ETV Bharat / bharat

ମିଳିଲାନି ICU ବେଡ୍‌, ଡାକ୍ତରଙ୍କୁ ମାରି ଲହୁଲୁହାଣ କଲେ ରୋଗୀ ସମ୍ପର୍କୀୟ

ଦିଲ୍ଲୀର ଆପୋଲ ହସ୍ପିଟାଲରୁ ଆସିଛି ଅଭାବନୀୟ ଘଟଣା । ଜଣେ ରୋଗୀର ମୃତ୍ୟୁକୁ ନେଇ ଡାକ୍ତରଙ୍କ ସହିତ ମୁହାଁମୁହିଁ ହୋଇଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ...

author img

By

Published : Apr 27, 2021, 9:28 PM IST

ମିଳିଲାନି ICU ବେଡ୍‌, ଡାକ୍ତରଙ୍କୁ ମାରି ରକ୍ତ ବାହାର କରିଦେଲେ ରୋଗୀଙ୍କ ପରିଜନ

ନୂଆଦିଲ୍ଲୀ: ଗୋଟିଏ ପକ୍ଷେ ମହାମାରୀ କୋରୋନାର ଭୟାବହତା ଆଉ ଅନ୍ୟପକ୍ଷେ ହସ୍ପିଟାଲରେ ଅକ୍ସିଜେନର ଅଭାବ । ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଅହରହ ସଂଘର୍ଷ କରୁଛନ୍ତି ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ । ଏହାରି ମଧ୍ୟରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରୁ ଆସିଛି ଅଭାବନୀୟ ଘଟଣା । ଜଣେ ରୋଗୀର ମୃତ୍ୟୁକୁ ନେଇ ଡାକ୍ତରଙ୍କ ସହିତ ମୁହାଁମୁହିଁ ହୋଇଛନ୍ତି ପରିବାର ଲୋକେ ।

ରାଜଧାନୀ ଦିଲ୍ଲୀର ସରିତା ବିହାର ଆପୋଲୋ ହସ୍ପିଟାଲରେ ବେଡ୍‌ ନମିଳିବାରୁ ଜଣେ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ରୋଗୀଙ୍କ ପରିବାର ଲୋକେ ହସ୍ପିଟାଲର ନର୍ସ ଓ ଡାକ୍ତରଙ୍କ ସହ ମାରପିଟ କରିଥିବା ଜଣାପଡିଛି ।

ଘଟଣାରେ ଡାକ୍ତର ଓ କର୍ମଚାରୀ, ସୁରକ୍ଷାକର୍ମୀଙ୍କ ସମେତ 8 ଜଣ ଆହତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.