ETV Bharat / business

ବନ୍ଦ ହେବ ସ୍କୁଟର ଇଣ୍ଡିଆ

ଲୋକପ୍ରିୟ ସ୍କୁଟରର ନିର୍ମାଣ କରୁଥିବା ସାର୍ବଜନୀକ କ୍ଷେତ୍ରର କମ୍ପାନୀ ସ୍କୁଟର ଇଣ୍ଡିଆ ଲିମିଟେଡ ଶୀଘ୍ର ବନ୍ଦ ହେବାକୁ ଯାଉଛି । ଅଧିକ ପଢନ୍ତୁ..

author img

By

Published : Jan 21, 2021, 9:42 PM IST

ବନ୍ଦ ହେବ ସ୍କୁଟର ଇଣ୍ଡିଆ
ବନ୍ଦ ହେବ ସ୍କୁଟର ଇଣ୍ଡିଆ

ନୂଆଦିଲ୍ଲୀ: ଲମ୍ବ୍ରେଟା ଓ ବିଜୟ ସୁପର ଭଳି ଲୋକପ୍ରିୟ ସ୍କୁଟରର ନିର୍ମାଣ କରୁଥିବା ସାର୍ବଜନୀକ କ୍ଷେତ୍ରର କମ୍ପାନୀ ସ୍କୁଟର ଇଣ୍ଡିଆ ଲିମିଟେଡ ଶୀଘ୍ର ବନ୍ଦ ହେବାକୁ ଯାଉଛି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କମ୍ପାନୀକୁ ବନ୍ଦ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଏନେଇ ଗୁରୁବାର ସୂଚନା ଦିଆଯାଇଛି ।

କୁହାଯାଇଛି କି, ବୁଧବାର ହୋଇଥିବା ମନ୍ତ୍ରୀମଣ୍ଡଳର ଆର୍ଥିକ ବ୍ୟାପାର ସମିତି (ସିସିଇଏ) ବୈଠକରେ ଲକ୍ଷ୍ନୌର କମ୍ପାନୀ ସ୍କୁଟର ଇଣ୍ଡିଆ ଲିମିଟେଡକୁ ବନ୍ଦ କରିବାକୁ ମଞ୍ଜୁରୀ ଦେଇଛି । ଜଣେ ଅଧିକାରୀ କହିଛନ୍ତି ସ୍କୁଟର୍ସ ଇଣ୍ଡିଆର ବ୍ରାଣ୍ଡ ନାଁକୁ ଅଲଗା ଭାବେ ବିକ୍ରି କରାଯିବ । କାରଣ କମ୍ପାନୀ ପାଖରେ ଲମ୍ବ୍ରୋଡା , ବିଜୟ ସୁପର, ବିକ୍ରମ ଓ ଲାମ୍ବ୍ରୋ ଭଳି ନାମୀଦାମୀ ପ୍ରସିଦ୍ଧ ବ୍ରାଣ୍ଡ ଅଛି ।

କମ୍ପାନୀ ଭିକ୍ରମ ବ୍ରାଣ୍ଡ ଅଧିନରେ ଅନେକ ପ୍ରକାର ତିନିଚକିଆର ନିର୍ମାଣ କରିଥାଏ । କମ୍ପାନୀକୁ ବନ୍ଦ କରିବା ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ ପରେ ହେଭି ଇଣ୍ଡଷ୍ଟ୍ରିଜ ମିନିଷ୍ଟରି ଏହାକୁ ବନ୍ଦ କରିବା ପ୍ରକ୍ରିୟାକୁ ଆରମ୍ଭ କରିବ ।

ସ୍କୁଟର ଇଣ୍ଡିଆ ଲିମିଟେଡକୁ ବନ୍ଦ କରିବା ପାଇଁ 65.12 କୋଟି ଟଙ୍କା ଆବଶ୍ୟକ ହେବ । ଏହି ଟଙ୍କା ସରକାରଙ୍କ ଠାରୁ ଋଣ ଭାବେ ନିଆଯିବ । ପ୍ରସ୍ତାବ ଅଧିନରେ ଏହି କୋଷ ଉପଲବ୍ଧ ହେବା ପରେ କମ୍ପାନୀର ନିୟମିତ କର୍ମଚାରୀଙ୍କୁ ସ୍ବଚ୍ଛାକୃତ ଅବସର ଯୋଜନା / ସ୍ବେଚ୍ଛାକୃତ ସେବାରେସନ ସ୍କିମ (VRS/VSS)କୁ ଅଣାଯିବ । ତେବେ ଏହି ପ୍ରକ୍ରିୟାରେ ସମୟ ଲାଗିବା ସମ୍ଭାବନା ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.