ETV Bharat / bharat

କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ ଘର ଉପରେ ଆକ୍ରମଣ, କାରଣ ଅସ୍ପଷ୍ଟ - କେନ୍ଦ୍ରମନ୍ତ୍ରୀଙ୍କ ବାସଭବନକୁ ଆକ୍ରମଣ

କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ ବାସଭବନକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । କେଉଁ କାରଣକୁ କିଏ ଏପରି କାଣ୍ଡ ଘଟାଇଛି ତାର କାରଣ ଜଣାପଡିନାହିଁ । ଅଧିକ ପଢନ୍ତୁ

union minister v muraleedharan house vandalised
କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ ଘରକୁ ଆକ୍ରମଣ
author img

By

Published : Feb 10, 2023, 4:18 PM IST

ଥିରୁଅନନ୍ତପୁରମ: କେରଳର ଥିରୁଅନନ୍ତପୁରମରେ କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ ବାସଭବନ ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଘରକୁ ପଥରମାଡ କରି ଝରକା ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ସେମାନଙ୍କ ପରିଚୟ ମିଳିପାରିନାହିଁ । ଥିରୁଅନନ୍ତପୁରମର ଉଲୁରରେ କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନଙ୍କ ଥିବା ବାସଭବନରେ ପାର୍କିଂ ସ୍ଥାନରେ ଥିବା ଝରକା କାଚ ଭାଙ୍ଗି ଥିବା ପୋଲିସ ସୂଚନା ଦେଇଛି ।

ପୋଲିସ ସୂଚନା ଅନୁସାରେ ତାଙ୍କ କାର୍ଯ୍ୟାଳୟ କର୍ମଚାରୀ ଗୁରୁବାର ପୂର୍ବାହ୍ନ 11ଟାରେ ଝରକା କାଚ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ଝରକା ପାଖରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି । ସଫା କରିବାକୁ ପହଞ୍ଚିଥିବା ଜଣେ ମହିଳାଙ୍କୁ ଏହି ଘଟଣା ସମ୍ପର୍କରେ ପ୍ରଥମେ ଜଣାପଡିଥିଲା । ଚୋରି ଉଦ୍ଦେଶ୍ୟରେ ଏହି କାଣ୍ଡ ଘଟାଯାଇଥିବା ଅନୁମାନ କରାଯାଉଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । କିଏ ଓ କାହିଁକି ଏହି କାଣ୍ଡ ଘଟାଇଛି ଖୁବଶୀଘ୍ର ଏହା ଉପରୁ ପରଦା ହଟିବ ବୋଲି ପୋଲିସ କହିଛି ।

ଏହା ବି ପଢନ୍ତୁ...ଦାନ୍ତରେ 165 କେଜି ଓଜନ ଉଠାଇ ରେକର୍ଡ, ହାମରହେଡ ମ୍ୟାନ ଭାବେ ଜଣାଶୁଣା

ଜଣେ ବରିଷ୍ଠ ପୋଲିସ ଅଧିକାରୀ ଓ ଫରେନ୍ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି । ସୁବର୍ଣ୍ଣମଣି ସ୍ବାମୀ ମନ୍ଦିର ନିକଟରେ ଥିବା ଟିସି-ୟୁ7/1457/1ରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ ହୋଇଛି । କେନ୍ଦ୍ରମନ୍ତ୍ରୀ କେରଳ ଗସ୍ତରେ ଆସିଲେ ଏହି ବାସଭବନରେ ରହିଥାନ୍ତି । ଘଟଣା ସମୟରେ ବାସଭବନର କେହି ନଥିଲେ । ଘଟଣାସ୍ଥଳରେ ମିଳିଥିବା ରକ୍ତ ନମୂନା ପରୀକ୍ଷା ପାଇଁ ଯାଇଛି । ଅଜିତ କୁମାରଙ୍କ ନେତୃତ୍ବରେ ତଦନ୍ତ ଜାରି ରହିଛି । ଦୁର୍ବୃତ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

ଚୋରି ଉଦ୍ଦେଶ୍ୟରେ ଏହି ଘଟଣା ଘଟିଥିବା କୁହାଯାଉଛି । ବିଜେପି ଏନେଇ ପୋଲିସର ଅଣଦେଖାକୁ ଦାୟୀ କରିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ଅନେକ ବିଜେପି ନେତା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.