ନୂଆଦିଲ୍ଲୀ: ଆମେରିକା ଧମକରେ ଭାରତକୁ ପଡୁନି ଫରକ । ଇରାନରୁ ତେଲ ଆମଦାନୀ ପାଇଁ ଆମେରିକା ପ୍ରତିବନ୍ଧକ ଲଗାଇଲେ ମଧ୍ୟ ଏଥିରେ ଡରିଯାଇନି ଭାରତ । ଏହାର ଭରଣପୋଷଣ ପାଇଁ ଫୁଲ ତୈୟାର ଭାରତ । ତେଲ ଦରରେ ଲଗାମ ଓ ଅଭାବକୁ ପୂରଣ କରିବାକୁ ଭାରତ ସରକାର ବିକଳ୍ପ ବାଟ ଖୋଜି ସାରିଛନ୍ତି । ଏ ନେଇ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ରବିଶ କୁମାର ସୂଚନା ଦେଇଛନ୍ତି ।
ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି ଯେ, ତୈଳ ଅଭାବ ପୂରଣ ପାଇଁ ଭାରତ ସରକାର ଏକ ମଜବୁତ ଯୋଜନା ପ୍ରସ୍ତୁତ ରଖିଛନ୍ତି । ସାଉଦିଆରବ ଭଳି ଅନ୍ୟ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଠାରୁ ଅତିରିକ୍ତ ଅଭାବ ପୂରଣ ହେବ । ଏଥିସହ ଭାରତୀୟ ବିଶୋଧନାଗାରା ପେଟ୍ରୋଲ, ଡିଜେଲ ଓ ଅନ୍ୟ ପେଟ୍ରୋଲିୟମ ଉତ୍ପାଦ ଚାହିଦାର ପୂରଣ ହୋଇପାରିବ ।
ମନ୍ତ୍ରଣାଳୟ ମୁତାବକ, ଦୁନିଆର ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ରହିଛି । ସେଠାରୁ ପର୍ଯ୍ୟାପ୍ତ ପରିମାଣରେ ତୈଳ ଆମଦାନୀ କରି ଦେଶରେ ଯୋଗାଣ ହୋଇପାରିବ । ଯେପରି 2019 ମେ ରୁ ଦେଶରେ ବିଶୋଧନାଗାରାରେ ପ୍ରଚୁର ଭାବେ ତେଲ ସଞ୍ଚୟ ରହିପାରିବ । ଆଉ ଏଥିପାଇଁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି ।
ଭାରତ ତାର ପ୍ରାୟ 10 ପ୍ରତିଶତ ତୈଳ ଇରାନରୁ ଆମଦାନୀ କରିଥାଏ । ହେଲେ ଏବେ ଟ୍ରମ୍ପଙ୍କ କଟକଣା ପରେ 2018-19ରେ ତେଲ ଆମଦାନୀ ସାମାନ୍ୟ ହ୍ରାସ ପାଇଛି । ହେଲେ ଏବେ ବି ଭାରତ ପାଖାପାଖି ବାର୍ଷିକ 2 କୋଟି ଟନ ତେଲ କିଣିଥାଏ । ତେଲ କିଣିବା ବଦଳରେ ଇରାନ ଭାରତରୁ ବହୁ ସୁବିଧା ଯୋଗାଇଥାଏ । ବୀମା ଠାରୁ ବନ୍ଦର ପର୍ଯ୍ୟନ୍ତ କର ଛାଡ ଆଦି ବ୍ୟତୀତ 60 ଦିନ ଅନ୍ୟାନ୍ୟ ସୁବିଧା ଯୋଗାଇଥାଏ । ଯେଉଁଥିପାଇଁ ଭାରତକୁ ଶସ୍ତାରେ ତେଲ ମିଳୁଥିଲା । ହେଲେ ଏବେ ଏଥିରେ ବ୍ୟତିକ୍ରମ ଦେଖାଦେବ । କିନ୍ତୁ ଏତେ ସତ୍ତ୍ବେ ଭାରତ ସରକାର ତେଲ ଦର ନିୟନ୍ତ୍ରଣ ପାଇଁ ପୁରା ପ୍ରସ୍ତୁତ ରହିଛନ୍ତି ।