ETV Bharat / bharat

କୋଭିଡ ସ୍ଥିତି ନେଇ ଆଜି ସ୍ବାସ୍ଥ୍ୟମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ - କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଖବର

ଆଜି ଦକ୍ଷିଣ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟରେ କୋଭିଡ ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଅପରାହ୍ନ ୨ଟା ୩୦ରେ ବସିବ ଏହି ବୈଠକ । ଅଧିକ ପଢନ୍ତୁ

ଆଜି କୋଭିଡ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ ସ୍ବାସ୍ଥ୍ୟମନ୍ତ୍ରଣୀଳୟ

author img

By

Published : Jan 28, 2022, 8:38 AM IST

ନୂଆଦିଲ୍ଲୀ: ଦେଶରେ କୋରୋନାର ଭୟଙ୍କର ସ୍ଥିତି ଉପୁଜିଛି । ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଛି । କୋରୋନା ନୂଆ ନୂଆ ଭାରିଏଣ୍ଟ ପାଳି କରି ଦେଶରେ ଆତଙ୍କ ଖେଳାଇଛି । ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘନ ଘନ ବୈଠକ ବସୁଛି । ବିଭିନ୍ନ ରାଜ୍ୟରେ କୋରୋନା ସ୍ଥିତି ସମୀକ୍ଷା କରୁଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଆଜି ଦକ୍ଷିଣ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟରେ କୋଭିଡ ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଅପରାହ୍ନ ୨ଟା ୩୦ରେ ବସିବ ଏହି ବୈଠକ ।

ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ଲାକ୍ଷାଦ୍ବୀପ, ତାମିଲନାଡୁ, ପୁଡୁଚେରୀ ଓ ଆଣ୍ଡାମାନ ଓ ନିକୋବର ରାଜ୍ୟଗୁଡିକ ଏହି ବୈଠକରେ ଯୋଗ ଦେବେ । ଏହା ସହ ବୈଠକରେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଯୋଗ ଦେବେ । ଏହାପୂର୍ବରୁ ଗତ ଜାନୁଆରୀ ୨୫ରେ ୯ ରାଜ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଏକ ବୈଠକ କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

ବସିଥିବା ବୈଠକରେ କୋଭିଡ ଟେଷ୍ଟ ଓ ଟୀକାକରଣକୁ ସଠିକ ରୂପେ ତୁଲାଇବା ଉପରେ ଗୁରୁତ୍ବ ଦିଆଯାଇଥିଲା । ବର୍ତ୍ତମାନ ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ରହିଛି । ଏକାଧିକ ସହରକୁ ଏହା ବ୍ୟାପିବାରେ ଲାଗିଛି । ତେଣୁ ଏଥିପ୍ରତି ଅଧିକରୁ ଅଧିକ ସଚେତନ ରହିବାକୁ ପଡିବ ବୋଲି ବୈଠକରେ କହିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଏହା ସହ ହୋମ ଆଇସେଲେସରେ ଥିବା ଆକ୍ରାନ୍ତଙ୍କୁ ଗାଇଡଲାଇନ ଅନୁସାରେ ଅଧିକ ନିରୀକ୍ଷଣରେ ରଖିବା ପାଇଁ ପରାମର୍ଶ ଦେଇଥିଲେ । ପୂର୍ବ ଅଭିଜ୍ଞତା ଅନୁସାରେ ଟେଷ୍ଟି, ଟ୍ରାକିଂ, ଚିକିତ୍ସା ଓ ଟୀକାକରଣ ଉପରେ ଅଧିକରୁ ଅଧିକ ଫୋକସ କରିବାକୁ କହିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.