ETV Bharat / business

ଚିଦାମ୍ବରମଙ୍କ ଦାବି, ଇନ୍ଧନ ବୃଦ୍ଧି ଯୋଗୁଁ ବଢୁଛି ଦରଦାମ

ମୁଦ୍ରାସ୍ପୀତି ହାର ବୃଦ୍ଧିର କାରଣ ମହଙ୍ଗା ଇନ୍ଧନ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଅଧିକ ପଢନ୍ତୁ...

author img

By

Published : Jun 14, 2021, 10:43 PM IST

ଚିଦାମ୍ବରମଙ୍କ ଦାବି, ଇନ୍ଧନ ବୃ୍ଦ୍ଧି ଯୋଗୁଁ  ବଢୁଛି ଦରଦାମ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦାମ ରେକର୍ଡ ମୁହାଁ । ବହୁ ସ୍ଥାନରେ ଶତକ ଟପିଲାଣି ତେଲ ଦର । ଆଉ ଏହାର ପ୍ରଭାବରେ ବଢୁଛି ଦରଦାମ । ମୁଦ୍ରାସ୍ପୀତି ହାର ବୃଦ୍ଧିର କାରଣ ମହଙ୍ଗା ଇନ୍ଧନ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ।

ସୋମବାର ପ୍ରକାଶିତ ଖୁଚୁରା ମୁଦ୍ରାସ୍ପୀତି ଓ ହୋଲସେଲ ମୁଦ୍ରାସ୍ପୀତି ରିପୋର୍ଟକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଚିଦାମ୍ବରମ । ମେ ମାସରେ ଖୁଚୁରା ମୁଦ୍ରାସ୍ପୀତି ବୃଦ୍ଧି ହୋଇ 6.3 ପ୍ରତିଶତରେ ପହଞ୍ଚିଛି । ଏହି ମୁଦ୍ରାସ୍ପୀତି ଭାରତୀୟ ରିଜର୍ଭ ବ୍ୟାଙ୍କର ସନ୍ତୋଷଜନକ ସ୍ତର ଠାରୁ ବହୁତ ଉଚ୍ଚରେ ରହିଛି ।

ଏ ନେଇ ଚିଦାମ୍ବରମ ଟ୍ବିଟ କରି କହିଛନ୍ତି କି, ‘‘ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) 12.94 ପ୍ରତିଶତ ରହିଥିଲା ବେଳେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ପୀତି 6.3 ପ୍ରତିଶତ ରହିଛି । ଇନ୍ଧନ ଓ ଉର୍ଜାର ମହଙ୍ଗା ହାର 37.61 ପ୍ରତିଶତ ଅଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ କି ପେଟ୍ରୋଲ ଓ ଡିଜେଲ ଦାମରେ ଦୈନିକ ବୃ୍ଦ୍ଧି ହେଉଛି ବୋଲି ଚିଦାମ୍ବରମ ତାତ୍ସଲ୍ୟ କରିଛନ୍ତି ।

ତେବେ ସରକାରଙ୍କ ଆର୍ଥିକ କୁପରିଚାଳନା ଯୋଗୁଁ ଏଭଳି ସଂଖ୍ୟା ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.