ETV Bharat / bharat

ଡରାଇଲାଣି କୋରୋନା, କର୍ଣ୍ଣାଟକରେ ମାସ୍କ ପରିଧାନ ବାଧ୍ୟତାମୂଳକ

ଚୀନରେ କୋରୋନା ମହାମାରୀ ଆତଙ୍କ ଖେଳାଇବା ପରେ ସତର୍କ ହେଲେ କର୍ଣ୍ଣାଟକ ସରକାର । ରାଜ୍ୟରେ ମାସ୍କ ପରିଧାନକୁ କଲେ ବାଧ୍ୟତାମୂଳକ ( Wearing masks made compulsory in Karnataka)। ଅଧିକ ପଢନ୍ତୁ

Karnataka
Karnataka
author img

By

Published : Dec 26, 2022, 10:47 PM IST

ବେଙ୍ଗାଲୁରୁ: ଚୀନରେ ଏବେ ଆତଙ୍କ ଖେଳାଇଥିବା ନୂଆ ଭାରିଏଣ୍ଟ BF.7କୁ ନେଇ ସତର୍କତା ଅବଲମ୍ବନ କରିଛନ୍ତି କର୍ଣ୍ଣାଟକ ସରକାର ( Wearing masks made compulsory in Karnataka) । ଦେଶରେ ମଧ୍ୟ କିଛି ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଯେଉଁମାନେ କୋରୋନା ନିୟମ ଉଲ୍ଳଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି । ଆଜିଠୁ ଏହି ନିୟମ ଲାଗୁ କରାଯାଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର ସୂଚନା ଦେଇଛନ୍ତି ।

ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, "କୋରୋନାକୁ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ । ମାତ୍ର ଆମେ ଏବେଠୁ ସତର୍କତା ଅବଲମ୍ବନ କରିବା ଉଚିତ । ଆଗକୁ ନୂଆ ବର୍ଷ ଆସୁଥିବାରୁ ରେଷ୍ଟୁରାଣ୍ଟ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ଭିଡ଼ ନେଇ ଆଶଙ୍କା କରାଯାଇଛି । ଏଥିଲାଗି ରେସ୍ତୋରାଁ, ଜନଗହଳିପୂର୍ଣ୍ଣ ସ୍ଥାନ, ସ୍କୁଲ, ଥିଏଟର, କଲେଜ ଆଦି ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।" ଏନେଇ ମନ୍ତ୍ରୀ ଆର. ଅଶୋକ କହିଛନ୍ତି ଯେ ବେଲଗାଭି ସ୍ଥିତ ସୁବର୍ଣ୍ଣ ବିଧାନ ସୌଧଠାରେ ସ୍ବାସ୍ଥ୍ୟମନ୍ତ୍ରୀ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଷ୍ପତ୍ତି ନେଇଛି ।

ଏହା ବି ପଢନ୍ତୁ- Dalai Lamaଙ୍କ କାର୍ଯ୍ୟକ୍ରମରେ ପଶିଲା କୋରୋନା, ୧୧ ବିଦେଶୀ ପଜିଟିଭ ଚିହ୍ନଟ

ସେ ଆହୁରି କହିଛନ୍ତି ହୋଟେଲ, ବାର୍‌, ରେସ୍ତୋରାଁ, ରିଜର୍ଟରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯିବା ସହ ମାଲିକ ଓ ହୋଟେଲ କର୍ମଚାରୀଙ୍କ ଲାଗି ୨ ଡୋଜ ଟୀକାକରଣ କରିଥିବା ଆବଶ୍ୟକ । ହୋଟେଲରେ ଯେତିକି ସିଟ୍‌ ରହିଛି ସେଥିରେ ହିଁ ବସିବା ଲାଗି କୁହାଯାଇଛି । ଅଧିକ ଗ୍ରାହକ ହେଲେ ସେମାନଙ୍କ ଲାଗି ଅଧିକ ସିଟ୍‌ର ବ୍ୟବସ୍ଥା କରିବ ଲାଗି ମଧ୍ୟ ବାରଣ କରାଯାଇଛି । ରାତି ୧ଟା ପର୍ଯ୍ୟନ୍ତ ସେଲିବ୍ରେସନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଏହି ସେଲିବ୍ରେସନରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ସାମିଲ ହେବା ଲାଗି ବାରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.