ETV Bharat / bharat

କୋରୋନା ପାଇଁ ଘୁଞ୍ଚିଲା UGC NET ପରୀକ୍ଷା

author img

By

Published : Apr 20, 2021, 5:02 PM IST

ଘୁଞ୍ଚିଛି UGC NET ପରୀକ୍ଷା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତଥା NTA ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ପରୀକ୍ଷା ଘୁଞ୍ଚାଇବା ନେଇ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

କୋରୋନା ପାଇଁ ଘୁଞ୍ଚିଲା UGC NET ପରୀକ୍ଷା
କୋରୋନା ପାଇଁ ଘୁଞ୍ଚିଲା UGC NET ପରୀକ୍ଷା

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ବିଭିନ୍ନ ଶିକ୍ଷା ବୋର୍ଡର ପରୀକ୍ଷା ବାତିଲ କରୁଛନ୍ତି ସରକାର । ଏହି ଆକ୍ରମଣରେ ଘୁଞ୍ଚିଛି UGC NET ପରୀକ୍ଷା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତଥା NTA ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବା ସହ ପରୀକ୍ଷା ଘୁଞ୍ଚାଇବା ନେଇ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ମେ 2ରେ ହେବାକୁ ଥିଲା ୟୁଜିସି ନେଟ୍‌ ପରୀକ୍ଷା । ହେଲେ ଦେଶରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ନୂଆ ତାରିଖ ପରୀକ୍ଷାର 15 ଦିନ ପୂର୍ବରୁ ଘୋଷଣା କରାଯିବ ।

ଏହାପୂର୍ବରୁ ସିବିଏସଇ ବୋର୍ଡ ମଧ୍ୟ ଦଶମ ପରୀକ୍ଷା ବାତିଲ କରିବା ସିହତ ଦ୍ବାଦଶ ପରୀକ୍ଷା ଘୁଞ୍ଚାଇବା ନେଇ ଘୋଷଣା କରିଥିଲା । ସେହିପରି ମେଡିକାଲ ପ୍ରବେଶିକା ପରୀକ୍ଷା NEET ପିଜିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.