ETV Bharat / bharat

ଓଓ୍ବେସୀଙ୍କ ଗାଡିକୁ ଗୁଳିମାଡ ଘଟଣାରେ ଲୋକସଭାରେ ବିବୃତ୍ତି ରଖିବେ ଶାହା - ଲୋକସଭାରେ ଅମିତ୍ ଶାହା ରଖିବେ ପ୍ରତିକ୍ରିୟା

ଉତ୍ତର ପ୍ରଦେଶ ମିରଟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଫେବୃଆରୀ ୭ ତାରିଖରେ ପ୍ରତିକ୍ରିୟା ରଖିବେ । ତେବେ ଓଓ୍ବେସୀ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଅଧିକ ପଢନ୍ତୁ

union home minister amit shah to be give detailed reply in parliament  on aimim chief firing attack
ଅସଦୁଦ୍ଦିନ ଓଓ୍ବେସୀଙ୍କ ଗାଡିକୁ ଗୁଳିମାଡ ଘଟଣା: ୭ ତାରିଖରେ ଲୋକସଭାରେ ଅମିତ୍ ଶାହା ରଖିବେ ପ୍ରତିକ୍ରିୟା
author img

By

Published : Feb 4, 2022, 7:42 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମିରଟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଫେବୃଆରୀ ୭ ତାରିଖରେ ବିବୃତ୍ତି ରଖିବେ । ତେବେ ଅସଦୁଦ୍ଦିନ ଓଓ୍ବେସୀ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ପ୍ରାୟ ୩ ରୁ ୪ ରାଉଣ୍ଡ ଗୁଳି ଫାଏରିଂ ହୋଇଥିଲା ।

ଅନ୍ୟପଟେ ଆଜି ଓଓ୍ବେସୀ ଲୋକସଭାରେ ତାଙ୍କ ପାଖରୁ Z କ୍ୟାଟାଗୋରୀ ସୁରକ୍ଷା ଫେରାଇ ନେବାକୁ କହିଛନ୍ତି । ସେହିପରି ମରଣକୁ ଡର ନାହିଁ । ସାଧାରଣ ଲୋକ ପରି ବ୍ୟବହାର କରାଯାଉ ବୋଲି କହିଛନ୍ତି ଓଓ୍ବେସୀ ।

ଏଥିସହ ନ୍ୟାୟ ଦରକାର ବୋଲି ସେ କହିଛନ୍ତି । ତେବେ ଏହି ଘଟଣା ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଆସନ୍ତା 7 ତାରିଖରେ ଲୋକସଭାରେ ଏନେଇ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.