ETV Bharat / business

କୋରୋନା ପ୍ରଭାବ: ପ୍ରଧାନମନ୍ତ୍ରୀଙ୍କୁ ସହାୟତା ମାଗିଲେ ଶିଳ୍ପାନୁଷ୍ଠାନ - coronavirus in india

ବିଶ୍ବଯୁଦ୍ଧ ପରର ସ୍ଥିତି ଠାରୁ ବଳିଗଲା କୋରୋନାର ଆତଙ୍କ । ଶ୍ରମିକଙ୍କ ଠାରୁ ଶିଳ୍ପାନୁଷ୍ଠାନ ସବୁଠି କୋରୋନା ପ୍ରଭାବ । ସେପଟେ, ପ୍ରଧାନମନ୍ତ୍ରୀଙ୍କଠାରୁ ସରକାରୀ ସହାୟତା ଲୋଡିଲେ କେତେକ ଶିଳ୍ପାନୁଷ୍ଠାନ । ଅଧିକ ପଢନ୍ତୁ...

Coronavirus impact
ପ୍ରଧାନମନ୍ତ୍ରୀଙ୍କୁ ସରକାରୀ ସହାୟତା ଲୋଡିଲା ଶିଳ୍ପାନୁଷ୍ଠାନ
author img

By

Published : Mar 24, 2020, 12:35 PM IST

Updated : Mar 24, 2020, 1:00 PM IST

ନୂଆଦିଲ୍ଲୀ: ଶିଳ୍ପାନୁଷ୍ଠାନ ଉପରେ କୋରୋନା ମାଡ । ଶ୍ରମିକଙ୍କ ଠାରୁ ଶିଳ୍ପାନୁଷ୍ଠାନ ସବୁଠି ମହାମାରୀ କୋରୋନାର ପ୍ରଭାବ । ତେଣୁ କ୍ଷତି ସହୁଥିବା କମ୍ପାନୀ ଏବେ ସରକାରୀ ସହାୟତା ଦାବି କରିଛନ୍ତି । ଏନେଇ କେତେକ ଶିଳ୍ପାନୁଷ୍ଠାନ ଗତ ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିଡିଓ କନଫରେନ୍ସି୍ଂ ମାଧ୍ୟମରେ ଆଲୋଚନା କରିଛନ୍ତି । ଏମାନଙ୍କ ମଧ୍ୟରେ ଏଏସଏସଓସିଏଚଏଏମ, ଏଫଆଇସିସିଆଇ,ସିଆଇ ରହିଛି ।

ଏହି ବୈଠକରେ ପ୍ରିନ୍ସିପାଲ ସେକ୍ଟ୍ରେଟାରୀ, କ୍ୟାବିନେଟ ସେକ୍ଟ୍ରେଟାରୀ, ଡିପାର୍ଟମେଣ୍ଟ ଅଫ ଇଣ୍ଟୋଷ୍ଟ୍ରି ସେକ୍ଟ୍ରେଟାରୀ ଓ ଇଣ୍ଟରନାଲ ଟ୍ରେଡ ଭାଗ ନେଇଥିଲେ । ଆଉ ଏହି ସଙ୍କଟ ସମୟରେ ସରକାର କମ୍ପାନୀଗୁଡିକ ବଞ୍ଚାଇବାକୁ ଚେଷ୍ଟା ଜାରି କରିଛି ।

ବିଶ୍ବଯୁଦ୍ଧର ସ୍ଥିତି ଅପେକ୍ଷା କୋରୋନା ଭାଇରସର ସ୍ଥିତି ଅତି ଭୟଙ୍କର ହୋଇଛି । ଏହି ଭାଇରସ ଦ୍ବାରା ଉପୁଜିଥିବା ସ୍ଥିତିକୁ କଡା ନଜରେ ରଖାଯାଇଛି । ପର୍ଯ୍ୟଟନ ବିଭାଗ, ହସ୍ପିଟାଲ, ବିମାନ ଚଳାଚଳ, ରେସ୍ତୋରାଁ ଭଳି ବ୍ୟବସାୟୀ ଅତ୍ୟନ୍ତ ପ୍ରଭାବିତ ହୋଇଛି ।

ନ୍ୟାସନାଲ ରେସ୍ତୋରାଁ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି, ଜିଏସଟି, ଆଗୁଆ ଟିକସ,ବେତନ, ଉତ୍ପାଦ ଶୁଳ୍କ, ରାଜ୍ୟ ସରକାର କରୁଥିବା ମଦ ଲାଇସେନ୍ସ ନବୀକରଣ, ଭ୍ୟାଟ ଆଦିକୁ 6 ମାସ ବା ବର୍ଷେ ଯାଏ ଘୁଞ୍ଚାଇ ଦିଆଯାଉ । ସେମାନେ କର୍ମଚାରୀଙ୍କ ପାଇଁ ଅନଏମ୍ପ୍ଲୋୟମେଣ୍ଟ ପେ’ କଭର ପାଇଁ ଦାବି କରିଛନ୍ତି । ସେମାନେ ଏସଆଇସି ବା ଅନ୍ୟ ଜନମଙ୍ଗଳକାରୀ ସ୍କିମରେ ସାମିଲ ହୋଇପାରିବେ ବୋଲି କୁହାଯାଇଛି ।

Last Updated : Mar 24, 2020, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.