ଲକ୍ଷ୍ନୌ: ପ୍ରବାସୀ ଓଡ଼ିଆଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ । ୟୁପିରେ ତିଆରି ହେବ ଭବ୍ୟ ଜଗନ୍ନାଥ ମନ୍ଦିର । ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ମହାପ୍ରଭୁଙ୍କ ମନ୍ଦିର ପାଇଁ ୫ ଏକର ଜାଗା ମଧ୍ୟ ଘୋଷଣା କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ଲକ୍ଷ୍ନୌ ସରଜିନୀ ନଗରରେ ଜମି ଯୋଗାଇ ଦିଆଯାଇଛି ।
ବିଶ୍ବ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର । ସାରା ବିଶ୍ବ କୋଣ ଅନୁକୋଣରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତି ଭକ୍ତ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ବୈକୁଣ୍ଠ ପ୍ରାପ୍ତି ମିଳେ ବୋଲି ଲୋକଙ୍କ ବିଶ୍ବାସ ରହିଛି । ଏହି ଭଳି ଉତ୍ତରପ୍ରଦେଶର ଲକ୍ଷ୍ନୌରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ଏଥିପାଇଁ ୫ ଏକର ଜମି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୁରୀର ଜଗନ୍ନାଥ ମନ୍ଦିର ଭଳି ଏହି ମନ୍ଦିରର ଯୋଜନା ପ୍ରସ୍ତୁତ ହେବ । ପୂଜା ପାଇବେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ।
ସୂଚନାଥାଉକି ଉତ୍ତରପ୍ରଦେଶ ଲକ୍ଷ୍ନୌରେ ପ୍ରାୟ ୧ ଲକ୍ଷରୁ ଅଧିକ ପ୍ରବାସୀ ଓଡିଆ ବସବାସ କରନ୍ତି। ସେମାନେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏଠାରେ ଥିବା ଓଡିଆ ସମାଜ ବହୁ ସମୟରୁ ନିଜର ସାଂସ୍କୃତିକ ତଥା ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛି ।
ସେପଟେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣାକୁ ନେଇ ସମାଜବାଦୀ ପାର୍ଟୀ ଟାର୍ଗେଟ କରିଛି । ମୁଖ୍ୟମନ୍ତ୍ରୀ ନିଜର ହିନ୍ଦୁତ୍ବ କାର୍ଡ ଖେଳୁଛନ୍ତି ବୋଲି ସମାଜବାଦୀ ପାର୍ଟୀ କହିଛି ।
ସୂଚନାଥାଉକି ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନଜରରେ ରଖି ବର୍ତ୍ତମାନଠୁ ସମସ୍ତ ରାଜନୈତିକ ଦଳ ନିଜର ଏଜେଣ୍ଡା ପ୍ରସ୍ତୁତ କରି ରାଜନୈତିକ ମଇଦାନକୁ ଓହ୍ଲାଇବେ ।