ETV Bharat / business

8 ଦିନ ଭିତରେ ଭାରତ ଆସିପାରନ୍ତି ମାଲ୍ୟା

author img

By

Published : Jun 3, 2020, 7:29 PM IST

ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମ୍ବନ୍ଧିତ ସମସ୍ତ ଔପଚାରିକତା ପୂରଣ ହୋଇସାରିଛି । ଏବେ ଯେକୌଣସି ସମୟରେ ଭାରତ ଆସିପାରନ୍ତି ମାଲ୍ୟା । ଅଧିକ ପଢନ୍ତୁ..

Mallya can be extradited anytime, all legalities done
8 ଦିନ ଭିତରେ ଭାରତ ଆସିପାରନ୍ତି ମାଲ୍ୟା

ନୂଆଦିଲ୍ଲୀ: ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟା ଯେକୌଣସି ସମୟରେ ଭାରତ ଫେରିପାରନ୍ତି । ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ନେଇ ସମସ୍ତ ଆଇଗତ ପ୍ରକ୍ରିୟା ଶେଷ ହୋଇଛି । ବୁଧବାର କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିରାରୀ ଏନେଇ ସୂଚନା ଦେଇଛନ୍ତି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆଗାମୀ ଦିନରେ ଯେକୌଣସି ସମୟରେ ଆମେ ମାଲ୍ୟାଙ୍କୁ ବିଟ୍ରେନରୁ ଭାରତ ଆଣିବୁ । ତେବେ କେଉଁ ଦିନ ପ୍ରତ୍ୟାପଣ ହେବ ସେନେଇ ସେ କୌଣସି ସୂଚନା ଦେଇନାହାନ୍ତି ।

ଭାରତ ସରକାରଙ୍କ ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରି ଲଣ୍ଡନ ସୁପ୍ରିମକୋର୍ଟରେ ମାଲ୍ୟା ଆବେଦନ କରିଥିଲ । ହେଲେ ଏବେ ମାଲ୍ୟାଙ୍କ ଯାଚିକାକୁ କୋର୍ଟ ଖାରଜ କରିଛନ୍ତି । ଏପେଟ ଭାରତୀୟ ଏଜେନ୍ସି ତାଙ୍କର ପ୍ରତ୍ୟର୍ପଣ ନେଇ ସମସ୍ତ ଔପଚାରିକତା ପୂରଣ କରିସାରିଛନ୍ତି ।

ବର୍ତ୍ତମାନ ସିବିଆଇ ଓ ଇଡି ଟିମ ମାଲ୍ୟା ଫେରିବା ନେଇ ପ୍ରସ୍ତୁତି କରୁଛନ୍ତି । ଏହି ମାମଲାରେ ଜଡିତ ସିବିଆଇ ଅଧିକାରୀ ଜଣାଇଛନ୍ତି କି, ମାଲ୍ୟା ଫେରିବା ପରେ ଆମେ ପ୍ରଥମେ ତାଙ୍କୁ ରିମାଣ୍ଡରେ ନେବୁ । କାରଣ ତାଙ୍କ ବିରୋଧରେ ଆମେ ପ୍ରଥମେ ମାମଲା ରୁଜୁ କରିଥିଲୁ ।

ମେ 14ରେ ଭାରତ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା ମାମଲା ହାରିଥିଲେ । ଏହା ପରେ ନିୟମ ଅନୁଯାୟୀ 28 ଦିନ ଭିତରେ ସରକାର ତାଙ୍କୁ ଭାରତ ଫେରାଇପାରିବେ । 14 ମେ ପରେ 20 ଦିନ ବିତିସାରିଛି । ଏବେ ଆଗାମୀ 8 ଦିନ ମଧ୍ୟରେ ପଳାତକ ଆର୍ଥିକ ଅପରାଧୀ ମାଲ୍ୟାଙ୍କୁ ଲଣ୍ଡନରୁ ଭାରତ ଅଣାଯାଇପାରେ ।

ଭାରତର ବିଭିନ୍ନ ବ୍ୟାଙ୍କରୁ 9 ହଜାର କୋଟି ଟଙ୍କା ଋଣ ନେଇ ମାଲ୍ୟ 2016ରେ ଲଣ୍ଡନକୁ ଚମ୍ପଟ ମାରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.