ବେଙ୍ଗାଲୁରୁ: ଷଣ୍ଢ ପ୍ରତିଯୋଗିତାରେ ପୃଥକ ପୃଥକ ସ୍ଥାନରେ ଅଘଟଣ । ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା(Two people were killed in a separate mishap at bull race competition) । କର୍ଣ୍ଣାଟକର ଶିକରିପୁରା ତାଲୁକ ଓ ସୋରବାରେ ଘଟିଛି ଏହି ଅଭାବନୀୟ ଘଟଣା । ପ୍ରତିଯୋଗିତାରେ ଭାଗ ନେଇଥିବା ଷଣ୍ଢର ଆକ୍ରମଣରେ ଜଣେ ଯୁବକ ଓ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁୟାୟୀ ପ୍ରତିବର୍ଷ କର୍ଣ୍ଣାଟକର ଶିକରିପୁରା ଓ ସୋରବାରେ ଦୀପାବଳି ପରେ ଷଣ୍ଢ ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । ବହୁ ସଂଖ୍ୟାକ ଷଣ୍ଢ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥାନ୍ତି । ତେବେ ଶିକରିପୁରା ତାଲୁକ ଗାଁରେ ଆୟୋଜିତ ହୋଇଥିବା ପ୍ରତିଯୋଗତାରେ ଗୋଟିଏ ଷଣ୍ଢ ମାଲିକ ହାତରୁ ଖସି ଯାଇ ହଠାତ ଦୌଡିବା ଆରମ୍ଭ କରିଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକଙ୍କ ଛାତି ଉପରେ ଚଢିଯାଇଥିଲା ଷଣ୍ଢଟି । ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ପ୍ରଶାନ୍ତ । ତାଙ୍କ ବୟସ ୩୬ ବର୍ଷ ବୋଲି ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ-ଚୋର ଫେରାଇଲା ଚୋରି ସାମଗ୍ରୀ, ମନ୍ଦିରରୁ ଚୋରି ପରେ ଚିଠି ମାଧ୍ୟମରେ ପଶ୍ଚାତାପ କଲା ଚୋର
ସେହିପରି ଆଉ ଏକ ଅଘଟଣ ସୋରବା ତାଲୁକର ଜାଡେ ଗ୍ରାମରେ ଘଟିଛି, ସେଠାରେ ଷଣ୍ଢ ପ୍ରତିଯୋଗିତା ଚାଲୁଥିବା ସମୟରେ ଏକ ଷଣ୍ଢ ଜଣେ ନାବାଳକଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ନାବାଳକ ଜଣକର ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ହେଉଛନ୍ତି ଚାଗାଟୋର ଗାଁର ଆଦି, ତାଙ୍କ ବୟସ ୨୦ ହୋଇଥିବା ଜଣାପଡିଛି ।