ETV Bharat / business

ଆଜି ବ୍ୟାଙ୍କ ପ୍ରମୁଖଙ୍କ ସହ ହେବ ଆରବିଆଇ ଗଭର୍ଣ୍ଣରଙ୍କ ବୈଠକ

author img

By

Published : May 2, 2020, 12:34 AM IST

ବ୍ୟାଙ୍କ ପ୍ରମୁଖଙ୍କ ସହ ଆରବିଆଇ ଗଭର୍ଣ୍ଣରଙ୍କ ବୈଠକ । ଶନିବାର ହେବାକୁ ଥିବା ଏହି ବୈଠକରେ ଆରବିଆଇ ଦ୍ବାରା ଘୋଷଣା କରାଯାଇଥିବା ଉପାୟର କାର୍ଯ୍ୟକାରିତା ସମ୍ଭନ୍ଧରେ ସମୀକ୍ଷା କରାଯିବ ।

rbi governor to hold meeting with bank chiefs on saturday
ଶନିବାର ବ୍ୟାଙ୍କ ପ୍ରମୁଖଙ୍କ ସହ ଆରବିଆଇ ଗଭର୍ଣ୍ଣରଙ୍କ ବୈଠକ

ନୂଆଦିଲ୍ଲୀ: ଶନିବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବ୍ୟାଙ୍କ ପ୍ରମୁଖଙ୍କ ସହ ବୈଠକ କରିବେ । ଏଥିରେ ବର୍ତ୍ତମାନର ଆର୍ଥିକ ସ୍ଥିତି ଓ ସଙ୍କଟ ମଧ୍ୟରେ ଉଦ୍ୟୋଗ ଜଗତକୁ ପ୍ରୋତ୍ସାହନ ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ସମ୍ଭନ୍ଧରେ ଚର୍ଚ୍ଚା ହେବ ।

ଏହି ବୈଠକରେ ଆରବିଆଇ ଦ୍ବାରା ଘୋଷଣା କରାଯାଇଥିବା ଉପାୟର କାର୍ଯ୍ୟକାରିତା ସମ୍ବନ୍ଧରେ ସମୀକ୍ଷା କରାଯିବ । ଏଥିରେ ସୁଧ ଦରରେ ସଂଶୋଧନ ଓ ଉପଭୋକ୍ତାଙ୍କୁ ଏହା ଲାଭ ପ୍ରଦାନ ସହ ଉଦ୍ୟୋଗ ଜଗତର ସହଯୋଗ ପାଇଁ ନଗଦ ଯୋଗାଇବା ଆଦି ଘୋଷଣା ସାମିଲ ରହିଛି ।

ସଙ୍କଟରେ ଜୁଝୁଥିବା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ଗ୍ରାମୀଣ କ୍ଷେତ୍ରର ସହଯୋଗ ପାଇଁ ନିଆଯାଉଥିବା ପଦକ୍ଷେପ ନେଇ ମଧ୍ୟ ଆଲୋଚନା ହେବ ।

ଲକଡାଉନ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣଦାତା, ବ୍ୟାଙ୍କ, ମ୍ୟୁଚୁଆଲ ଫଣ୍ଡ ସମେତ ଅନ୍ୟ ସଂସ୍ଥାନକୁ ବୁଷ୍ଟର ଦେବାରୁ ବହୁ ପଦକ୍ଷେପ ସହ ଆର୍ଥିକ ପ୍ୟାକେଜର ଘୋଷଣା କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.