ETV Bharat / business

ଟଙ୍କା ଉଠାଣ ପାଇଁ ଦରକାର ନାହିଁ ଡେବିଟ କାର୍ଡ - ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ

ଏସବିଆଇ ଚେୟାରମ୍ୟାନ ରଜନୀଶ କୁମାରଙ୍କ କହିବା ଅନୁସାରେ, ଡିଜିଟାଲ କାରବାର ସମାଧାନ ଭାବେ ନେଇଆସିଛି 'Yono' ପ୍ଲାଟଫର୍ମ ଯୋଜନା । ଏହାଦ୍ବାରା ସମ୍ପୂର୍ଣ୍ଣ ଦେଶକୁ ଡେବିଟ କାର୍ଡ ମୁକ୍ତ ଭାରତ ଭାବେ ଗଢିବାରେ ଏହି ଯୋଜନା ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଡିଜାଇନ ଫଟୋ
author img

By

Published : Aug 20, 2019, 2:43 PM IST

ମୁମ୍ବାଇ: ବନ୍ଦ ହୋଇପାରେ ଡେବିଟ କାର୍ଡ ପ୍ରଚଳନ ଯୋଜନା । ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି । ଯଦି ଏସବିଆଇର 'ୟୋନୋ କ୍ୟାସ' ଯୋଜନା ସଫଳ ରହେ, ତେବେ ଖୁବଶୀଘ୍ର ସବୁ ଜାଗାରେ ଦେଖାଯାଉଥିବା ପ୍ଲାଷ୍ଟିକ ଡେବିଟ କାର୍ଡ ପ୍ରଚଳନ ବନ୍ଦ ହୋଇଯି । ଏହା ସ୍ଥାନରେ ଡିଜିଟାଲ କାରବାରକୁ ଅଧିକ ସକ୍ରିୟ କରିବାକୁ ଏହି ଦିଗରେ ଦେଶର ସବୁଠୁ ବଡ ବ୍ୟାଙ୍କ କାର୍ଯ୍ୟ ଆରମ୍ଭ କରିଛି ।

ଏହାକୁ ନେଇ ଏସବିଆଇ ଚେୟାରମ୍ୟାନ ରଜନୀଶ କୁମାରଙ୍କ କହିବା କଥା, ଡିଜିଟାଲ କାରବାର ସମାଧାନ ଭାବେ ନେଇଆସିଛି 'Yono' ପ୍ଲାଟଫର୍ମ ଯୋଜନା । ଏହାଦ୍ବାରା ସମ୍ପର୍ଣ୍ଣ ଦେଶକୁ ଡେବିଟ କାର୍ଡ ମୁକ୍ତ ଭାରତ ଭାବେ ଗଢିବାରେ ଏହି ଯୋଜନା ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ତେବେ ଏଟିଏମ ମେସିନରୁ ଟଙ୍କା ଉଠାଣ ଏବଂ ଦୋକାନରୁ ନଗଦ ଟଙ୍କା ଦେଇ ଜିନିଷ କିଣାବିକା ମଧ୍ୟ ଏହି 'YONO' ଦ୍ବାରା ସମ୍ଭବ ହୋଇପାରିବ ବୋଲି ରଜନୀଶ କହିଛନ୍ତି । ଏବେ ଦେଶରେ 90 କୋଟି ଲୋକେ ଡେବିଟ କାର୍ଡ ଏବଂ 3 କୋଟି ଲୋକେ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି।

ତେବେ ଏନେଇ ବ୍ୟାଙ୍କ ପକ୍ଷରୁ 68 ହଜାର 'Yono Cashpoint' ସ୍ଥାପିତ କରାଯାଇଛି । ଏହାସହ ଆସନ୍ତା 18 ମାସ ମଧ୍ୟରେ ଏହି ଯୋଜନାକୁ 10 ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଏସବିଆଇ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ ଯେ, ଚଳିତବର୍ଷ ମାର୍ଚ୍ଚ ମାସରେ ହିଁ 'ୟୋନୋ କ୍ୟାସ' ସେବା ଆରମ୍ଭ କରାଯାଇଛି । ଯାହାଦ୍ବାରା ଗ୍ରାହକ ବିନା ଡେବିଟ କାର୍ଡରେ ଟଙ୍କା ଉଠାଇ ପାରିବେ । ଏହାର ବ୍ୟବହାର ଅତ୍ୟନ୍ତ ସହଜ ହେବା ସହ ସୁରକ୍ଷିତ ମଧ୍ୟ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସୁବିଧା 16 ହଜାର 500 ଏଟିଏମରେ ଉପଲବ୍ଧ କରାଯିବ । ସମସ୍ତ ବ୍ୟାଙ୍କ ନିଜର ସବୁ ଏଟିଏମକୁ ଏହି ସୁବିଧା ଯୋଗାଇ ଦେବା ଦିଗରେ ଅପଗ୍ରେଡ କରାଯିବାକୁ କାର୍ଯ୍ୟ ଆରମ୍ଭ କରାଯାଇଛି।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.