ETV Bharat / briefs

ପତିଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ପତ୍ନୀ କଲେ ମତଦାନ - vote

ନବ ବିବାହିତ ଦମ୍ପତ୍ତି କିମ୍ବା ବିବାହ ପରେ ହେଉ ଅବା ପୂର୍ବରୁ ବର କନ୍ୟା ଆସି ମତଦାନ କରୁଥିବା ଖବର ଚର୍ଚ୍ଚା ପାଲଟିଛି । କିନ୍ତୁ ସ୍ବାମୀଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ସ୍ତ୍ରୀ ଆସି କରିଛନ୍ତି ମତଦାନ ।

ପ୍ରତିକାତ୍ମକ ଫଟୋ
author img

By

Published : May 19, 2019, 11:44 PM IST

ଲକ୍ଷ୍ନୌ: ରବିବାର ଚଳିତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଥିଲା । ଏହି ଦିନରେ ଏକ ଅଜବ ଘଟଣା ଘଟିଛି । କିନ୍ତୁ ତାହା ନାଗରିକ କର୍ତ୍ତବ୍ୟର ଉଦାହରଣ ପାଲଟିଛି । ଘଟଣାଟି ଉତ୍ତର ପ୍ରଦେଶର ହନୁମାନଗଞ୍ଜ ଥାନା ଅନ୍ତର୍ଗତ ବୁଲହଓ୍ବା ଗାଁର ।

ସୂଚନାଥାଉକି, ବୁଲହଓ୍ବା ଗାଁର ଶାନ୍ତି ନାମକ ଜଣେ ମହିଳାଙ୍କ ସ୍ବାମୀଙ୍କ ରବିବାର ଦିନ ମୃତ୍ୟୁ ହୋଇଥିଲା । ଏନେଇ ପରିବାରରେ ଶୋକର ଛାୟା ଖେଳି ଯାଇଥିଲା । ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ମୃତକଙ୍କ ସ୍ତ୍ରୀ ମତଦାନ କରିବା ନେଇ କହିଥିଲେ । ଯାହାକୁ ଶୁଣି ପରିବାରବର୍ଗ ଆବାକ୍‌ ହୋଇ ଉଠିଥିଲେ ।

କିନ୍ତୁ ନାଗରିକର କର୍ତ୍ତବ୍ୟକୁ ହେଳା ନକରି ସମସ୍ତେ ଭୋଟଗ୍ରହଣ କେନ୍ଦ୍ର ଅଭିମୁଖେ ବାହାରି ପଡିଥିଲେ । ସେଠାରେ ନିର୍ବାଚନୀ କର୍ମଚାରୀ ମାନଙ୍କୁ ବ୍ୟକ୍ତିଗତ ସମସ୍ୟା ଜଣାଇଥିଲେ । ଫଳରେ ମୃତକଙ୍କ ପରିବାରବର୍ଗଙ୍କୁ ପ୍ରଥମେ ଭୋଟ ଦେବାର ସୁଯୋଗ ଦିଆଯାଇଥିଲା । ତେବେ ଏନେଇ ଶାନ୍ତି କହିଥିଲେ ଯେ, ସ୍ବାମୀଙ୍କ ସ୍ମୃତି କେବେ ଭୁଲି ପାରିବି ନାହିଁ । କିନ୍ତୁ ମତଦାନ କରିବା ଆମର କର୍ତ୍ତବ୍ୟ । ମତଦାନ ପରେ ମୃତକଙ୍କ ଅନ୍ତିମସଂସ୍କାର କରାଯାଇଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.