି ଏହାର ପୂର୍ବ ମାସରେ ୪.୫୭ ପ୍ରତିଶତ ଥିଲା । ହେଲେ ଅକ୍ଟୋବରରେ ଗ୍ରାମୀଣ ଅଞ୍ଚଳରେ ଏହି ମୁଦ୍ରାସ୍ଫୀତି ହ୍ରାସ ପାଇ ୪.୦୭ ପ୍ରତିଶତ ରହିଛି । ସେପ୍ଟେମ୍ବରରେ ଏହି ହାର ୪.୧୩ ପ୍ରତିଶତ ରହିଥିଲା । ସେହିପରି ଗତ ମାସରେ ଦେଶରେ ଖାଉଟି ମୂଲ୍ୟ ସୂଚକାଙ୍କ(CPI) ୦.୮୫ ପ୍ରତିଶତକୁ ବଢିଛି । ସେପ୍ଟେମ୍ବର ଏହା ୦.୬୮ ପ୍ରତିଶତ ଥିଲା ।

CPIର ବାର୍ଷିକ ମୁଦ୍ରାସ୍ଫୀତି ହାର ଅନୁଯାୟୀ, ଅକ୍ଟୋବର 2021ରେ ଡାଲି ଏବଂ ବିଭିନ୍ନ ଉତ୍ପାଦର ମୂଲ୍ୟ 5.42 ପ୍ରତିଶତ ବୃଦ୍ଧି ପାଇଛି । ମାଛ ଏବଂ ମାଂସ ଦର ମଧ୍ୟ ବଢି ୭.୧୨ ପ୍ରତିଶତ ରହିଛି । ହେଲେ ଅଣ୍ଡା ୧.୩୮ ପ୍ରତିଶତ ଶସ୍ତା ହୋଇଛି । ସେହିପରି ଖାଦ୍ୟପାନୀୟ ଜାତୀୟ ଦ୍ରବ୍ୟର ସାମ୍ରଗିକ ମୂଲ୍ୟ 1.82 ପ୍ରତିଶତ ଏବଂ ଚର୍ବିଜାତୀୟ ଖାଦ୍ୟରେ ଦରଦାମ ୩୩.୫୦ ପ୍ରତିଶତ ବୃଦ୍ଧି ପାଇଛି । ଅପରପକ୍ଷେ ଦେଶରେ ପନିପରିବା ଦର ୧୯.୪୩ ପ୍ରତିଶତକୁ ହ୍ରାସ ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.