ETV Bharat / bharat

କାଶ୍ମୀର ବୁଲଡୋଜର ଡ୍ରାଇଭକୁ ପାଲେଷ୍ଟାଇନ ସହ ଯୋଡିଲେ ମୁଫତି - କାଶ୍ମୀରରେ ଉଚ୍ଛେଦ ଡ୍ରାଇଭ

କାଶ୍ମୀର ବୁଲଡୋଜର ଡ୍ରାଇଭକୁ ନେଇ ବିଜେପି ଉପରେ ବର୍ଷିଲେ ମୁଫତି । କହିଲେ କାଶ୍ମୀର ଆଫଗାନିସ୍ତାନ ପରି ଦିଶିଲାଣି । ଅଧିକ ପଢନ୍ତୁ

କାଶ୍ମୀର ବୁଲଡୋଜର ଡ୍ରାଇଭକୁ ପାଲେଷ୍ଟାଇନ ସହ ଯୋଡିଲେ ମେହେବୁବା ମୁଫତି

author img

By

Published : Feb 6, 2023, 10:14 PM IST

ଶ୍ରୀନଗର: କାଶ୍ମୀର ଏବେ ଆଫଗାନିସ୍ତାନ ପରି ଦୃଶ୍ୟମାନ ହେଉଛି । ସବୁଠି ବୁଲଡୋଜର ବୁଲିଛି । କାଶ୍ମୀରର ସ୍ଥାନୀୟ ଲୋକଙ୍କୁ ବିଜେପି ସରକାର ବିସ୍ଥାପିତ କରି ନିଜ ଘରୁ ବାହାର କରି ଫିଙ୍ଗି ଦେବାରେ ଲାଗିଛି । ଇସ୍ରାଏଲ ପାଲେଷ୍ଟାଇନ ସହ ଯାହା କରୁଛି, ସେହିପରି କାର୍ଯ୍ୟ କେନ୍ଦ୍ର ସରକାର କାଶ୍ମୀରରେ ମଧ୍ୟ ଜାରି ରଖିଛି । ଘାଟିରେ ଜାରି ରହିଥିବା ସରକାରୀ ଜମି ଜବରଦଖଲ ଉଚ୍ଛେଦ ଡ୍ରାଇଭକୁ ଇସ୍ରାଏଲ-ପାଲେଷ୍ଟାଇନ ସହ ଯୋଡି ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁପତି ।

ମୁଫତି କହିଛନ୍ତି,"ବର୍ତ୍ତମାନ ଯଦି ଆପଣ କାଶ୍ମୀରକୁ ଯାଆନ୍ତି, ତେବେ ଏହା ଆଫଗାନିସ୍ତାନ ପରି ଦୃଶ୍ୟମାନ ହେବ, କାରଣ ସେଠାରେ ବୁଲଡୋଜର ବ୍ୟବହାର କରି ଉଚ୍ଛେଦ ଜାରିରହିଛି । ଜବରଦଖଲ ଆଳରେ ଲୋକଙ୍କୁ ନିଜ ଜମିରୁ ବାହାର କରିଦିଆଯାଉଛି । ସେମାନଙ୍କୁ ବିତାଡିତ କରାଯାଉଛି । ନିର୍ବାଚନୀ ଲାଭ ପାଇବା ପାଇଁ କାଶ୍ମୀରବାସୀଙ୍କୁ ଖରାପ ଭାବେ ସରକାର ଚିତ୍ରଣ କରିବାରେ ଲାଗିଛନ୍ତି । ପାଲେଷ୍ଟାଇନରେ ଇସ୍ରାଏଲ ଯାହା କରୁଛି, କେନ୍ଦ୍ର ସରକାର ମଧ୍ୟ କାଶ୍ମୀରରେ ଠିକ ସେହିପରି ଢଙ୍ଗରେ କାର୍ଯ୍ୟ ଜାରି ରଖିଛି । ’’

ପୂର୍ବରୁ ଭାରତୀୟ ଜନତା ପାର୍ଟି ସହ ମେଣ୍ଟରେ ସରକାର କରିଥିବା ପିଡିପି ମୁଖ୍ୟ ମୁଫତି କାଶ୍ମୀର ପ୍ରସଙ୍ଗ ନେଇ ବିଜେପି ଉପରେ ନିୟମିତ ବର୍ଷିବାରେ ଲାଗିଛନ୍ତି । ଏବେ ଜମ୍ମୁ କାଶ୍ମୀର ପ୍ରଶାସନ ଦ୍ବାରା ଜବରଦଖଲ ଉଚ୍ଛେଦ ଡ୍ରାଇଭ ଜାରିରହିଛି । ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ବାରା ଜବରଦଖଲ କରାଯାଇଥିବା ସରକାରୀ ଜମିକୁ ପୁନଃଉଦ୍ଧାର କରିବା ପାଇଁ ଏହି ଉଚ୍ଛେଦ ଅଭିଯାନ ସ୍ଥାନୀୟ ପ୍ରଶାସନ ଜାରି ରଖିଛି । ଯାହାକୁ ନେଇ ବିଜେପି ଉପରେ ମୁଫତି ବର୍ଷିଛନ୍ତି ।

କେବଳ ବିଜେପି ଉପରେ ଶାଣିତ ଆକ୍ରମଣ କରିନାହାନ୍ତି ମୁଫତି ବରଂ ଏହି ପ୍ରସଙ୍ଗରେ ବିରୋଧୀଙ୍କ ଠାରୁ ସେ ସହଯୋଗ ମଧ୍ୟ ଆଶା କରିଛନ୍ତି । ବିରୋଧୀ ରାଜନୈତିକ ଦଳମାନେ କାଶ୍ମୀରବାସୀଙ୍କ ସ୍ବାର୍ଥରେ କେନ୍ଦ୍ରର ଏପରି କାର୍ଯ୍ୟକ୍ରମ ବିରୋଧରେ ସ୍ବର ଉଠାନ୍ତୁ ବୋଲି ମୁଫତି ନିବେଦନ ମଧ୍ୟ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ନୀତିଶ କୁମାର, ମମତା ବାନାର୍ଜୀ, ମାୟାବତୀ ଏବଂ ଅନ୍ୟ ବିରୋଧୀଦଳର ନେତାମାନଙ୍କୁ ଅନୁରୋଧ କରି ମୁଫତି ଜାମ୍ମୁ କାଶ୍ମୀରବାସୀଙ୍କ ସମର୍ଥନରେ ସ୍ୱର ଉତ୍ତୋଳନ କରିବାକୁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.