ETV Bharat / business

ଇଲେକ୍ଟ୍ରିକ ଗାଡି ଚଲାଇବାକୁ ବାଧ୍ୟ ସରକାରୀ ଅଧିକାରୀ !

author img

By

Published : Feb 19, 2021, 4:22 PM IST

ସରକାରୀ ମନ୍ତ୍ରଣାଳୟ ଏବଂ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର ବାଧ୍ୟତାମୂଳକ ହେବା ଦରକାର । ମତ ରଖିଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ଅଧିକ ପଢନ୍ତୁ..

ଇଲେକ୍ଟ୍ରିକ ଗାଡି ଚଲାଇବାକୁ ବାଧ୍ୟ ସରକାରୀ  ଅଧିକାରୀ !
ଇଲେକ୍ଟ୍ରିକ ଗାଡି ଚଲାଇବାକୁ ବାଧ୍ୟ ସରକାରୀ ଅଧିକାରୀ !

ନୂଆଦିଲ୍ଲୀ: ସରକାରୀ ମନ୍ତ୍ରଣାଳୟ ଏବଂ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର ବାଧ୍ୟତାମୂଳକ ହେବା ଦରକାର । ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଶୁକ୍ରବାର ଏ ନେଇ କହିଛନ୍ତି ।

ସେ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ସରକାର ପରିବାରମାନଙ୍କୁ ରନ୍ଧନ ଗ୍ୟାସ କିଣିବା ପାଇଁ ସହାୟତା ଦେବା ପରିବର୍ତ୍ତେ ବୈଦ୍ୟୁତିକ ରନ୍ଧନ ଉପକରଣ କିଣିବା ପାଇଁ ସବସିଡି ଦେବା ଉଚିତ । ଗୋ ଇଲୋକ୍ଟ୍ରିକ କ୍ୟାମ୍ପନିଙ୍ଗ ଉଦଘାଟନକୁ ସମ୍ବୋଧନ କରି ଗଡକରୀ ଜଣାଇଛନ୍ତି କି ‘‘ ଆମେ ଇଲେକ୍ଟ୍ରିକ କୁକିଙ୍ଗ ଉପକରଣ ଉପରେ ସବସିଡି କାହିଁକି ଦେଉନାହୁଁ । ଆମେ ପୂର୍ବରୁ ହିଁ କୁକିଙ୍ଗ ଗ୍ୟାସ ଉପରେ ସବସିଡି ଯୋଗାଉଛୁ । ’’

ତାଙ୍କ ମତରେ ବିଦ୍ୟୁତରେ ରୋଷେଇ କରିବା ସ୍ବଚ୍ଛ ଓ ନିର୍ମଳ । ଆଉ ଏହା ଦ୍ବାରା ଗ୍ୟାସ ପାଇଁ ଆମଦାନୀ ନିର୍ଭରଶୀଳତା ମଧ୍ୟ ହ୍ରାସ ହେବ । ଏହା ବାଦ ସମସ୍ତ ସରକାରୀ ଅଧିକାରୀଙ୍କ ପାଇଁ ଇଲେକ୍ଟ୍ରିକ ଯାନର ଉପଯୋଗ ବାଧ୍ୟତାମୂଳକ କରିବା ଦରକାର ।

ଏଥିଲାଗି ଗଡକରୀ ପାୱାର ମନ୍ତ୍ରୀ ଆର କେ ସିଂହଙ୍କୁ ଅନୁରୋଧ କରିଛନ୍ତି କି ସେ ନିଜ ବିଭାଗୀୟ ଅଧିକାରୀଙ୍କ ପାଇଁ ଇଲେକ୍ଟ୍ରିକ ଯାନର ବ୍ୟବହାର ବାଧ୍ୟତାମୂଳକ କରନ୍ତି । ସେ (ଗଡକରୀ) ମଧ୍ୟ ନିଜ ବିଭାଗୀୟ ଅଧିକାରୀଙ୍କ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିବେ ।

ଦିଲ୍ଲୀରେ 10,000 ଇଲେକ୍ଟ୍ରିକ ଯାନର ବ୍ୟବହାର ମାସିକ 30 କୋଟି ଟଙ୍କା ସଞ୍ଚୟ କରିପାରିବ ବୋଲି କହିଛନ୍ତି ଗଡକରୀ । ସେପଟେ ଏହି ଅବସରରେ ସିଂହ ମଧ୍ୟ ଘୋଷଣା କରିଛନ୍ତି କି ଦିଲ୍ଲୀରୁ ଆଗ୍ରା ଓ ଦିଲ୍ଲୀରୁ ଜୟପୁର ପାଇଁ ଏକ ଫ୍ୟୁଲସେଲ ବସ ସେବା ଶୀଘ୍ର ଆରମ୍ଭ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.