ETV Bharat / bharat

ସୁନ୍ଦର ପିଚାଈଙ୍କ ପୈତୃକ ବାସଭବନ ହେଲା ବିକ୍ରି, କିଣିଲେ ଏହି ତାମିଲ ଆକ୍ଟର - ତାମିଲ ଆକ୍ଟର

ଗୁଗଲ ସିଇଓ ସୁନ୍ଦର ପିଚାଈଙ୍କ ଚେନ୍ନାଇ ସ୍ଥିତ ପୈତୃକ ବାସଭବନର ହେଲା ବିକ୍ରି । ଦକ୍ଷିଣ ସିନେ ଜଗତର ଏହି ଆକ୍ଟର କିଣିଲେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 19, 2023, 10:50 PM IST

ଚେନ୍ନାଇ: ଗୁଗଲ ସିଇଓ ସୁନ୍ଦର ପିଚାଈଙ୍କ ତାମିଲନାଡୁ ରାଜଧାନୀ ଚେନ୍ନାଇ ସ୍ଥିତ ପୈତୃକ ବାସଭବନ ବିକ୍ରି ହୋଇଛି । ଏହାକୁ ତାମିଲ ଆକ୍ଟର ସି. ମଣିକନ୍ଦନ କିଣିଥିବା ଜଣାପଡ଼ିଛି । ଯେଉଁ ସ୍ଥାନରେ ସୁନ୍ଦର ପିଚାଇ ଜନ୍ମଗ୍ରହଣ କରିଥିଲେ ଉକ୍ତ ସ୍ଥାନକୁ କିଣିବା ଲାଗି ସେ ବେଶ ଉତ୍ସାହିତ ଥିବା କହିଥିଲେ । ଆଉ ଏହି ବାସଭବନକୁ କିଣିବା ପରେ ସେ ବହୁ ଗର୍ବ ଅନୁଭବ କିରଥିବା କହିଛନ୍ତି । ଅଶୋକ ନଗର ଅଞ୍ଚଳରେ ଏହି ବାସଭବନ ରହିଥିବା ଜଣାପଡ଼ିଛି ।

ଏ ନେଇ ମଣିକନ୍ଦନ କହିଛନ୍ତି, "ଯେବେଠୁ ସୁନ୍ଦର ପିଚାଈ ସାରା ବିଶ୍ବରେ ସୁନାମ ଅର୍ଜନ କରିଥିଲେ ସେହି ଦିନଠୁ ତାଙ୍କ ପୈତୃକ ବାସଭବନକୁ କିଣିବା ଲାଗି ଅନେକ ଉତ୍ସାହିତ ରହିଥିଲେ । କାରଣ ସେଠାରେ ସୁନ୍ଦର ପିଚାଈଙ୍କ ଭଳି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଗ୍ରହଣ କରିଥିଲେ ।" ଏହି ସ୍ଥାନରେ ସେ ଏକ ଭିଲ୍ଲାର ନିର୍ମାଣ କରିବେ ବୋଲି କହିଛନ୍ତି । ମଣିକନ୍ଦନ ଜଣେ ଅଭିନେତା ସହିତ ପ୍ରଯୋଜକ ଭାବେ ମଧ୍ୟ ସିନେ ଜଗତରେ କାମ କରନ୍ତି । ଏହାସହିତ ସେ ଚେଲ୍ଲାପାସ ବିଲର୍ଡ୍ସର ବ୍ରାଣ୍ଡ ନାମରେ ଅନେକ ସ୍ଥାନରେ ଅଟ୍ଟାଳିକା ମଧ୍ୟ ନିର୍ମାଣ କରିଛନ୍ତି ।

ଏହା ବି ପଢନ୍ତୁ- 'ନିଜ ବିଫଳତା ଉପରୁ ଧ୍ୟାନ ହଟାଇବା ଲାଗି ବିଜେପିର ହତାଶ ପ୍ରୟାସ'

ସେ ସହରର ବିଭିନ୍ନ ସ୍ଥାନରେ ତାଙ୍କ ବ୍ରାଣ୍ଡ ମାଧ୍ୟମରେ ପ୍ରାୟ ୩୦୦ରୁ ଅଧିକ ଘର ନିର୍ମାଣ କରିଥିବା କହିଛନ୍ତି । ସୁନ୍ଦର ପିଚାଈଙ୍କ ପିତା ଆର.ଏସ ପିଚାଈ ନିଜ ରୋଜଗାରରେ ଏହି ଘରକୁ ନିର୍ମାଣ କରିଥିବା ବେଳେ ଉକ୍ତ ପ୍ଲଟକୁ ତାଙ୍କୁ ହସ୍ତାନ୍ତର କରାଯାଇଛି । ଏହି ସ୍ଥାନରେ ସୁନ୍ଦର ପିଚାଈ ଜନ୍ମଗ୍ରହଣ କରିଥିବାରୁ ସେ ଏନେଇ ବେଶ ଗର୍ବିତ ଥିବା କହିଛନ୍ତି । ଏପରିକି ଯେତେବେଳେ ସେ ଘରର କାଗଜପତ୍ର ଗ୍ରହଣ କରିଥିଲେ, ସେତେବେଳେ ସେ ଭାବବିହ୍ବଳ ହୋଇପଡ଼ିଥିବା କହିଛନ୍ତି । ସୁନ୍ଦର ଏହି ସ୍ଥାନରେ ପ୍ରାୟ ୨୦ବର୍ଷ ପର୍ଯ୍ୟନ୍ତ ରହିଥିଲେ । ଏହାପରେ ସେ ୧୯୮୯ ମସିହାରେ ଏହି ସ୍ଥାନ ଛାଡ଼ିବା ସହିତ ଆଇଆଇଟି ଖଡ଼ଗପୁରରେ ମେଟାଲର୍ଜି ଇଞ୍ଜିନିୟରିଂ କରିଥିଲେ ।

ମଣିକନ୍ଦନ ଯେତେବେଳେ ଶୁଣିଥିଲେ ଏହି ଘରଟି ବିକ୍ରି ହେବାକୁ ଯାଉଛି, ସେ ଉତ୍ସାହିତ ହୋଇ ପଡ଼ିଥିଲେ । ସୁନ୍ଦର ପିଚାଈଙ୍କ ପିତା ଆମେରିକାରୁ ଫେରିବା ପରେ ଏହି ଘରକୁ ବିକ୍ରି କରିଥିଲେ । ଗୁଗଲ ସିଇଓଙ୍କ ପିତାମାତାଙ୍କ ବ୍ୟବହାର ବେଶ ଉତ୍ତମ ଥିଲା ବୋଲି କହିଛନ୍ତି ମଣିକନ୍ଦନ । ସେ ଆହୁରି କହିଛନ୍ତି ଯେ ସୁନ୍ଦର ପିଚାଈଙ୍କ ମାଆ ତାଙ୍କ ଲାଗି ନିଜ ହାତରେ କଫି ତିଆରି କରିବା ସହିତ ପିତା ଆର.ଏସ ତାଙ୍କୁ ଘରର କାଗଜପତ୍ର ପ୍ରଦାନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.