ETV Bharat / bharat

ବୋଲେରୋ ଉପରେ ପଡିଲା ଟ୍ରକ, ଚାଲିଗଲା 7 ଜୀବନ

author img

By

Published : Jun 8, 2023, 1:29 PM IST

ମଧ୍ୟପ୍ରଦେଶ ସିଦ୍ଧିରେ ଟ୍ରକ ଏକ ବୋଲେରୋ ଉପର ପଡିଯିବାକୁ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ 7 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Road Accident in madhya pradesh
ବୋଲେରୋ ଉପରେ ପଡିଲା ଟ୍ରକ, ଚାଲିଗଲା 7 ଜୀବନ

ଭୋପାଳ: ବାଟେ ବାଟେ ଯାଉଥିଲା ବୋଲେରୋ । ଅଚାନକ ଘଟିଲା ଦୁର୍ଘଟଣା । ଦ୍ରୁତ ବେଗରେ ଆସୁଥିବା ଟ୍ରକ ନିୟନ୍ତ୍ରଣ ହରାଇ ବୋଲେରୋକୁ ଚାପି ଦେଲା । ଫଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟି 7 ଜଣଙ୍କର ମୃତ୍ୟୁ ହୋଇଛି । ମଧ୍ୟ ପ୍ରଦେଶର ସିଦ୍ଧି ଜିଲ୍ଲା ଘଟିଛି ଏହି ଦୁର୍ଘଟଣା । ସିଦ୍ଧି ଅଭିମୁଖେ ଯାଉଥିବା ବୋଲେରୋ ଉପରେ ଟ୍ରକ ପଡିଯିବାରୁ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ 2 ଜଣ ଶିଶୁଥିବା ଜଣାପଡିଛି । ଟ୍ରକ ଚାଳକ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

ମଧ୍ୟ ପ୍ରଦେଶର ସିଦ୍ଧି ଜିଲ୍ଲାରେ ସଡକ ଦୁର୍ଘଟଣା ଥମିବାର ନାମ ନେଉନାହିଁ । ପୁଣି ଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି ଫଳରେ 7 ଜଣଙ୍କର ଜୀବନ ଦୀପ ଲିଭି ଯାଇଛି । ସିଦ୍ଧି ଜିଲ୍ଲା ଗ୍ରାମପଞ୍ଚାୟତ ବରମ ବାବା ଡୋଲ ଅଞ୍ଚଳରେ ଏକ ବୋଲେରୋ ଦୁର୍ଘଟଣାର ଶିକାର ହୋଇଛି । ଯେଉଁଥିରେ ବୋଲେରୋ ଥିବା 7ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ 2 ଜଣ ଶିଶୁ ଥିବା ଜଣାପଡିଛି । ଆଜି ପୂର୍ବାହ୍ନ ପାଖାପାଖି 10ଟା 30ରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।

ଏହା ବି ପଢନ୍ତୁ...ମାୟାନଗରୀର ନୃଶଂସ ପ୍ରେମିକ: ଲିଭ ଇନ ପାର୍ଟନରକୁ ଟିକ ଟିକ କାଟି ସିଝାଇଲା, ଗ୍ରାଇଣ୍ଡରରେ ପେଶିଲା

ବୋଲେରୋ ଉପରେ ପଡିଲା ଟ୍ରକ: ଜମୋଡି ଥାନା ଅଧିକାରୀ ଶୋଷମଣି ମିଶ୍ରା ସୂଚନା ଦେଇ କହିଛନ୍ତି ଟ୍ରକଟି ଅଚାନକ ନିୟନ୍ତ୍ରଣ ହରାଇଥିଲା । ସେହି ସମୟରେ ରାସ୍ତାରେ ଯାଉଥିବା ଏକ ବୋଲେରୋ ଉପରେ ଟ୍ରକଟି ପଡିଯାଇଥିଲା । ଫଳରେ ବୋଲେରୋରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି । ବୋଲେରୋରେ ଥିବା ବ୍ୟକ୍ତିମାନେ କିଏ କିଏ ତାହା ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣା ଖବର ମିଳିବା ମାତ୍ରେ ହିଁ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ଚାରିଆଡେ ହୋହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ...Cyclone Biparjoy: ଅତି ଭୀଷଣ ବାତ୍ୟାର ରୂପ ନେଲା ବିପର୍ଯ୍ୟୟ, ପ୍ରଭାବିତ ହେବ ଗୁଜୁରାଟ

ପ୍ରକାଶଥାଉ କି, ମଧ୍ୟପ୍ରଦେଶରେ ଗତମାସ 10 ତାରିଖରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା 50 ଫୁଟ ଉଚ୍ଚ ପୋଲ ଉପରୁ ବସ ଖସିଯିବା ଫଳରେ 24 ଜଣଙ୍କର ମୃତ୍ୟୁ ହୋଇଥିଲା । ଚଳିତ ମାସ 2 ତାରିଖରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ସାରା ବିଶ୍ବ ଦୋହଲି ଯାଇଥିବା ବେଳେ ଆଉ ଏକ ସଡକ ଦୁର୍ଘଟଣାରେ 7ଜଣଙ୍କ ଜୀବନ ଦୀପ ଲିଭି ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.