ETV Bharat / business

ଇଟିଭି ସହ ଗୁଆନା ହାଇକମିଶନର, କହିଲେ ପୂରଣ କରିବୁ ଭାରତର ତୈଳ ଚାହିଦା - india

ଇରାନ ଓ ଭେନଜୁଏଲା ପରେ ଏବେ ତେଲ ଚାହିଦା ପୂରଣର ବଡ ବିକଳ୍ପ ଗୁଆନା। ଏନେଇ ଆମ ପ୍ରତିନିଧି ଗୁଆନାର ଉଚ୍ଚାୟୁକ୍ତ ଗୋଲ୍ଡୱିନ ପୋଲାର୍ଡଙ୍କ ଭେଟିଥିଲେ । ଶୁଣନ୍ତୁ ଏ ବୁଝାମଣା ସମ୍ବନ୍ଧରେ ସେ କଣ ମତ ଦେଇଛନ୍ତ ।

ଫଟୋ ସୌଜନ୍ୟ- ଇଟିଭି ଭାରତ
author img

By

Published : Jun 18, 2019, 3:33 PM IST

ନୂଆଦିଲ୍ଲୀ: ଇରାନରୁ ତେଲ କିଣିବା କଟକଣା ପରେ ବଢୁଛି ଦର ତାତି । ବିଶ୍ବର ତୃତୀୟ ତୈଳ ଆମଦାନୀକାରୀ ରାଷ୍ଟ୍ର ଭାରତ ଉପରେ ପଡୁଛି ଏହାର ଭାରୀ ପ୍ରଭାବ । ସର୍ବବୃହତ୍ତ ତେଲ ରପ୍ତାନୀକାରୀ ରାଷ୍ଟ୍ର ଇରାନ ଓ ଭେନଜୁଏଲା ରାସ୍ତା ବନ୍ଦ ପରେ ଭାରତ ତାର ଚାହିଦା ମେଣ୍ଟାଇବାକୁ ଗୁଏନା ଉପରେ ନିର୍ଭର କରିପାରେ। ତେବେ ଏ ସମ୍ଭନ୍ଧରେ ଆମ ପ୍ରତିନିଧି ଗୁଏନାର ଉଚ୍ଚାୟୁକ୍ତ ଗୋଲ୍ଡୱିନ ପୋଲାର୍ଡଙ୍କ ସାକ୍ଷାତକାର ନେଇଛନ୍ତି ।

ଇଟିଭିକୁ ସାକ୍ଷାତକାର ଦେଇ ପୋଲାର୍ଡ କହିଛନ୍ତି ଯେ, ଆସନ୍ତା ବର୍ଷ ପ୍ରଥମ ତ୍ରୟମାସରେ ଦେଶରେ ତୈଳ ଉତ୍ପାଦନ ଆରମ୍ଭ ହେବ । ଯେପରିକି ଭବିଷ୍ୟତରେ ଏହା ବିକ୍ରି ପାଇଁ ଉପଲବ୍ଧ ହୋଇପାରିବ । ଏଥିସହ ତେଲ ଉତ୍ପାଦନ ହେବା ପରେ 2 ଦେଶରେ ମଧ୍ୟରେ ବୁଝାମଣା କରି ବାଣିଜ୍ୟିକ ସମ୍ପର୍କ ଆଗକୁ ବଢାଯିବ। କେବଳ ତେଲ ନୁହେଁ ଏଥିସହ ଅନ୍ୟ ଉତ୍ପାଦକୁ ମଧ୍ୟ ଆମଦାନୀ ରପ୍ତାନୀ ପାଇଁ ବିଚାର କରାଯିବ ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ

ଏହା ବ୍ୟତିତ ଭାରତ ସୌରଶକ୍ତି ଉପଲବ୍ଧିକୁ ପ୍ରଂଶାସା କରିବା ସହ ସେ ସ୍ପଷ୍ଟ କରିଛନ୍ତି କି, ଗୁଆନ ଏହି କ୍ଷେତ୍ରରେ ଭାରତ ସହ ହାତ ମିଶାଇବାକୁ ଇଚ୍ଛୁକ ଅଛି। କାରଣ ବିକାଶ ଦିଗରେ ଭାରତ ପ୍ରତିଶ୍ରୁତିବଦ୍ଧ। ଶେଷରେ ଦ୍ବିତୀୟ ଥର ପାଇଁ ପିଏମ ଭାବେ ନରେନ୍ଦ୍ର ମୋଦି ବିଜୟୀ ହୋଇଥିବାରୁ ପୋଲାର୍ଡ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୃଷ୍ଟିକୁ ଅଧିକ ପ୍ରୋତ୍ସାହିତ କରିବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି ।

2015ରେ ବିଶ୍ବରୁ ସବୁଠାରୁ ବଡ ଅକ୍ଷୟ ଶକ୍ତି କ୍ଷେତ୍ରରେ ଗୁଏନାରେ 5 ବିଲିୟନରୁ ଉର୍ଦ୍ଧ୍ବ ତୈଳ ବ୍ୟାରେଲର ସନ୍ଧାନ ମିଳିଛି । ଏଣୁ ତେଲ ପାଇଁ ମୋଦି ସରକାରଙ୍କ ଏକମାତ୍ର ବିଶ୍ବାସନୀୟ ବିକଳ୍ପ ଏବେ ଗୁଆନା।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.